Movie prime

୧୭ ବର୍ଷୀୟ ଝିଅ ଲିଭର୍ ଦେଇ ରଖିଦେଲେ ଜୀବନ ହେଲେ ପିଣ୍ଟୁ ଙ୍କ ଅବସ୍ଥା କଣ ହେବ

 
Special Report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ସୋସିଆଲ ମିଡ଼ିଆରେ ପ୍ରତେକ ଦିନ ଅନେକ ପ୍ରକାରର ଭିଡ଼ିଓ ଭାଇରାଲ ହେଉଥିବାର ଆପଣମାନେ ଦେଖିବାକୁ ପାଉଥିବେ।
ତେବେ ବେଳେବେଳେ ଏଭଳି କିଛି ଭିଡ଼ିଓ ସାମ୍ନାକୁ ଆସିଥାଏ ଯାହା ଆମ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥାଏ ଆଉ ବର୍ତ୍ତମାନ ସେହି ଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଟିଏ ଭାଇରାଲ ହେବାରେ ଲାଗିଛି ସୋସିଆଲ ମିଡ଼ିଆରେ।
ତେବେ ବନ୍ଧୁଗଣ ବାପାଙ୍କୁ ଲିଭର ଦେଇ ନୂଆ ଜୀବନ ଦେଲା ନାବାଳିକା ଝିଅ। ଜୀବନ ଦେଇଥିବା ୧୭ ବର୍ଷୀୟ ଝିଅ ଜଣଙ୍କ ହେଉଛନ୍ତି ଦେବାନନ୍ଦା। ନିଜର ଲିଭର ଦାନ କରି ବାପାଙ୍କୁ ନୂଆ ଜୀବନ ଦେଇ ଏବେ ଚର୍ଚ୍ଚାରେ କେରଳ ଥିରୁଅନନ୍ତପୁରମର ଦେବନନ୍ଦା। 
ସେ ଦେଶର ସର୍ବ କନିଷ୍ଠ ଅର୍ଗାନ ଡୋନର ହୋଇଛନ୍ତି। କେରଳର ତ୍ରିସୁର ଅଧିବାସୀ ପ୍ରତୀଶଙ୍କ ଗୋଡ଼ରେ ପାଣି ଜମି ଯାଇଥିଲା। ପରୀକ୍ଷା ପରେ ସେ ଯକୃତ ରୋଗରେ ଆ-କ୍ରା-ନ୍ତ ଥିବା ଜଣାପଡ଼ିଥିଲା।
ସେ ଯକୃତ ଜନିତ କ୍ୟା-ନ-ସ-ରରେ ପୀଡ଼ିତ ଥିବା ରିପୋର୍ଟ ଆସିବା ପରେ ତୁରନ୍ତ ପ୍ରତିରୋପଣ ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ। ଏହାପରେ ପରିବାର ଲୋକ ଦୁଃଖରେ ଭାଙ୍ଗି ପଡ଼ିଥିଲେ।
ସେମାନେ ବିଭିନ୍ନ ଲୋକଙ୍କ ସହ ଯୋଗାଯୋଗ କରି ଲିଭର ଯୋଗାଡ଼ ପାଇଁ ପ୍ରୟାସ ମଧ୍ୟ କରିଥିଲେ। ଲିଭର ଟ୍ରାନ୍ସପ୍ଲାଣ୍ଟ ଶେଷ ରାସ୍ତା ପାଲଟିଯାଇଥିଲା। 
ଶେଷରେ ଲିଭର ଦାନ ପାଇଁ ଆଗେଇ ଆସିଥିଲେ ଦେବନନ୍ଦା। ହେଲେ ଲିଭର ଦାନ ପାଇଁ ନିୟମ ସାଜିଥିଲା ବାଧକ। ନିୟମ ଅନୁସାରେ ୧୮ ବର୍ଷରୁ କମ୍ ବୟସର ପିଲା ଅଙ୍ଗ ଦାନ କରିପାରିବେ ନାହିଁ।
ତେଣୁ ଦେବନନ୍ଦା କେରଳ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ବାପାଙ୍କୁ ଲିଭର ଦାନ କରିବା ପାଇଁ କୋର୍ଟଙ୍କୁ ଅନୁମତି ମାଗିଥିଲେ। କୋର୍ଟ ମଧ୍ୟ ଲିଭର ଦାନ ପାଇଁ ଅନୁମତି ଦେଇଥିଲେ।
ଫେବ୍ରୁଆରୀ ୯ ତାରିଖରେ ବାପା ପ୍ରୀତିଶଙ୍କୁ ତାଙ୍କ ଲିଭରର କିଛି ଅଂଶ ଡୋନେଟ୍ କରିଥିଲେ। ଡାକ୍ତରମାନେ ତୁରନ୍ତ ତାଙ୍କର ଅସ୍ତ୍ରୋପଚାର କରିଥିଲେ। 
ଏହା ପରେ ହସ୍ପିଟାଲ ମ୍ୟାନେଜମେଣ୍ଟ ସେମାନଙ୍କ ମେଡିକାଲ ବିଲ ଛାଡ କରିଥିଲେ। ଦେବନନ୍ଦା ଏବେ ଦ୍ୱାଦଶ ଶ୍ରେଣୀର ଛାତ୍ରୀ। ବାପା ମା’ଙ୍କ ପାଇଁ ସେମାନଙ୍କ ପିଲାମାନେ ଯେମିତି ମୂଲ୍ୟବାନ, ପିଲାମାନଙ୍କ ପାଇଁ ବାପା-ମା ମଧ୍ୟ ସେତିକି ମୂଲ୍ୟବାନ।
ଏହାକୁ ପ୍ରମାଣ କରିଛନ୍ତି ୧୭ ବର୍ଷୀୟ ଝିଅ ଦେବନନ୍ଦା। ରୋଗଗ୍ରସ୍ତ ବାପାଙ୍କୁ ବଞ୍ଚାଇବାକୁ ନାବାଳିକା ଝିଅ ନିଜର ଲିଭର ଦାନ କରିଛନ୍ତି। ଝିଅର ଲିଭର ପାଇ ଏବେ ବାପା ଜଣଙ୍କ ନୂଆ ଜୀବନ ପାଇଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.