Movie prime

ମୁଁହ ଖୋଲିଲେ ସୂର୍ ! ମୋ ପୁଅ ଲଢ଼ିବନି କଣ , ଆଲବତ ଲଢିବ. କଂଗ୍ରେସ ରୁ ହିଁ ଲଢିବ ଆଉ ଯଦି ନ ଲଢିବ...

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ୍ ସମୟରେ ଏକ ବଡ଼ ଖବର ଆସି ପହଞ୍ଚିଛି କି ବିଧାୟକ ସୁର ରାଉତ ରାୟ ଙ୍କ ନିୟନ୍ତ୍ରଣ ରେ ନାହାଁନ୍ତି ତାଙ୍କର ପରିବାର। ସେଥିପାଇଁ ବୋଧ ହୁଏ ସୁର ରାଉତ ରାୟ ଙ୍କ ନିଷ୍ପତ୍ତି କୁ ଗ୍ରହଣ କରିଲେ ନାହିଁ ତାଙ୍କର ପୁଅ।
କଂଗ୍ରେସ ରୁ ଲଢିବାକୁ ମନା କରିବା ପରେ ବର୍ତ୍ତମାନ ସମୟରେ ମୁହାଁ ମୁହିଁ ହୋଇ ଯାଇଛନ୍ତି ସୁର ଓ ତାଙ୍କର ପୁଅ ମନ୍ମଥ। ସାନ ପୁଅ ର ବୟାନ ପରେ ଏବେ ସୁର ରାଉତ ରାୟ ଙ୍କ ପ୍ରତିକ୍ରିୟା ସାମ୍ନା କୁ ଆସିଛି।
Special report
ତାଙ୍କ ପୁଅ ମନ୍ମଥ ରାଉତ ରାୟ କଂଗ୍ରେସ ରୁ ଲଢ଼ିବା ପାଇଁ ମନା କରିବା ପରେ ଆଜି ନିଜ ମୁହଁ ଖୋଲିଛନ୍ତି ସୁର। ସେ କହିଛନ୍ତି ତାଙ୍କର ପୁଅ କଂଗ୍ରେସ୍ ଓ ଜଟଣୀ ଆସନରେ ଅଲବଦ୍ ଭାବରେ ଲଢିବ।
ଗତ କାଲି ତାଙ୍କର ପୁଅ ଗଣ ମାଧ୍ୟମକୁ ପ୍ରତିକ୍ରିୟା ଦେବାରେ ୨୪ ଘଣ୍ଟା ମଧ୍ୟ ବିତି ନାହିଁ। ହେଲେ ସୁର ରାଉତ ଏନେଇ ନିଜର ସ୍ପଷ୍ଟ ଭାବରେ ମତ ରଖିଛନ୍ତି। ସୁର କହିଛନ୍ତି କି ଆଗାମୀ ନିର୍ବାଚନରେ ସେ ଆଉ ଲଢ଼ିବେ ନାହିଁ।
ଜଟଣୀ ରେ ତାଙ୍କର ସାନ ପୁଅ ମନ୍ମଥ ଲଢ଼ିବ। ହେଲେ ତାଙ୍କର ସାନ ପୁଅ ଙ୍କ ରାଜନୀତି ରେ ବିଶେଷ ଭାବରେ ଅଭିଜ୍ଞତା ନାହିଁ। ହେଲେ ମଧ୍ୟ ତାଙ୍କର ସାନ ପୁଅ କଂଗ୍ରେସ୍ ରୁ ଅଲବଦ୍ ଲଢିବ ବୋଲି କୁହା ଯାଇଛି।
Special report
ଜଟଣୀ ଆସନରୁ କଂଗ୍ରେସ ଟିକେଟ ମଧ୍ୟ ତାଙ୍କର ପୁଅଙ୍କୁ ମିଳିବ। ଜଟଣୀ ବାସୀ ଓ ସୁର ରାଉତ ରାୟ ତାଙ୍କୁ ଜିତେଇବାର ଦାୟିତ୍ଵ ମଧ୍ଯ ନେବେ। ଏନେଇ ତାଙ୍କ ସାନ ପୁଅ ସହ କଥା ହୋଇଥିବା କହିଛନ୍ତି ସୁର ରାଉତ ରାୟ।
ଏହା ସହ ବିଧାୟକ ସୁର ରାଉତ ରାୟ ଏହା ମଧ୍ୟ କହିଛନ୍ତି କି ତାଙ୍କର ସାନ ପୁଅ କଂଗ୍ରେସ ରୁ ନିଶ୍ଚିତ ଭାବରେ ଲଢିବ। ତାଙ୍କର ଏହା ବିଶ୍ବାସ ମଧ୍ୟ ତାଙ୍କର ପୁଅ ନିଶ୍ଚିତ ଭାବରେ ତାଙ୍କର ଏହି କଥାକୁ ରଖିବ।
ତେବେ ଏହା କେତେ ଦୂର ସତ ହେବ ତାହା ଆଗକୁ ଆସୁଥିବା ନିର୍ବାଚନ ଦ୍ବାରା ହିଁ ସ୍ପଷ୍ଟ ହୋଇ ପାରିବ। ତେବେ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଅନୁରୋଧ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.