Movie prime

କାହିଁକି ଛାଡପତ୍ର ହୋଇପାରୁନି ଏହି ଲୋକପ୍ରିୟ ଯୋଡିଙ୍କ ଏହି ହେଉଛି ମୂଳ କାରଣ ଦେଖନ୍ତୁ କଣ

 
Special report
ବର୍ତମାନ ଅଭିନେତା ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶିନୀ ଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି।କାହିଁକି ହୋଇ ପାରୁନାହିଁ ବର୍ଷା ଓ ଅନୁଭବ ମହାନ୍ତି ଙ୍କ ର ଛାଡପତ୍ର?କଣ ପାଇଁ ହେଉଛି ଏତେ ବିଳମ୍ବ?
ଲୋକମାନଙ୍କ ମନରେ ଏଭଳି ପ୍ରଶ୍ନ ଅନେକ ପ୍ରଶ୍ନ ଉଙ୍କି ମାରୁଛି।ସତ କଥା କହିଛନ୍ତି ଅଭିନେତା ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶିନୀ ଙ୍କ ଓକିଲ।କୋର୍ଟ ରେ ବର୍ଷା ଏବଂ ଅନୁଭବ ଙ୍କ ପାରିବାରିକ ବିବାଦ ମାମଲା ଦିନକୁ ଦିନ ଗଡ଼ି ଚାଲିଛି।
ବିବାଦର ସମାଧାନ କିନ୍ତୁ କିଛି ବାହାରି ପାରିନାହିଁ।ଏହାରି ଭିତରେ ବିବାଦ କୁ ଦୁଇ ରୁ ଅଧିକ ବର୍ଷ ହୋଇଗଲାଣି।ଏନେଇ ଆପଣ ମାନଙ୍କ ମନରେ ଏମିତି କିଛି ପ୍ରଶ୍ନ ଉଙ୍କି ମାରୁଥିବ
Special report
ଯେ ଛାଡପତ୍ର ଅଳ୍ପ କିଛି ଦିନ ମଧ୍ୟରେ ହୋଇଯାଏ ହେଲେ ଏହି ଛାଡପତ୍ର ରେ ଏମିତି କଣ ରହିଛି ଯେ ଦୁଇ ବର୍ଷ ରୁ ଅଧିକ ହୋଇଗଲାଣି ସମାଧାନ ହୋଇ ପାରୁ ନାହିଁ।ତେବେ ଉଭୟଙ୍କ ଓକିଲ ଏନେଇ କହିଛନ୍ତି।
ଯେତେବେଳେ ଉଭୟ ପକ୍ଷ ଛାଡପତ୍ର ପାଇଁ ସହମତି ପ୍ରକାଶ କରିଥାନ୍ତି ସେତେବେଳେ ଛାଡପତ୍ର ଅଳ୍ପ ସମୟ ମଧ୍ୟରେ ହୋଇଯାଏ।ଜର୍ଜ ଉଭୟ ଦମ୍ପତି ଙ୍କୁ ୬ ମାସ ସମୟ ଦେଇଥାନ୍ତି।
ଯଦି ଏହି ସମୟ ମଧ୍ୟରେ ବୁଝାସୁଝା ନ ହୁଏ ତେବେ ପରବର୍ତ୍ତୀ ଶୁଣାଣି ରେ ଛାଡପତ୍ର ପ୍ରଦାନ କରାଯାଇଥାଏ। ଯଦି ଉଭୟ ଉଭୟଙ୍କ ଉପରେ ଅଭିଯୋଗ ବା ଦୋଷ ଦେଇଥାଏ ସେତେବେଳେ ଏହି ବିବାଦ ବର୍ଷ ବର୍ଷ ଧରି କୋର୍ଟ ରେ ଚାଲିଥାଏ।
ଯେପରି ବର୍ଷା ପ୍ରିୟଦର୍ଶିନୀ ଏବଂ ଅନୁଭବ ମହାନ୍ତି ଙ୍କ ମାମଲାରେ ହୋଇଛି। ବର୍ଷା ଙ୍କ ଓକିଲ ଙ୍କ କହିବା ଅନୁସାରେ ବିଳମ୍ବ ହେବା ପଛରେ ରହିଛି ଭାଷାଗତ ସାମଞ୍ଜସ୍ୟ।
ବର୍ଷା ଓଡ଼ିଆ ହୋଇଥିବା ବେଳେ ଅନୁଭବ ଙ୍କ ଓକିଲ ହେଉଛନ୍ତି ପୁରା ହିନ୍ଦୀ ଆଉ ଇଂରାଜୀ। ଯାହାକୁ ବୁଝିବା ପାଇଁ ଅନୁଭବ ଙ୍କ ଓକିଲ ଙ୍କୁ ବିଳମ୍ବ ହେଉଛି।ଅନୁଭବ ଙ୍କ ଓକିଲ ଦୁଇଟି ପ୍ରଶ୍ନ କହି ୧୫ ଟି ପ୍ରଶ୍ନ ପଚାରୁଛନ୍ତି।
ଯେଉଁ ପ୍ରଶ୍ନ କିଛି ଆବଶ୍ୟକତା ହିଁ ନାହିଁ।ଏହି ଭିଡିଓ ଟି ବର୍ତମାନ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.