Movie prime

ମୋ ବାପା ଯାହା ବି କାମ କରିଛନ୍ତି ତାହା କେବେ ବି ଝାରସୁଗୁଡ଼ା ଲୋକେ ଭୁଲି ପାରିବେନି, ଆମେ ଏବେ ବି ଆମ ଲୋକ ଙ୍କ ସହ ଅଛୁ, ସେମାନେ ସାଥ ଦେଲେ ଆଗକୁ ବି ରହିବୁ

 
Special report
ଆପଣମାନେ ଜାଣିଥିବେ ଯେ ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ଙ୍କୁ ଗୁଳି କରି ହ-ତ୍ୟା କରା ଯାଇଥିବା ଘଟଣା ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି।ଏହାରି ଭିତରେ ଆହୁରି ଏକ ବଡ଼ ଖବର ସାମ୍ନାକୁ ଆସିଛି।
ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ଙ୍କ ଆଉ ବିଶାଳ ଗଣମାଧ୍ୟମ ସାମ୍ନାରେ ଝାରସୁଗୁଡ଼ା ର ଉପ ନିର୍ବାଚନ ପାଇଁ ସ୍ପଷ୍ଟ ସଂକେତ ଦେଇଛନ୍ତି।ବିଶାଳ ଗଣମାଧ୍ୟମ ସାମ୍ନାରେ କହିଛନ୍ତି ଯେ ତାଙ୍କ ବାପାଙ୍କ ପ୍ରତି ଲୋକ ମାନଙ୍କର ଭଲ ପାଇବା ରହିଛି।
ତାଙ୍କ ବାପା ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ଙ୍କ ଦେ-ହା-ନ୍ତ ହେବାପରେ ଲୋକ ମାନଙ୍କ ପଛରେ କେହି ନାହାନ୍ତି ବୋଲି ଭାବନ୍ତୁ ନାହିଁ।କାରଣ ସ୍ବାସ୍ଥ୍ୟ ମନ୍ତ୍ରୀ ଙ୍କ ପୁଅ ଆଉ ଝିଅ ଲୋକ ମାନଙ୍କ ସହିତ ସବୁବେଳେ ଅଛନ୍ତି।
ଯେଉଁ ଭଳି ଭାବରେ ଲୋକମାନେ ସ୍ନେହ,ଭଲ ପାଇବା ଆଉ ମାନ ସମ୍ମାନ ଦେଉଛନ୍ତି ଏହା ବିଶାଳ କେବେ ଭୁଲି ପାରିବେ ନାହିଁ ବୋଲି କହିଛନ୍ତି।ତାଙ୍କ ବାପାଙ୍କ ଦେହାନ୍ତ ପରେ ଏହି ଲୋକମାନେ ହିଁ ତାଙ୍କ ସହିତ ରହିଛନ୍ତି।ଏଥିପାଇଁ ସେ ସବୁ ଲୋକ ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ଝାରସୁଗୁଡ଼ା ବାସୀ ସମସ୍ତଙ୍କୁ ସେ କେବେ ଭୁଲିବେ ନାହିଁ। ବିଶାଳ ଆହୁରି କହିଛନ୍ତି ଯେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାହାକୁ ସପୋର୍ଟ କରିବେ ସେ ମଧ୍ୟ ତାଙ୍କୁ ସପୋର୍ଟ କରିବେ। ପରିବାର ସବୁବେଳେ ମୁଖ୍ୟ ମନ୍ତ୍ରୀ ଙ୍କ ସାଙ୍ଗ ରେ ରହିଛନ୍ତି।
ଏହି ବିଷୟରେ କାହାର କିଛି ଆପତ୍ତି ନାହିଁ।ବିଶାଳ ଆଉ ତାଙ୍କ ଭଉଣୀ ସବୁବେଳେ ଲୋକ ମାନଙ୍କୁ ଦେଖା କରୁଛନ୍ତି।ଅନେକ ଲୋକ ମାନଙ୍କୁ ଚିହ୍ନୁଛନ୍ତି।ତାଙ୍କ ସହିତ କଥା ହେଉଛନ୍ତି।ଆଗକୁ ଆହୁରି ମଧ୍ୟ ଯୋଜନା କରୁଛନ୍ତି।
ଏହି ଭିଡିଓ ଟି ବର୍ତମାନ ସୋସିଆଲ ମିଡିଆରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।କିଛି ଦର୍ଶକ ମାନେ ଏହା ଦେଖି ଖୁସି ହେଉଥିବା ବେଳେ ଆଉ କିଛି ଲୋକମାନେ ବିପକ୍ଷ ରେ କହିଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.