Movie prime

Lady Don ର ଦେଶୀ ଗୁଣ୍ଡା ବେପାର ! ଏତେ ଟୋକା ଙ୍କୁ ନେଇ କରୁଥିଲା ଏମିତି ଧନ୍ଦା

 
Special report
ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି।୧୫ ବର୍ଷର ଅକ୍ଲାନ୍ତ ପରିଶ୍ରମ। ଝାଳବୁହା ଧନ କୁଏକାଠି କରି ପ୍ରେସିଡେନ୍ସି ହୋଟେଲ ପାଖରେ ଥିବା ପ୍ଲେ ଉଡ୍ ଶୋ ରୁମ କରାଯାଇଥିଲା।
ଭଲ ବେପାର ମଧ୍ୟ ହେଉଥିଲା। ହେଲେ ଶୋ ରୁମ ଉପରେ ରାତି ଅଧରେ ବୁଲ ଡୋଜର ଚଢିଥିଲା।ଅନ୍ୟ ଜଣେ ବ୍ୟବସାୟୀ ଙ୍କ ମାର୍ବଲ ଶୋ ରୁମ ରେ ମଧ୍ୟ ନିମିଶେକ ମଧ୍ୟରେ ମାଟିରେ ମିଶାଇ ଦେଲେ ଭଡ଼ାଟିଆ ଗୁଣ୍ଡା।
ଦଶ କୋଟି ଆନୁମାନିକ ମୂଲ୍ୟ ର ଜମି କୁ ପଜେଶନ ଦେଇଥିଲେ ମିଳିଥାନ୍ତା କୋଟିଏ ଟଙ୍କା।ଏଭଳି ଗୋଟିଏ ଡ଼ିଲ୍ ପରେ ସାଙ୍ଗରେ ୫୦ ଜଣ ମହିଳାଙ୍କୁ ନେଇ ପହଞ୍ଚି ଯାଇଥିଲେ ବୁଲ ଡୋଜର ଗୁଣ୍ଡା।
କିଛି ବୁଝିବା ପୂର୍ବରୁ ମାରଣାସ୍ତ୍ର ବୁଲାଇ ଘର ଉପରେ ବୁଲ ଡୋଜର ଚଢାଇ ଥିଲେ। ଦୁଇ ଜମି ମାଲିକ ଙ୍କ ବିବାଦ ପାଇଁ ଘର ଭଡ଼ା ନେଇଥିବା ବ୍ୟକ୍ତି ବର୍ତମାନ ରାଜରାସ୍ତାରେ।ଜମି ମାଲିକ ପ୍ରଦୀପ ରାଉତ ରାୟ କହିଛନ୍ତି ଯେ କୋର୍ଟ ରେ କେଶ ଚାଲିଛି।
ଏହି ମାମଲା ଟି ତଳ କୋର୍ଟ ରେ ମଧ୍ୟ ରହିଥିଲା।ଉପର କୋର୍ଟ ରେ ମଧ୍ୟ କେଶ ପେଣ୍ଡିଂ ଅଛି। ତେଣୁ ପେଣ୍ଡିଙ୍ଗ ଥାଇ ମଧ୍ୟ ସେମାନେ ଆସି ଏମିତି କରିବେ ବୋଲି ଭାବି ନଥିଲେ।ପୋଲିସ ଏହି ଘଟଣାରେ ସାତ ଜଣଙ୍କୁ ଗିରଫ କରିଥିଲେ।
ସେମାନଙ୍କୁ ଉଚିତ ଶିକ୍ଷା ଦେବାକୁ ଯାଇ ଅଣ୍ଟା ରେ ଦୌଡ଼ି ବାନ୍ଧି ଚଲାଇ ଚଳାଇ ନେଇ କୋର୍ଟ ଚାଲାଣ କରିଥିଲେ।ଏହି ଘଟଣାରେ ସଂପୃକ୍ତି ଥିବା ଦୁଇ ଲେଡୀ ଡନ କୁ ପୋଲିସ ଗିରଫ କରିଛି।
କିନ୍ତୁ ବର୍ତମାନ ଅନେକ ପ୍ରଶ୍ନ ଉଠୁଛି।ଦଲାଲ ରାଘବ ଜେନା ବର୍ତମାନ କେଉଁଠି ଅଛନ୍ତି?ରାଘବ ଙ୍କୁ କିଏ ପ୍ରୋଟେକ୍ସନ ଦେଉଛି,କାହା ଛତ୍ର ଛାୟାରେ ଝାରପଡ଼ା ର ରାଘବ ଜେନା ରହିଥିଲେ,ରାଘବ ଙ୍କ ର ପଲିଟିକାଲ ଲିଙ୍କ ରହିଛି କି,
ଏହିଭଳି ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସାତ ବାହୁବଳୀ ଙ୍କ ସହ ଗିରଫ ହେଲେ ଦୁଇ ବସ୍ତି ଲେଡୀ ଡନ।ଅନ୍ୟ ଅଭିଯୁକ୍ତ ଙ୍କୁ ଗିରଫ କରିବା ପାଇଁ ପୋଲିସ ତଦନ୍ତ ଜାରି ରଖିଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.