Movie prime

ଗର୍ଜିଲେ ପ୍ରମିଳା ! ଆମ ଦିପାଳି ଝାରସୁଗୁଡ଼ା ରେ ବିପୁଳ ଭାବେ ଜିତିବ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ୍ ସମୟରେ ଝାରସୁଗୁଡାରେ ପୁର୍ବ ବିଜୟ ଦୋହରାଇବାକୁ ଯାଉଛି ବିଜେଡ଼ି। ଉପନିର୍ବାଚନରେ ମଧ୍ଯ ବିଜେଡିର ବିଜୟ ସୁନିଶ୍ଚିତ ହେବ।
ଏହା ମଧ୍ୟ ଜଣା ପଡ଼ିଛି କି ଲକ୍ଷାଧିକ ଭୋଟ ବ୍ୟବଧାନରେ ମଧ୍ୟ ଜିତିବାକୁ ଯାଉଛି ବିଜେଡ଼ି। ଆଉ ଏହି ଉପନିର୍ବାଚନରେ ବିଜେଡିର ବିଜୟ ସୁନିଶ୍ଚିତ ବୋଲି ମନ୍ତ୍ରୀ ପ୍ରମିଳା ମଲ୍ଲିକ ଏକଥା କହିଛନ୍ତି। କେବଳ ବିଜୟ ନୁହେଁ ବରଂ ଲକ୍ଷେ ଭୋଟ ବ୍ୟବଧାନରେ ଜିତିବ ବିଜେଡ଼ି।
ବିଜେଡ଼ି ସଦା ସର୍ବଦା ଲୋକଙ୍କ ପାଇଁ କାମ କରିଥିବା ବେଳେ ସବୁବେଳେ ମଧ୍ୟ ସେମାନଙ୍କ ସହ ରହିଛି। ସେମାନଙ୍କ ପ୍ରମୁଖ ବିରୋଧୀ ବିଜେପି ମଧ୍ୟ ଦଶ ବର୍ଷ ହେବ କେନ୍ଦ୍ରରେ ଶାସନ କରୁଛନ୍ତି।
ହେଲେ ସେମାନେ ଲୋକଙ୍କ ପାଇଁ କଣ କରିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ। କେନ୍ଦ୍ର ସରକାର ଙ୍କ ପାଇଁ ମଧ୍ୟ ବରିଷ୍ଟ ନାଗରିକ ମାନେ କାନ୍ଦୁଛନ୍ତି।
କାରଣ ତାଙ୍କୁ ମଧ୍ୟ ପେନସନ ଠିକ୍ ଭାବରେ ମିଳୁ ନାହିଁ। ବ୍ୟାଙ୍କ ଯାଇ ଟିପ ଚିହ୍ନ ସେମାନେ ଟିପ ଚିହ୍ନ ଦେଉଛନ୍ତି ଯାହା ଦ୍ୱାରା କି ତାଙ୍କୁ ଅନେକ ହଇରାଣ ହେବାକୁ ପଡ଼ୁଛି ବୋଲି ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି।
ସେପଟେ ମଧ୍ୟ ବିପୁଳ ସଂଖ୍ୟାରେ ବିଜେଡ଼ି କୁ ଭୋଟ ଦେଇ ଜିତେଇବାକୁ ପ୍ରଣ କରି ସାରିଛନ୍ତି ଜନ ସାଧାରଣ। ବିଜେଡ଼ି ବିଧାୟକ ଭୂପିନ୍ଦର ସିଂ ଏକଥା କହିଛନ୍ତି କି ବିଜେଡିର ବିକାଶ ମୂଳକ କାର୍ଯ୍ୟକ୍ରମ ହିଁ ବିଜେଡି କୁ ଜିତାଇବ।
ସ୍ବର୍ଗତ ନବ ଦାସ୍ ମଧ୍ୟ ଝାରସୁଗୁଡ଼ା ପାଇଁ ଅନେକ କାମ କରିଥିଲେ। ଉପନିର୍ବାଚନ ରେ ବିଜେପି ଓ କଂଗ୍ରେସ ପାଇଁ ବର୍ତ୍ତମାନ୍ ଦ୍ଵିତୀୟ ସ୍ଥାନ ପାଇଁ ଲଢେଇ ହେବ ବୋଲି ଭୂପିନ୍ଦର ସିଂ କହିଛନ୍ତି।
ଝାରସୁଗୁଡ଼ା ଉପ ନିର୍ବାଚନ ପାଇଁ ବିଜେଡ଼ି ଦୀପାଳୀ ଦାସ୍ ଙ୍କୁ ବିଜେଡ଼ି ପାର୍ଥି ଭାବରେ ଘୋଷଣା କରିଛି। ବିଜେପି ପାର୍ଥି ଭାବରେ ଟଙ୍କଧର ତ୍ରୀପାଠୀ ଓ କଂଗ୍ରେସ ପାର୍ଥି ଭାବରେ ତରୁଣ ପାଣ୍ଡେ ଙ୍କ ନାମ ଆସୁଛି। ତେବେ ଦେଖା ଯାଉ ଏହି ନିର୍ବାଚନ ରେ କାହାର ବିଜୟ ହେଉଛି।