Movie prime

ଝିଅ ଝାରସୁଗୁଡ଼ା ରେ ବାଜିମାତ କରୁଚି ଦେଖି ଖୁସି ରେ ଆତ୍ମହରା ହେଲେ ମା, କହିଲେ ନବ ଯଦି ଥାନ୍ତେ ତାହାଲେ...

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଚାଲିଛି ଶାନ୍ତି ଶୃଙ୍ଖଳାରେ ଚାଲିଛି ଭୋଟ ଗ୍ରହଣ। ସକାଳ ୯ ଟା ସୁଦ୍ଧା ୯.୭୫ ପ୍ରତିଶତ ଭୋଟିଂ ହୋଇଥିଲା।
ଶାନ୍ତି ଶୃଙ୍ଖଳାର ସହ ମତଦାନ ପାଇଁ ସମସ୍ତ ପ୍ରକାରର ସତର୍କତା ଅବଲମ୍ବନ କରି ଭୋଟରଙ୍କୁ ସ୍ବାଗତ କରାଯାଉଛି। ଆଜିର ଦିନରେ ମତ ସାବ୍ୟସ୍ତ କରୁଛନ୍ତି ୨ ଲକ୍ଷ ୨୧ ହଜାର ୭୦ ଜଣ ଭୋଟର।
ତେବେ ବନ୍ଧୁଗଣ ଠିକ୍ ସେହି ସମୟରେ ଭୋଟ ଦେଇଛନ୍ତି ପୂର୍ବତନ ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କ ପତ୍ନୀ ମିନତୀ ଦାସ। ଆଜି ପୁଅ ବିଶାଲ ଦାସ ଆଉ ବିଜୁ ଜନତା ଦଳର ପାର୍ଥି ଦୀପାଳି ଦାସଙ୍କ ସହ ମତଦାନ କେନ୍ଦ୍ରକୁ ଆସିଥିଲେ ମାଆ ମିନତୀ ଦାସ।
Special Report
ଏହାପରେ ଭୋଟ ଦେବ ପାଇଁ ଭୋଟ କକ୍ଷକୁ ଯାଇଥିଲେ, ଆଉ ଯେତେବଳେ ଭୋଟ ଦେଇ ଫେରିଥିଲେ ଭୋ ଭୋ ହେଇ କାନ୍ଦିଥିଲେ ମିନତୀ ଦାସ। 
ଝିଅ ଦୀପାଳି ଦାସ ଆଜି ପାର୍ଥି ହୋଇନଥିଲେ ଆଗକୁ ହୋଇଥାଆନ୍ତା, କିନ୍ତୁ ଦୀପାଳିଙ୍କ ବାପା ଆଜି ତାଙ୍କ ପାଖରେ ନାହାନ୍ତି। ଆଉ ଯେତେବେଳେ ଭୋଟ ଦେବ ପାଇଁ ଯାଇଥିଲେ ଠିକ୍ ସେତିକିବେଳେ ମେସିନ ଉପରେ
ନିଜ ଝିଅର ନାଁକୁ ଦେଖି ମିନତୀ ଦାସଙ୍କର କୋହ ଆସିଯାଇଥିଲା। ଆଉ ଏହାଦେଖି ମିନତୀ କହିଥିଲେ ଯେଉଁ ଚିହ୍ନ ପାଖରେ ଦିନେ ତାଙ୍କ ସ୍ବାମୀଙ୍କ ନାମ ଲେଖା ଥିଲା ଆଜି ସେହି ଚିହ୍ନ ପାଖରେ ତାଙ୍କ ଝିଅର ନାମ ଲେଖା ହୋଇଛି। 
ତେବେ ବନ୍ଧୁଗଣ ଦେଖିବାକୁ ମିଳୁଛି ଯେତେବଳେ ବିଜୁ ଜନତା ଦଳର ପାର୍ଥି ଦୀପାଳି ଦାସ ଭାଇ ବିଶାଲ ଦାସ ଏବଂ ମାଆ ମିନତୀ ଦାସ ଭୋଟ ଦେଇ ଫେରୁଛନ୍ତି।
ଠିକ୍ ସେହି ସମୟରେ ଛଳ ଛଳ ଆଖିରେ ଫେରୁଛନ୍ତି ମାଆ ମିନତୀ ଦାସ। ୧୧ ନମ୍ବର ୱାର୍ଡ ସର୍ବାଲ୍ ହାଇସ୍କୁଲ ୩୪ ନମ୍ବର ବୁଥ୍ ରେ ଦୀପାଳି ଓ ତାଙ୍କ ଭାଇ ଓ ମାଙ୍କ ସହ ୩୩ ନମ୍ବର ବୁଥରେ ମତାଧିକାର ସାବ୍ୟସ୍ତ କରିଛନ୍ତି।