Movie prime

ମୋ ମା ଙ୍କ କିଡନୀ ଖରାପ, ମୋତେ ଛାଡ଼ିଦେଲେ ତାଙ୍କର ଏହି ଦୁନିଆ ରେ କେହି ନାହାନ୍ତି , ମୋ ମା ଙ୍କୁ ବଞ୍ଚେଇ ଦିଅ - କୁନି ପିଲା ର ବିନତି

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
ଆପଣମାନେ ଏବେ ଏମିତି ଏକ ଘଟଣା ବିଷୟରେ ଜାଣିପାରିବେ ଯାହା ଜାଣିଲେ ଆପଣ ଦୁଃଖ ପ୍ରକାଶ କରିବେ । ଏବେ ଗୋଟିଏ ଛୋଟ ପିଲାଟିଏ ତାର ମାଙ୍କ ସ୍ବାସ୍ଥ୍ୟ ପାଇଁ କହୁଛି । ଏହି ଭିଡିଓରେ କୁନି ପିଲାଟିର ମାର କିଡନୀ ଖରାପ ବୋଲି ସେ କହିଛି ।
ଏହି ଘଟଣା ଭୁବନେଶ୍ୱର ସହରର ବୋଲି ଜଣାପଡିଛି । ଏହି ମହିଳା ଜଣଙ୍କର କିଡନୀ ଖରାପ ହୋଇଯାଇଛି । ଡାକ୍ତର ତାଙ୍କୁ କହିଲେ ତୁମର ଦୁଇଟି କିଡନୀ ଖରାପ ହୋଇଯାଇଛି । ଏହି ମହିଳା ଜଣଙ୍କର ନାମ ହେଉଛି ଚିନ୍ମୟୀ ଦାସ ।
ଯିଏକି କିଡନୀ ରୋଗରେ ଆକ୍ରାନ୍ତ ଅଛନ୍ତି । ଧୀରେ ଧୀରେ ତାଙ୍କର ଶରୀରର ଆଉ କିଛି ଅଂଶ ମଧ୍ୟ କାମ କରୁନାହିଁ । ସେହି ମହିଳା ଜଣକ କହିଛନ୍ତି ସେ ଗାଁ କୁ ଯାଇଥିଲେ ଆଉ ଗାଁ ରୁ ଆସିବା ପରେ ତାଙ୍କୁ ନିଦ ହେଲା ନାହିଁ । 
ଆଉ ଏହାପରେ ତାଙ୍କ ମୁଣ୍ଡ କଣ ହେଲା । ସେ ମେଡିକାଲ ଗଲେ । ଆଉ ସେଠାରେ ତାଙ୍କର କିଡନୀ ଖରାପ ବୋଲି ଅନେକ ଟେଷ୍ଟ କରିବାରୁ ଜଣାପଡ଼ିଲା । ଆଉ ଏହାପରେ ତାଙ୍କର ଡାଇଲିସିସ କରାଗଲା । ଏବେ ତାଙ୍କର କିଡନୀ ଟ୍ରାନ୍ସପାର୍ଟ କରାଯିବ ।
ଆଉ ସେ ଓଡିଶାବାସୀଙ୍କୁ ଅନୁରୋଧ କରିଛନ୍ତି କି ତାଙ୍କୁ ଓଡ଼ିଶାବାସୀ ସମସ୍ତେ ସାହାଯ୍ୟ କରିଲେ ହୁଏତ ସେ ଭଲ ହୋଇଯିବେ । ଆଉ ତାଙ୍କ ଅପରେସନ ପାଇଁ ୧୫ ରୁ ୨୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ । 
ସେ କହିଛନ୍ତି ଓଡ଼ିଶାବାସୀ କିଛି ଅର୍ଥ ରାଶି ସାହାଯ୍ୟ କରିଲେ ସେ ଭଲ ହୋଇପାରିବେ । ଆଉ ତାଙ୍କ ପୁଅ ମୁହଁରେ ହସ ଫୁଟାଇ ପାରିବେ । ସେହି ଛୋଟ ପିଲାଟି ମଧ୍ୟ କହିଛି କି ତାଙ୍କ ମାଙ୍କୁ ସାହାଯ୍ୟ କରିଲେ ସେ ଭଲ ହୋଇଯିବେ ।
ତାଙ୍କୁ କିଛି ଭଲ ଲାଗୁ ନାହିଁ । ତାଙ୍କ କିଡନୀ ଖରାପ ଯୋଗୁଁ ତାଙ୍କର ଅନ୍ୟ ଅର୍ଗାନ ସବୁ ଧିରେ ଧିରେ ଚଳିବା ବନ୍ଦ ହୋଇଗଲାଣି । ସେଥିପାଇଁ ଓଡ଼ିଶାବାସୀଙ୍କୁ ଅନୁରୋଧ ସେମାନେ ସାହାଯ୍ୟ କରିଲେ ଚିନ୍ମୟୀ ଦାସ ଭଲ ହୋଇପାରିବେ ।