Movie prime

କନେଷ୍ଟବଳ ଙ୍କୁ ଆକ୍ରମଣ କରିଥିଲେ ଏବେ ଗିରଫ ହେଲେ ଦେଖନ୍ତୁ ଆସିଲା ବଡ ଖବର

 
Special Report
ନମସ୍କାର ପାଠକ ବନ୍ଧୁ। ଆପଣ ଜାଣିଥିବେ ନିଶ୍ଚୟ, ଜନସାଧାରଣଙ୍କ ସୁରକ୍ଷା ବଜାୟ ରଖିବା ଏବଂ ଯେଉଁମାନେ ନିୟମ ଭାଙ୍ଗନ୍ତି ସେମାନଙ୍କୁ ଉତ୍ତରଦାୟୀ କରିବା ପାଇଁ ଆମର ପୋଲିସ୍ କର୍ମଚାରୀମାନେ ପ୍ରତ୍ୟେକ ଦିନ ଆମ ପାଇଁ କଠିନ କାର୍ଯ୍ୟ କରିଥାନ୍ତି।
ଯଦି ପୋଲିସ ଆମ ସୁରକ୍ଷା ଓ ଶୃଙ୍ଖଳା ବ୍ୟବସ୍ଥା ବଜାୟ ରଖିବା ପାଇଁ ରହିଛି ଏବଂ ତାକୁ ହିଁ ତାର କର୍ତ୍ତବ୍ୟ କରୁଥିବା କାରଣ ରୁ ଆକ୍ରମଣ କରାଯାଏ, ତେବେ କିଏ କରିବ ସେହି ପୋଲିସ୍ ର ସୁରକ୍ଷା..???
କିଏ କରିଲା ପୋଲିସ୍ କୁ ଆକ୍ରମଣ..?? କାହିଁକି କରିଲା ପୋଲିସ୍ କୁ ଆକ୍ରମଣ..?? କଣ ରହିଛି ଏହି ଘଟଣା ପଛରେ, ଆସନ୍ତୁ ଜାଣିବା।
ଏପରି ଏକ ଘଟଣା ଦେଖିବାକୁ ମିଳିଛି ରାଜ୍ୟ ର ରାଜଧାନୀ ଭୁବନେଶ୍ୱର ଠାରେ। ବିଏସଏସ୍ ନଗର ହାଟ ପାଖରେ ହୋଇଥିଲା ହଙ୍ଗାମା।
ଭୁବନେଶ୍ବର ଡିସିପି ପ୍ରତୀକ ସିଂହ, ସାମ୍ବାଦିକ ମାନଙ୍କୁ ଘଟଣା ଉପରେ ନିଜ ଷ୍ଟେଟମେଣ୍ଟ ଦେଇଥିଲେ ଏବଂ ପୂର୍ଣ୍ଣ ଦୃଶ୍ୟ ସମ୍ବନ୍ଧ ରେ ଅବଗତ କରାଇଥିଲେ। ରବିବାର ପଡ଼ିଥିଲା ବିଏସଏସ୍ ନଗର ରେ ହାଟ, ଯେଉଁଥିପାଇଁ ହୋଇଥାଏ ଗାଡିମଟର ଭିଡ଼।
ଗାଡ଼ି ପାର୍କିଂ ଯୋଗୁଁ ହେଉଥିବା ଭିଡ଼ କୁ ନିୟନ୍ତ୍ରଣ କରିବା ପାଇଁ କନେଷ୍ଟବଳ ମନୋଜ ବେହେରା ଥିଲେ ଉପସ୍ଥିତ। କିନ୍ତୁ ଘଟିଗଲା ତାଙ୍କ ସହ ଏପରି ଏକ ଦୁର୍ଘଟଣା ଯାହାକି ଅନେକ ନିନ୍ଦନୀୟ।
ଘଟଣା ଟି ଏହା ଯେ, ମାଂସ ଦୋକାନ ଆଗରେ ଥିଲା ଏକ ବାଇକ୍,ଯାହାକି ଅନ୍ୟ ଗାଡ଼ି ଯାତାୟାତ ପାଇଁ ବାଧା ସୃଷ୍ଟି କରିଥିଲା। କନେଷ୍ଟବଳ ମନୋଜ ବେହେରା ଗାଡ଼ି ଟି ର ନିକଟ ରେ କାହାକୁ ଦେଖିବାକୁ ନ ପାଇ,
ଗାଡ଼ି କୁ ଘୁଞ୍ଚାଇବାକୁ ଚେଷ୍ଟା କରିଥିଲେ। ଏହା ଦେଖି ଦୂର ରୁ ଆସିଯାଇଥିଲେ ଗାଡ଼ି ର ମାଲିକ ଏବଂ ଆରମ୍ଭ କରିଥିଲେ ନିଜର ଉଦ୍ଧତାମି।
ନିଜକୁ ଏକ ଡିଏସପି ବୋଲି ପରିଚୟ ଦେଇଥିବାରେ କନେଷ୍ଟବଳ ତାଙ୍କୁ ଗାଡ଼ି ହଟାଇବା ପାଇଁ କହିଥିଲେ ଏବଂ ଗାଡ଼ି ନ ହଟାଇଲେ ଫୋଟୋ ନେଇଯିବେ ବୋଲି ମଧ୍ୟ କହିଥିଲେ।
କନେଷ୍ଟବଳ ସେ ବ୍ୟକ୍ତି ଙ୍କୁ କହିଥିଲେ-"ଆପଣ ଉନିଫର୍ମେ ରେ ନାହାଁନ୍ତି, ପ୍ରମାଣ କାଗଜ ପତ୍ର ମଧ୍ୟ ନାହିଁ ଯେ ଆପଣ ଏକ ଡିଏସପି। ଦୟାକରି ଗାଡ଼ି ହଟାନ୍ତୁ।" ତା ପରେ ହିଁ ଅନେକ କ୍ରୋଧ ରେ ଆସି, ସେହି ଦୁଷ୍କର୍ମକାରୀ କରିଥିଲା କନେଷ୍ଟବଳ ଙ୍କ ଉପରେ ଆକ୍ରମଣ। 
ଦୁଷ୍କର୍ମକାରୀ ଙ୍କୁ ସହିଦ ନଗର ଥାନା ଅନ୍ତର୍ଗତ ରେ ଗିରଫ କରାଯାଇଛି। ଲାଗିଛି ଧାରା ୩୪୧,୩୩୨,୨୯୪,୫୦୬,୩୦୭ IPC ଏବଂ ଚାଲାଣ କରାଯାଇଛି କୋର୍ଟ କୁ। ଖୋଜ ଖବର ରୁ ଜଣାପଡିଛି ଯେ ସେ କଲିକତା ସହର ର ଜଣେ ଆସିଷ୍ଟାଣ୍ଟ କମାଣ୍ଡର ସ୍ଥର ର ଜଣେ ଅଧିକାରୀ।
ଏହି ଆକ୍ରମଣ ଦ୍ଵାରା,କନେଷ୍ଟବଳ ମନୋଜ ବେହେରା ଙ୍କୁ କରାଯାଇଛି ଡାକ୍ତରଖାନା ରେ ଭର୍ତ୍ତି। ମନୋଜ ଙ୍କ ଅନେକ ସ୍ଥାନ ରେ କ୍ଷତ ହେବା ସହ ତାଙ୍କର ଏକ ଗୋଡ଼ ମଧ୍ୟ ଭାଙ୍ଗି ଯାଇଛି। ଗୋଡ଼ ପ୍ଲାଷ୍ଟର ହେବା ସହ କନେଷ୍ଟବଳ ମନୋଜ ଏବେ ଟିକେ ସୁସ୍ଥ ଅଛନ୍ତି। ଜୟ ଜଗନ୍ନାଥ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.