Movie prime

Bhubaneswar ରେ ଯୁବତୀ ଙ୍କୁ ଲିପ୍ଟ ବାହାନା ରେ ରେପ୍, ବାଇକ୍ ରେ ବୁଲେଇ ବୁଲେଇ ନେଲେ ଇଜ୍ଜତ୍

 
Special report
ନମସ୍କାର ପାଠକ ବନ୍ଧୁ। ରାଜଧାନୀ ଭୁବନେଶ୍ଵର ରେ ଏକ ଏଭଳି ଘଟଣା ଘଟିଛି ଯାହାକି ଚାଞ୍ଚଲ୍ୟ ଖେଳାଇ ଦେଇଛି। ବାଇକ୍ ରେ ବସାଇ ଯୁବତୀଙ୍କୁ ନେଇ ଏକ ନିଛାଟିଆ ସ୍ଥାନରେ ଯୁବତୀ ଙ୍କୁ ଦୁ-ଷ୍କ-ର୍ମ କରିଲେ ଯୁବକ ଜଣକ।
ଯୁବତୀ ଙ୍କୁ ଲିଫ୍ଟ ଦେବା ବାହାନାରେ ଯୁବକ ଜଣକ ତାଙ୍କୁ ତାଙ୍କ ସାଥୀରେ ନେଇ ଯାଇଥିଲେ। ହେଲେ ଯୁବତୀ ଜଣକ ଉକ୍ତ ଯୁବକ ଙ୍କ ମନ୍ଦ ଉଦ୍ଦେଶ୍ୟ ସମ୍ପର୍କ ରେ ଜାଣି ନଥିଲେ।
ସେ ଯୁବତୀ ଜଣକ ଙ୍କୁ ଏକ ନିଛାଟିଆ ସ୍ଥାନ କୁ ନେଇ ଯାଇଥିଲେ ଏବଂ ସେଠାରେ ତାଙ୍କୁ ଦୁ-ଷ୍କ-ର୍ମ କରିଥିଲେ। ଏହାପରେ ସେଠାରେ ଥିବା ସ୍ଥାନୀୟ ଲୋକ ମାନେ ଏହା ଜାଣିପାରି ଯୁବକଙ୍କୁ ନିର୍ଦ୍ଧୁମ ମାଡ଼ ମଧ୍ଯ ମାରିଥିଲେ।
Special report
ଏହାପରେ ସମସ୍ତ କଥା ସେମାନେ ପୋଲିସ ଙ୍କୁ ଜଣାଇ ଥିଲେ। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଯୁବତୀ ଜଣକ ଙ୍କୁ ଉଦ୍ଧାର କରିବା ସହ ଯୁବକଙ୍କୁ ଏବେ ପୋଲିସ୍ ଗିରଫ ମଧ୍ଯ କରିଛି।
ସୁଚନା ଅନୁସାରେ ଯୁବତୀ ଜଣକ ହେଉଛନ୍ତି ଏକ ହୋଟେଲ୍ ମ୍ୟାନେଜମେଣ୍ଟ ର ଛାତ୍ରୀ। ସେ ସ୍ଥାନୀୟ ଏକ ରେଷ୍ଟୁରାଣ୍ଟ ରେ କାମ ସାରି ଘରକୁ ଫେରୁଥିବା ସମୟରେ ବଳ ପୂର୍ବକ ସେ ଦୁ-ଷ୍କ-ର୍ମ ର ଶିକାର ହୋଇଛନ୍ତି।
ତେବେ ଏହି ମାମଲାରେ ସତ୍ୟ ନାରାୟଣ ସାହୁ କୁ ଗିରଫ କରିଛି ପୋଲିସ। ହୋଲି ରାତିରେ ରାଜଧାନୀ ରେ ଯୁବକ ଏଭଳି ଏକ ନିନ୍ଦନୀୟ କାମ କରିଥିଲେ। ଲିଫ୍ଟ ଦେବା ବାହାନାରେ ସେ ଯୁବତୀ ଜଣକ ସହ ଏଭଳି ଅମାନବୀୟ କାମ କରିଥିଲେ।
ଏବେ ଏହି ଘଟଣା ଶୁଣିବା ପରେ କୌଣସି ଝିଅ ରାତିରେ ବାହାରକୁ ବାହାରିବା ପୂର୍ବରୁ ସହେ ଥର ଚିନ୍ତା କରିବେ। ସେମାନେ ଏଥିପାଇଁ ଚିନ୍ତିତ ହୋଇ ଯିବେ କି ପ୍ରକୃତରେ ସେ ସୁରକ୍ଷିତ ଅଛନ୍ତି କି ନାହିଁ ଏନେଇ ମଧ୍ୟ ସେମାନଙ୍କ ମନରେ ପ୍ରଶ୍ନ ଉଙ୍କି ମାରିବ।
ଏହି ଘଟଣାର ପୋଲିସ ତଦନ୍ତ କରିବା ପରେ ହିଁ ଦୋଷୀ କୁ ଶାସ୍ତି ମିଳିବ ବୋଲି ଜଣା ପଡିଛି। ତେବେ ଏହି ଘଟଣା ପ୍ରତି ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.