Movie prime

ଜବତ ହେଲା ଚିନ୍ମୟୀ ର ହାତ ଲେଖା ଡାଏରୀ, ଫସିଲେ ମନ୍ତ୍ରୀ ଙ୍କ ପୁଅ ଆଉ ତାଙ୍କ ଦୁଇ ସାଙ୍ଗ

 
Special report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ରହସ୍ୟ ଘେରରେ ଭିସୁଟ୍‌ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁଙ୍କ ମୃ-ତ୍ୟୁ ଘଟଣା। ସେ ପାଓ୍ବାର ଚ୍ୟାନେଲକୁ ଡେଇଁ ଜୀବନ ହାରିଥିବା କୁହାଯାଇଥିବା ବେଳେ ତାଙ୍କ ପରିବାର ଲୋକେ ହ-ତ୍ୟା ଅଭିଯୋଗ ଆଣିଛନ୍ତି।
ଝିଅକୁ କେହି ହ-ତ୍ୟା କରି ପାଓ୍ବାର ଚ୍ୟାନେଲକୁ ଠେଲି ଦେଇଥିବା ଛାତ୍ରୀଙ୍କ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। କିନ୍ତୁ ମୃ-ତ୍ୟୁର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଚ ହୋଇନାହିଁ। ତେବେ ଏହା ମଧ୍ୟରେ ଚିନ୍ମୟୀଙ୍କ ଶ-ବ ବ୍ୟବେଚ୍ଛଦ ରିପୋର୍ଟ ପୋଲିସର ହସ୍ତଗତ ହୋଇଛି। 
ଚିନ୍ମୟୀ ପାଣିରେ ବୁଡ଼ି ମୃ-ତ୍ୟୁବରଣ କରିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଏହି ଘଟଣାରେ ଚିନ୍ମୟୀଙ୍କ ପୁରୁଷ ବନ୍ଧୁ ପ୍ରୀତିମାନ ଦେଙ୍କ ସହିତ ଅନ୍ୟ ଜଣଙ୍କୁ ପୋଲିସ ଅଟକ ରଖିଛି।
ସୂଚନା ଅନୁସାରେ, ଗତ ମଙ୍ଗଳବାର ଭିସୁଟ୍‌ର ସମାବର୍ତ୍ତନ ଉତ୍ସବରେ ନିଜ ସ୍ନାତକ ଡିଗ୍ରି ପ୍ରମାଣପତ୍ର ନେବା ପାଇଁ ଆସିଥିଲେ ଛାତ୍ରୀ ଚିନ୍ମୟୀ ସାହୁ।
କାର୍ଯ୍ୟକ୍ରମ ସରିବା ପରେ ଚିନ୍ମୟୀ ପୁରୁଷ ବନ୍ଧୁ ପ୍ରୀତିମାନଙ୍କ ସହ ପାୱାର ଚ୍ୟାନେଲ୍‌କୁ ବୁଲିଯାଇଥିଲେ। ସେଠି ଉଭୟଙ୍କ ମଧ୍ୟରେ କୌଣସି କଥାକୁ ନେଇ ଆଲୋଚନା ହେବା ପରେ ଚିନ୍ମୀୟ ପାୱାର ଚ୍ୟାନେଲ୍‌କୁ ଡେଇଁ ପଡ଼ିଥିଲେ। 
ପୋଲିସ ପାରିବାରିକ କଳହ ମୃ-ତ୍ୟୁର କାରଣ ବୋଲି ସନ୍ଦେହ କରୁଥିବା ବେଳେ ଚିନ୍ମୟୀଙ୍କ ଘର ଲୋକେ ତାଙ୍କ ଝିଅକୁ ହ-ତ୍ୟା କରାଯାଇଛି ବୋଲି ଅଭିଯୋଗ କରିଥିଲେ।
ଚିନ୍ମୟୀ ସାହୁଙ୍କ ପୁରୁଷ ବନ୍ଧୁ ପ୍ରୀତିମାନଙ୍କ ଲାଇଡିଟେକ୍ସନ ଟେଷ୍ଟ ହେବ ବୋଲି ଜଣାପଡିଛି।ପ୍ରୀତିମାନଙ୍କ ସହ ମାନସ ଟୁଡୁଙ୍କର ମଧ୍ୟ ଲାଇଡିଟେକ୍ସନ ଟେଷ୍ଟ ହେବ। ଲାଇଡିଟେକ୍ସନ ଟେଷ୍ଟ ଭୁବନେଶ୍ୱର ଫରେନସିକ ଲ୍ୟାବରେ ହେବ।
ଏଥିପାଇଁ ସମ୍ବଲପୁର ପୋଲିସର ଏକ ଟିମ୍ ୨ଜଣଙ୍କୁ ଭୁବନେଶ୍ୱର ଆଣିଛି। ସେହିପରି ଅଧିକ ତଦନ୍ତ ପାଇଁ ପୋଲିସର ଆଉ ଦୁଇଟି ଟିମ୍ ବଲାଙ୍ଗିର ଓ ସୋନପୁର ଯିବ ବୋଲି ଜଣାପଡ଼ିଛି। 
ଏହାସହ ଚିନ୍ମୟୀଙ୍କ ପୁରୁଷ ବନ୍ଧୁ ପ୍ରୀତିମାନ ପିନ୍ଧିଥିବା ପୋଷାକକୁ ପରୀକ୍ଷା ପାଇଁ ପଠାଇବ ପୋଲିସ। ଏହାରି ଭିତରେ ସେପଟେ ଚିନ୍ମୟୀଙ୍କ ମୃତ୍ୟୁର ତଦନ୍ତ କରୁଥିବା ଟିମ୍ ତାଙ୍କ ଭଡ଼ାଘର ଛାନଭିନ୍ କରିଛି।
ଘରୁ ତଦନ୍ତକାରୀ ଟିମକୁ ଏକ ଲାପଟପ୍ ଓ ଡାଏରୀ ଜବତ କରିଛି। ଡାଏରୀରେ ଥିବା ହସ୍ତାକ୍ଷର ଚିନ୍ମୟୀଙ୍କର ନା ନୁହେଁ, ସେଥିପାଇଁ ବିଶେଷଜ୍ଞଙ୍କ ସହାୟତା ନିଆଯିବ।ଏହି ଡାଏରୀରୁ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିପାରେ। ଡାଏରୀରୁ ମୃ-ତ୍ୟୁର ରହସ୍ୟ ଫିଟିବା ନେଇ ପୋଲିସ ଆଶା ରହିଛି।