Movie prime

ବାପା ନବ ଦାସ ଙ୍କ ଜାଗା ରେ ନବୀନ ଯିବେ ଦିପାଳୀ କୁ ଝାରସୁଗୁଡ଼ା ରେ ଆଶୀର୍ବାଦ ଦେବାକୁ, ଦେଖନ୍ତୁ କେତେ ଖୁସି ଦିପାଳୀ

 
Special Report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଝାରସୁଗୁଡା ଉପନିର୍ବାଚନ ପାଇଁ ଜମୁଛି ପ୍ରଚାର ମଇଦାନ। ପ୍ରତ୍ୟେକ ପ୍ରାର୍ଥୀ ମଇଦାନକୁ ଓହ୍ଲାଇ ପ୍ରଚାରକୁ ଜୋରଦାର କରିଛନ୍ତି। ପ୍ରତ୍ୟେକ ଦଳ ତରଫରୁ କରାଯାଉଛି ମାରାଥନ୍ ଶୋଭାଯାତ୍ରା ଓ ରାଲି।
କେଉଁଠି ନିଜେ ପ୍ରାର୍ଥୀ ତ ଆଉ କେଉଁଠି ପ୍ରାର୍ଥୀଙ୍କ ପାଇଁ ଦଳୀୟ ନେତା କରୁଛନ୍ତି ପ୍ରଚାର। ତେବେ ବନ୍ଧୁଗଣ ଆସନ୍ତା ୧୦ ତାରିଖରେ ଝାରସୁଗୁଡା ଉପ-ନିର୍ବାଚନ ପାଇଁ ପଡିବ ଭୋଟ। 
ଯେଉଁଥିପାଇଁ ଏବେ ଜୋରସୋରରେ ଚାଲିଛି ପ୍ରଚାର। ଝାରସୁଗୁଡ଼ା ପ୍ରଚାର ମୈଦାନାକୁ ଓହ୍ଲାଇ ପାରନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଦୀପାଳିଙ୍କ ପାଇଁ ପ୍ରଚାର କରିପାରନ୍ତି।
Special Report
ଆସନ୍ତା ୭ ତାରିଖରେ ଝାରସୁଗୁଡ଼ାରେ ପ୍ରଚାର କରିବା ସମ୍ଭାବନା ରହିଛି। ନିର୍ବାଚନୀ ସଭାକୁ ସମ୍ବୋଧିତ କରିପାରନ୍ତି। ତେବେ ଏନେଇ ଦଳ ପକ୍ଷରୁ ବିଧିବଦ୍ଧ ସୂଚନା ମିଳିନି। ପ୍ରଚାରରେ ଦୁଲୁକୁଛି ଝାରସୁଗୁଡ଼ା। 
ସୂଚନା ଅନୁସାରେ ଝାରସୁଗୁଡ଼ା ବ୍ଲକରେ ପ୍ରଚାର କରିବେ ବିଜେଡି ସୁପ୍ରିମୋ। ଦଳୀୟ ପ୍ରାର୍ଥୀ ଦୀପାଳି ଦାସଙ୍କ ପାଇଁ ସମାବେଶ ଜରିଆରେ ଭୋଟ ମାଗିବେ ନବୀନ।
ସେଇ ଗୋଟିଏ ଦିନରେ, ସମାନ ଢଙ୍ଗରେ ଝାରସୁଗୁଡାରେ ପ୍ରଚାର କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ପାଇଁ ପ୍ରଚାର କରିବେ। ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ନିର୍ବାଚନୀ ସଭା ଏବଂ ରୋଡ ଶୋ’କରିବେ ଧର୍ମେନ୍ଦ୍ର। 
ଗୋଟିଏ ପଟେ ବିଜେଡି ନବୀନଙ୍କୁ ପ୍ରଚାର ମୈଦାନକୁ ଓହ୍ଲାଇବାକୁ ଥିବା ବେଳେ ବିଜେପି ୩ କେନ୍ଦ୍ରମନ୍ତ୍ରୀଙ୍କୁ ଷ୍ଟାର ପ୍ରଚାରକ ତାଲିକାରେ ରଖିଛି। ତେଣୁ ଏହି ୩ କେନ୍ଦ୍ରମନ୍ତ୍ରୀଙ୍କୁ ମଧ୍ୟ ଖୁବଶୀଘ୍ର ପ୍ରଚାର ମୈଦାନରେ ଦେଖିବାକୁ ମିଳିପାରେ।
ସେହିଭଳି କଂଗ୍ରେସ ମଧ୍ୟ ଦଳର ବରିଷ୍ଠ ନେତାଙ୍କୁ ନେଇ ପ୍ରଚାର ମୈଦାନକୁ ଓହ୍ଲାଇଛି। ଏହିଭଳି ଭାବରେ ଆଗକୁ ନେତାଙ୍କ ପ୍ରଚାର କମ୍ପିବ ଝାରସୁଗୁଡା ପ୍ରଚାର ମୈଦାନ।