Movie prime

ଝିଲିକଙ୍କ ନୂଆ ଫିଲ୍ମ ଦେଖନ୍ତୁ ମୁଖ୍ୟ ଭୂମିକା ରେ ଏଲିନା ଏବଂ ଆମ୍ଳାନ ଦେଖନ୍ତୁ କେମିତି ହେବ ଫିଲ୍ମ ନିର୍ମାଣ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ନିଶ୍ଚିତ ଭାବରେ ଅନେକ ଗୁଡ଼ିଏ ଓଡିଆ ସିନେମା ଦେଖୁଥିବେ। ଏବଂ ଅନେକ ହିରୋ ଓ ହିରୋଇନ୍ ମାନଙ୍କୁ ମଧ୍ୟ ଦେଖିବାକୁ ପାଇଥିବେ। ତେବେ ଆପଣ ମାନେ ଜାଣିଥିବେ କି ଝିଲୀକ୍ ଭଟ୍ଟାଚାର୍ଯ୍ୟ ହେଉଛନ୍ତି
ଆମ ଓଲିଉଡ଼ ର ଜଣେ ଆଗ ଧାଡ଼ି ର ଅଭିନେତ୍ରୀ। ସେ ବଙ୍ଗୀୟ ହୋଇଥିଲେ ମଧ୍ୟ ଆମ ଓଡ଼ିଶାରେ ସେ ବହୁତ ଫେମସ୍ ଅଟନ୍ତି। ସେ ଆମର ଓଡିଆ ସିନେ ଜଗତକୁ ମଧ୍ୟ ଅନେକ ଗୁଡ଼ିଏ ହିଟ୍ ସିନେମା ଭେଟି ଦେଇଛନ୍ତି।
ଏବେ ସେ ଖୋର୍ଦ୍ଧା ଜଟଣୀ ବିଧାୟକ ପ୍ରିତିରଞ୍ଜନ ଘଡେ଼ଇ ଙ୍କୁ ବିବାହ କରି ଓଡ଼ିଶାରେ ରହିଛନ୍ତି। ଏଥି ସହ ତାଙ୍କର ଦୁଇ ଜଣ କନ୍ୟା ସନ୍ତାନ ମଧ୍ଯ ଅଛନ୍ତି। ସେ ଏବେ ଆଉ ଫିଲ୍ମ୍ ରେ ଅନେକ ଦିନ ହେଲା ନଜର ଆସୁ ନାହାଁନ୍ତି।
ହେଲେ ଏବେ ଏକ ବଡ଼ ଖବର ସାମ୍ନାକୁ ଆସିଛି ଝିଲୀକ୍ ଭଟ୍ଟାଚାର୍ଯ୍ୟ ଏବେ ଫିଲ୍ମ୍ ରେ ପ୍ରୋଯୋଜକ ଭାବରେ କାମ କରିବାକୁ ଯାଉଛନ୍ତି। ଏବଂ ସେ ଏକ ଫିଲ୍ମ୍ ମଧ୍ୟ ନିର୍ମାଣ କରି ସାରିଛନ୍ତି।
ଏବଂ ସେହି ଫିଲ୍ମ୍ ରେ ହିରୋ ଭାବରେ ନଜର ଆସିବେ ଓଲିଉଡ଼ ଅଭିନେତା ଅମ୍ଳାନ ଦାସ ଓ ଓଲିଉଡ଼ ର ଚୁଲବୁଲି ଅଭିନେତ୍ରୀ ଏଲିନା ସାମନ୍ତରାୟ। ପ୍ରଥମ ଥର ପାଇଁ ଦର୍ଶକ ପରଦା ଉପରେ ଏହି ଦୁଇ କଳାକାର ଙ୍କୁ ଏକାଠି ଦେଖା ଯିବେ।
ଏହି ଫିଲ୍ମ୍ ପାଇଁ ଝିଲୀକ୍ ମଧ୍ୟ ବେଶ ଆଶାୟୀ ଅଛନ୍ତି। କାରଣ ସେ ଏହି ଫିଲ୍ମ୍ ରେ ପ୍ରଯୋଜନା କରିଛନ୍ତି। ଲୋକ ମାନେ ଆଗରୁ ତାଙ୍କୁ ଅଭିନେତ୍ରୀ ଭାବରେ ଦେଖି ଆସିଥିଲେ।
ମାତ୍ର ବର୍ତ୍ତମାନ୍ ସମୟରେ ଦର୍ଶକ ମାନେ ତାଙ୍କୁ ଏକ ପ୍ରଯୋଜକ ଭାବରେ ଦେଖିବେ। ଏଥି ପାଇଁ ଲୋକ ମାନେ ଏହି ଫିଲ୍ମ୍ କୁ ବେଶ ଇଚ୍ଛୁକତା ସହକାରେ ଅପେକ୍ଷା କରି ରହିଛନ୍ତି।
ତେବେ ଏହି ଫିଲ୍ମ୍ ଆଗକୁ ସୁପରହିଟ ହେବ ବୋଲି ମଧ୍ୟ ଆଶା କରାଯାଇଛି। ତେବେ ଆପଣ ଏହି ଫିଲ୍ମ୍ କୁ କେତେ ଇଛୁକତା ସହକାରେ ଅପେକ୍ଷା କରି ରହିଛନ୍ତି ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.