Movie prime

ମଝି ନଈରେ ଅଲଗା ହେଲେ ସ୍ଵାମୀ ସ୍ତ୍ରୀ ଦେଖନ୍ତୁ କେମିତି ଘଟିଲା ଏତେବଡ଼ ଅଘଟଣ

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ୍ ସମାଜରେ ଏଭଳି କିଛି ଘଟଣା ଘଟିବାର ଲାଗିଛି କି କ୍ଷଣିକ ମଧ୍ୟରେ ସବୁ କିଛି ନଷ୍ଟ ଭ୍ରଷ୍ଟ ହୋଇ ଯାଉଛି। ଯାହାକୁ କି ଲୋକ ମାନେ ମଧ୍ୟ ଖୁବ ଶୀଘ୍ର ବିଶ୍ବାସ କରି ପାରୁ ନାହାଁନ୍ତି।ଏଭଳି ଏକ ଘଟଣା ସମ୍ପର୍କ ରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ। ଯେଉଁ ଘଟଣା ରେ ଦୁହେଁ ସାତ ଜନ୍ମର ସାଥୀ ପରସ୍ପର ଠାରୁ ଅଲଗା ହୋଇ ଯାଇଛନ୍ତି।
ଏଭଳି ଏକ ଘଟଣା ଘଟି ଯାଇଛି ମାଲକାନଗିରି ର ସ୍ୱାଭିମାନ ଅଞ୍ଚଳରେ। ସେଠାରେ ଥିବା ନଦୀ ରେ ଏହି ସ୍ଵାମୀ ସ୍ତ୍ରୀ ଦୁଇଜଣ ଡଙ୍ଗା ରେ ଯାଉଥିବା ସମୟରେ ଅଚାନକ ମଝି ନଦୀରେ ଆସିଥିଲା ପ୍ରଚଣ୍ଡ ବର୍ଷା ସହ ଘଡଘଡି। ଏହି ବର୍ଷା କୁ ସହ୍ୟ ନକରିପାରି ଡଙ୍ଗା ଟି ଭାରସାମ୍ୟ ହରାଇ ବସିଥିଲା ଓ ମଝି ନଦୀରେ ହିଁ ଏହା ବୁଡ଼ି ଯାଇଥିଲା। ଏହି ସମୟରେ ସ୍ୱାମୀ ସ୍ତ୍ରୀ ଦୁଇଜଣ ମଝି ନଦୀରେ ବୁଡି ଯାଇଥିଲେ।
ହେଲେ ସ୍ୱାମୀ ଜଣକ ନିଜ ଜୀବନ ତ ବଞ୍ଚାଇ ଦେଇଥିଲେ ହେଲେ ବଞ୍ଚେଇ ପାରିଲେ ନାହିଁ ତାଙ୍କ ସ୍ତ୍ରୀ ଙ୍କୁ। ଆପ୍ରାଣ ଚେଷ୍ଟା ସତ୍ତ୍ଵେ ମଧ୍ୟ ମଝି ନଦୀରେ ବୁଡ଼ି ଯାଇଥିଲେ ସ୍ତ୍ରୀ ଜଣକ ଏବଂ ସ୍ୱାମୀ ଜଣକ ତାଙ୍କ ସାତ ଜନ୍ମ ର ସାଥିକୁ ସେହି ଭରା ନଦୀରେ ହିଁ ହରାଇ ବସିଥିଲେ। ଯାହାକି ନିଶ୍ଚିତ ଭାବରେ ଥିଲା ଅତ୍ୟନ୍ତ ଦୁଃଖଦ ଘଟଣା। ମୃ-ତ ମହିଳା ଜଣକ ହେଉଛନ୍ତି ଯନ୍ତ୍ରୀ ଗ୍ରାମର ମୋତି ଗୁଲୁରି।
ଗତକାଲି ମୋତି ଗୁଲୁରୀ ଓ ସ୍ୱାମୀ ଅର୍ଜୁନ ଗୁଳୁରୀ ନିକଟସ୍ଥ ଗ୍ରାମ କୁ ନିଜ ସମ୍ପର୍କିତ ଙ୍କ ଘରକୁ ବୁଲିବା ପାଇଁ ଯାଇଥିଲେ। ଏବଂ ସେଠାରୁ ନିଜ ଗ୍ରାମକୁ ଏକ ଦେଶୀ ଡଙ୍ଗା ସାହାଯ୍ୟରେ ଫେରୁଥିବା ସମୟରେ ହଠାତ୍ ଅତ୍ୟଧିକ ମାତ୍ରାରେ ବର୍ଷା ହେବା କାରଣରୁ ଡଙ୍ଗା ଟି ବୁଡ଼ି ଯାଇଥିଲା ।ଯାହା ଫଳରେ ଡଙ୍ଗା ଓଲଟି ପଡିଥିଲା ଓ ସ୍ଵାମୀ ଜଣକ ନିଜକୁ ବଞ୍ଚେଇ ପାରିଥିବା ବେଳେ ସ୍ତ୍ରୀ ଜଣକ ପ୍ରଥମେ ନିଖୋଜ ଥିଲେ ଓ ପରେ ଅଗ୍ନିଶମ ବାହିନୀ ତାଙ୍କ ମୃ-ତ ଦେହକୁ ଉଦ୍ଧାର କରିଥିଲେ ।