Movie prime

ଆଲବମ୍ ଅଭିନେତା ଦେବାଶିଷ କେମିତି ନିଜ ନାୟିକା ମୋନାଲିସା ଙ୍କୁ ଭଲ ପାଇ ବାହା ହୋଇଥିଲେ, ଏବେ କିପରି ଅଛନ୍ତି ସେମାନେ ଦେଖନ୍ତୁ video

 
Special report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଆପଣମାନେ ଆଲବମ ହିରୋ ଦେବାଶିଷ ପାତ୍ରଙ୍କୁ ବହୁତ୍ ଭଲ ଭାବରେ ଜାଣିଥିବେ। ୨୦୧୦ ମସିହାରେ ସେ ପ୍ରଥମ କରି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ।
ସେବେ ଠାରୁ ଆରମ୍ଭ କରି ଏ ପର୍ଯ୍ୟନ୍ତ ଦେବାଶିଷ ଅନେକ ଗୁଡ଼ିଏ ଚଳଚ୍ଚିତ୍ର ରେ କାମ କରିସାରିଛନ୍ତି। ଏହା ସହିତ ସେ ଅନେକ ରିଆଲିଟି ଶୋ ରେ ଉପସ୍ଥାପକ ଓ ଜର୍ଜ ଭାବରେ ମଧ୍ୟ ନଜର ଆସିଛନ୍ତି। ଅଭିନୟ ପାଇଁ ସେ ଅନେକ ଗୁଡ଼ିଏ ପୁରସ୍କାର ମଧ୍ୟ ପାଇଛନ୍ତି। 
ଆପଣମାନେ ଜାଣିଥିବେ ଦେବାଶିଷ ପାତ୍ର ଯିଏକି ମୋନାଲିସାଙ୍କୁ ବିବାହ କରିଥିଲେ। ମୋନାଲିସା ହେଉଛନ୍ତି ଆଲବମ ଜଗତର ଜଣେ ନାମୀଦାମୀ ହିରୋଇନ। ଯିଏକି ନବେ ଦଶକର ଜଣେ ଲୋକପ୍ରିୟ ଆଲବମ୍ ଅଭିନେତ୍ରୀ।
ଦୁହେଁ ଏକାଠି ଅନେକ ଗୁଡ଼ିଏ ଆଲବମରେ ଏକାଠି ନଜର ଆସିଛନ୍ତି। ସୁଟିଂ ସେଟରୁ ଦୁହେଁ ପରସ୍ପରକୁ ଭଲ ପାଇ ବିବାହ କରିଥିଲେ। କିନ୍ତୁ ଦେବାଶିଷଙ୍କୁ ବିବାହ କଲାପରେ ମୋନାଲିସା ପୁରା ପୂରି ଆଲବମ ଜଗତ ଠାରୁ ଦୁରେଇ ଯାଇଥିଲେ ଓ ନିଜର ପରିବାର ସହ ସମୟ କାଟିଥିଲେ। 
ଦେବାଶିଷ ଏବଂ ମୋନାଲିସାଙ୍କର ଗୋଟେ ପୁଅ ଓ ଗୋଟେ ଝିଅ ଅଛନ୍ତି, ବର୍ତ୍ତମାନ ସମୟରେ ସେମାନେ ବଡ଼ ହୋଇଗଲେଣି। ଏପଟେ ବର୍ତ୍ତମାନ ସମୟରେ ଯଦି ଦେଖିବେ ଦେବାଶିଷ ଏବଂ ମୋନାଲିସାଙ୍କର କିଛି ଫୋଟୋ ବେଶ ଚର୍ଚ୍ଚାର ବିଷୟ ପାଲଟିଛି।
ତେବେ ପ୍ରଥମଥର ପାଇଁ ଦେବାଶିଷ ତାଙ୍କ ସ୍ତ୍ରୀ'ଙ୍କ ବିଷୟରେ ସୋସିଆଲ ମିଡିଆରେ କିଛି କହିଛନ୍ତି। ଆଉ ଆପଣମାନେ ଜାଣିଥିବେ କି ଗତକାଲି ମୋନାଲିସାଙ୍କର ଜନ୍ମଦିନ ଥିଲା। ଆଉ ଏଇ ଜନ୍ମଦିନରେ ଦେବାଶିଷ ମୋନାଲିସାଙ୍କୁ ଶୁଭେଚ୍ଛା ଜଣାଇଥିଲେ। 
ଆଉ ଦେବାଶିଷ ଲେଖିଥିଲେ ସେ ମୋନାଲିସାଙ୍କୁ ୨୪ବର୍ଷ ହେବ ଜାଣିଛନ୍ତି। ଆଉ ଏଥି ସହିତ ମୋନାଲିସା ଦେବାଶିଷଙ୍କର ବହୁତ ଭଲ ସାଙ୍ଗ, ବହୁତ ଭଲ ସ୍ତ୍ରୀ, ବହୁତ ଭଲ ବୋହୂ ଏପରି ବହୁତ ସାରା ପ୍ରଶଂସା କରିଥିଲେ ଦେବାଶିଷ।
ଆଉ ସେହି ଲେଖାରେ ମୋନାଲିସା ବି ଧନ୍ୟବାଦ ଜଣାଇଥିଲେ ଦେବାଶିଷଙ୍କୁ। ବନ୍ଧୁଗଣ ଯାହାକି ବର୍ତ୍ତମାନ ସୋସିଆଲ ମିଡ଼ିଆରେ ପ୍ରଥମ ଥର ପାଇଁ ଦେବାଶିଷ ସ୍ତ୍ରୀ ମୋନଲିସାଙ୍କ ଫୋଟୋ ଭାଇରାଲ ହେବାରେ ଲାଗିଛି।