Movie prime

ଓଡ଼ିଶା ରେ ୨୫ ବର୍ଷ ବିଜେଡ଼ି ଶାସନ ପରେ ବି ମହିଳା ଙ୍କୁ ସୁରକ୍ଷା କ୍ଷେତ୍ର ରେ ସରକାର ଫେଲ ! ଯୁବତୀ ନିଖୋଜ ମାମଲା ରେ ଓଡ଼ିଶା ରହିଛି ୪ ନମ୍ବର ରେ...

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ସୋସିଆଲ ମିଡ଼ିଆ ହେଉଛି ଏଭଳି ଏକ ସାଇଟ୍ ଯାହାଦ୍ଵାରା ଆମେ ଅନେକ ଖବର ଜାଣିପାରୁଛେ । ଏହି ସୋସିଆଲ ମିଡିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
ଏବେ କିଛି ଖବର ଆସିଛି ଆମ ରାଜ୍ୟ ଓଡ଼ିଶା ବିଷୟରେ । ଆମେମାନେ ଅନେକ କିଛି ଖବର ଜାଣିପାରିବା । ଓଡ଼ିଶା ରାଜ୍ୟରେ ପ୍ରତ୍ୟେକ ଦିନ ଅନେକ ପ୍ରକାରର ଘଟଣା ଘଟୁଛି । ଆଉ ଏହି ଘଟଣା ସମ୍ପର୍କରେ ଆପଣମାନେ ସୋସିଆଲ ମିଡିଆ ଦ୍ଵାରା ଜାଣି ପାରୁଛନ୍ତି । 
Special report
ପ୍ରତ୍ୟେକ ଦିନ ଅନେକ ଲୋକ ନିଖୋଜ ହେବାର ଖବର ବି ଆସୁଥିବ । ଆଉ ଏହିସବୁ ଭିତରୁ ମହିଳାମାନଙ୍କ ସଂଖ୍ୟା ଅଧିକ । ମହିଳା ନିଖୋଜରେ ଦେଶରେ ଚାରି ନମ୍ବର ସ୍ଥାନରେ ଅଛି ଆମ ରାଜ୍ୟ ଓଡ଼ିଶା ।
ପ୍ରଥମ ସ୍ଥାନରେ ମଧ୍ୟପ୍ରଦେଶ, ଦ୍ଵିତୀୟ ସ୍ଥାନରେ ମହାରାଷ୍ଟ୍ର, ତୃତୀୟ ସ୍ଥାନରେ ପଶ୍ଚିମବଙ୍ଗ ଆଉ ପଞ୍ଚମ ସ୍ଥାନରେ ଅଛି ଦିଲ୍ଲୀ । ଏନସିଆରବି ରିପୋର୍ଟ ଅନୁସାରେ ଓଡ଼ିଶାରେ ଏବେବି ୧୯, ୭୧୫ ମହିଳା ନିଖୋଜ ଅଛନ୍ତି । 
Special Report
ସର୍ବ ଭାରତୀୟ ସ୍ତରରେ ନିଖୋଜ ମହିଳା ଉଦ୍ଧାର ହାର ୫୬. ୨ % । ଓଡ଼ିଶା ରାଜ୍ୟରେ ନିଖୋଜ ମହିଳା ଉଦ୍ଧାର ହାର ୪୬. ୭ % । ନିଖୋଜ ଝିଅଙ୍କ ଉଦ୍ଧାର ହାର ଭାରତରେ ୬୫.୫ % । ଏବଂ ଓଡ଼ିଶାରେ ୬୧.୬ % ।
ମହିଳା ଏବଂ ଝିଅ ନିଖୋଜରେ ଓଡ଼ିଶାର ନାଁ ଆଗରେ । ଏନସିଆରବି ୨୦୨୧ ମସିହାରେ ଏହି ରିପୋର୍ଟ ଦେଇଥିଲା । ଓଡ଼ିଶାରେ ନିଖୋଜ ମହିଳା ଉଦ୍ଧାର ହାର ବହୁତ କମ୍ ଅଟେ । ସମାଜସେବୀ ମହିଳା ଏହି ସମ୍ପର୍କରେ କିଛି କଥା କହିଛନ୍ତି ।
ସେମାନେ କହିଛନ୍ତି , ଅନେକ ସରଳ ଲୋକମାନଙ୍କର ଫାଇଦା ଉଠାଇ ଏଭଳି କାମ କରାଯାଉଛି । ଆଉ ସେମାନଙ୍କୁ ଅଲଗା ରାଜ୍ୟର ଲୋକମାନେ ବିବାହ ହେବାର ପ୍ରତିଶ୍ରୁତି ଦେଇ ତାଙ୍କୁ ଟଙ୍କା ଦେଇ ନେଇ ଯାଉଛନ୍ତି ।
ଏଭଳି ଭାବରେ ଅନେକ ଝିଅଙ୍କ ଜୀବନ ବରବାଦ ହେଉଛି । ଏଭଳି ଅନେକ ଝିଅ ନିଖୋଜ ହୋଇ ରହୁଛନ୍ତି । ଏବେ ଏହି ଘଟଣାକୁ ବନ୍ଦ କରିବା ଉଚିତ୍ । ଏନେଇ ପରିବାର ସଚେତନ ବି ହେବା ଦରକାର । ଏହି କଥା ଏବେ ବିଧାନସଭାରେ ଚର୍ଚ୍ଚା ହେଉଛି ।