Movie prime

ଯେତେ ଡାକିଲେ ଆଉ ଉଠିଲାନି ଭାଇ ଶେଷରେ ଶ-ବ ର ହାତରେ ରାକ୍ଷୀ ବାନ୍ଧିଲା ଭଉଣୀ - Exclusive

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଯଦି ଟିକିଏ ମୃ-ତ୍ୟୁ ଅପେକ୍ଷା କରିଥାଆନ୍ତା ତେବେ ଭଉଣୀ ଟିଏ ନିଜ ଭାଇ ହାତରେ ରାକ୍ଷୀ ବାନ୍ଧି ଦେଇ ଥାଆନ୍ତା। ରାକ୍ଷୀ ବାନ୍ଧିବାକୁ ସମସ୍ତ ପ୍ରସ୍ତୁତି ମଧ୍ୟ ସରି ଯାଇଥିଲା ଥାଳିରେ ଫୁଲ ଚନ୍ଦନ ଦୀପ ମଧ୍ୟ ସଜା ହୋଇ ରହିଥିଲା।
Special report
ନିଜ ଭାଇ ହାତରେ ଭଉଣୀ କେଉଁ ରାକ୍ଷୀ ବାନ୍ଧିବ ତାହା ମଧ୍ୟ ଭଉଣୀ ବାଛି ସାରିଥିଲା। ଖାଲି ରାକ୍ଷୀ ବାନ୍ଧିବା ର ମୁହୂର୍ତ୍ତ କୁ ଭଉଣୀ ଅପେକ୍ଷା କରି ରହିଥିଲା।
ହେଲେ ନିମିଶକେ ମାତ୍ରେ ସବୁକିଛି ସରି ଯାଇଥିଲା। ସତେ ଯେପରି ଆକାଶ ଟି ଛିଣ୍ଡି ତା ଉପରେ ପଡି ଯାଇଥିଲା। ଭାଇ ପାଇଁ ଥାଳିରେ ଲାଗିଥିବା ଦୀପ ଟି ମଧ୍ଯ ଲିଭି ଯାଇଥିଲା।
Special report
ଯେଉଁ ଭାଇ ପାଇଁ ଏତେ ବନ୍ଦବସ୍ତ କରାଯାଇ ଥିଲା ସେହି ଭାଇ ହିଁ ଆଉ ରାକ୍ଷୀ ବାନ୍ଧି ପାରିଲା ନାହିଁ। ଘରେ ପଡିଥିଲା କାନ୍ଦ ବୋବାଳି କିଏ ଛାତିକୁ ଆଉଁସି ଦେଉଥିଲା ତା ଆଉ କିଏ ମୁଣ୍ଡ ପିଟି ମଧ୍ୟ କାନ୍ଦିବାରେ ଲାଗି ପଡିଥିଲା।
ସମସ୍ତେ ତାଙ୍କୁ ଉଠ ଉଠ ବୋଲି ଡାକୁ ଥିବା ବେଳେ ନା ଭାଇ ଆଉ ଉଠିଲା ନା ସେ ନିଜ ଭଉଣୀ ମୁହଁକୁ ଚାହିଁ ରହିଲା। ଆଉ ସେଦିନର ରାକ୍ଷୀ ଭିଜି ଯାଇଥିଲା ଆଖି ଲୁହରେ। ରାକ୍ଷୀ ପୂର୍ଣ୍ଣିମା ରେ ହିଁ ଭାଇ ଦୁନିଆକୁ ଛାଡ଼ି ସବୁଦିନ ପାଇଁ ଆରପାରି କୁ ଚାଲି ଯାଇଥିଲା।
Special report
ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ତେଲେଙ୍ଗାନା ର ପେଡାପଲ୍ଲୀ ଅଞ୍ଚଳରେ। ଘରେ ରକ୍ଷା ବନ୍ଧନ ଚାଲିଥିବା ବେଳେ ଚୌଧୁରୀ କନକିଆ ନାମକ ଜଣେ ବ୍ୟକ୍ତି ଙ୍କ ଛାତିରେ ଯନ୍ତ୍ରଣା ଅନୁଭବ ହୋଇଥିଲା।
ଡାକ୍ତର ଖାନା କୁ ଯିବା ପୁର୍ବରୁ ତାଙ୍କର ଘରେ ହିଁ ହୃଦ୍ ଘାତ ହୋଇ ଯାଇଥିଲା। ଏହାପରେ ଘରେ ହିଁ କନକିଆ ଙ୍କ ମୃ-ତ୍ୟୁ ଘଟିଥିଲା। ଏଭଳି ଏକ ଖବର ମଧ୍ୟ ସମସ୍ତଙ୍କୁ ସ୍ତବ୍ଧ କରି ଦେଇଥିଲା। ଏକଥାକୁ ଯିଏ ଶୁଣୁଥିଲା ତାର ଆଖିର ଲୁହ ମଧ୍ୟ ଆଉ ଅଟକି ରହି ପାରୁ ନଥିଲା।
ଆଉ ଭାଇର ମୃ-ତ୍ୟୁ ପରେ ମଧ୍ୟ ଭଉଣୀ ତାର କର୍ତ୍ତବ୍ୟ କୁ ଭୁଲି ଯାଇ ନଥିଲା। ଶେଷ ଥରକ ପାଇଁ ହେଉ ପଛେ ସୂତା ଖଣ୍ଡକର ମାନ ସେ ରଖିଥିଲା। ଏହାପରେ ଭଉଣୀ ଜଣକ ମୃ-ତ ଭାଇ ହାତରେ ରାକ୍ଷୀ ବାନ୍ଧି ଥିଲେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.