Movie prime

ନିଜ କାର୍ଯ୍ୟ କାଳ ରେ ନବ ଗୋଟେ ପୋଖରୀ ଏହି ଗାଁ ରେ କରି ପାରିଲେ ନାହିଁ, ଗାଆଁ ଲୋକେ ଅସନ୍ତୁଷ୍ଟ, କହିଲେ ଏଥର ତାଙ୍କ ଝିଅ କୁ ଭୋଟ ଦେବୁନି

 
Special Report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ତେବେ ଆପଣମାନେ ଜାଣିଥିବେ କି କିଛି ଦିନ ତଳେ, ଆମ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଙ୍କ ର ମୃ-ତ୍ୟୁ ହୋଇଛି ତେବେ ASI ଗୋପାଳ ଦାସ ଙ୍କ ଗୁଳି ମାଡ଼ ରେ ନବ ଦାସ ଙ୍କ ର ମୃ-ତ୍ୟୁ ହୋଇଛି।
ତେବେ ଏହା ପରେ ତାଙ୍କର ସ୍ଥାନ ପୂରଣ କରିବା ପାଇଁ ଖୁବ ଶୀଘ୍ର ଉପନିର୍ବାଚନ ହେବା କୁ ଯାଉଛି। ତେବେ କିନ୍ତୁ ସବୁଠାରୁ ବଡ଼ କଥା ଏହା ରହିଛି କି, ମୃ-ତ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ମୃ-ତ୍ୟୁରେ ପରିବାର ଲୋକଙ୍କ ଆଖିରେ ଲୁହ ଶୁଖିବା ପୂର୍ବରୁ ବର୍ତ୍ତମାନ ନିର୍ବାଚନରେ ଲଢେଇ କରିବାର ସମୟ ଆସିଛି। 
ତେବେ ଯାହା ପ୍ରାଥମିକ ସ୍ତରରୁ ଜଣାପଡ଼ିଛି କି, ନବ ଦାସଙ୍କ ପରେ ତାଙ୍କର ଝିଅ ଦୀପାଲି ଝାଡ଼ସୁଗୁଡା କଷ୍ଟିଚ୍ୟୁଏନି ରୁ ଛିଡା ହେବାକୁ ଯାଉଛନ୍ତି ଏବଂ ବାପା ଙ୍କ ସ୍ୱପ୍ନ କୁ ପୁରା କରିବାକୁ ଯାଉଛନ୍ତି ବୋଲି।
ତେବେ ବନ୍ଧୁଗଣ ଝାରସୁଗୁଡା ଜିଲ୍ଲା ଲଇକିରା ବ୍ଲକ ଜାମୁମାଲ ଗ୍ରାମପଞ୍ଚାୟତର ତପଗୁଞ୍ଜା ଭିଲୁଆପୋଡରେ ରୁହନ୍ତୁ ୨୮ ରୁ ୩୦ ପରିବାର। ଭିଲୁଆପୋଡ ବସୀଙ୍କ ପାଇଁ ମାତ୍ର ୨ ଟି ନଳକୂପ ରହିଥିବା ବେଳେ, ଗାଧୋଇବା ପାଇଁ ବନ୍ଧ କି ପୋଖରୀ ନଥିବାରୁ। 
ଲୋକ ମାନେ ଗାଧୋଇବା ପାଇଁ ବର୍ଷକୁ ୩୦୦୦ ଟଙ୍କା ଦେଇ ପାଣି କିଣୁଛନ୍ତି। ଭିଲୁଆପୋଡ ବସୀ ବିଭିନ୍ନ ମୌଳିକ ସୁବିଧାରୁ ବଞ୍ଚିତ ହେଉଥିଲେ। ହେଲେ ନିର୍ବାଚନ ଆସିଲେ ଭିଲୁଆପୋଡ ବସୀଙ୍କୁ ମିଳେ ଖାଲି ମିଛ ପ୍ରତିଶ୍ରୁତି।
ହେଲେ ଏଥର ଭିଲୁଆପୋଡବସୀ ସିଧା କହି ଦେଇଛନ୍ତି ଯେ, ଏଥର ଉପନିର୍ବଚନରେ ଭୋଟ ଦେବେ ନାହିଁ। ସୀମାନ୍ତ ଗ୍ରାମ ପଞ୍ଚାୟତର ସୀମାନ୍ତ ଗାଁ ହେଉଛି ତପଗୁଞ୍ଜା ଭିଲୁଆପୋଡ଼ା। ଏହି ଅଞ୍ଚଳ ଆଦି ପୁର୍ବତନ ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କ ନିର୍ବାଚନ ମଣ୍ଡଳୀରେ। 
ନିର୍ବାଚନ ଆସିଲେ ଏମିତି ଅନେକ ନେତା ଏଠାକୁ ଆସନ୍ତି ଆଉ ଅନେକ ପ୍ରତିଶ୍ରୁତି ଦେଇଯାଆନ୍ତି। ପିଇବା ପାଇଁ ଏବଂ ଗାଧୋଇବା ପାଇଁ ଏହି ଅଞ୍ଚଳର ଲୋକେ ବହୁତ୍ କଲବଲ ହୁଅନ୍ତି। ଏଥର ମଧ୍ୟ ଉପନିର୍ବାନ ଆସିଛି, ପୁଣି ଭିଲୁଆପୋଡାବାସୀଙ୍କୁ ପ୍ରତିଶ୍ରୁତି ମିଳିପାରେ।
ହେଲେ ଏହି ସମସ୍ୟାର ସମାଧାନ ନହେଲେ ଆଗକୁ ଜନ ଆନ୍ଦୋଳନ ହୋଇପାରେ। ତେବେ ବନ୍ଧୁଗଣ ଏଥର ଉପନିର୍ବାନକୁ ଆଖି ଆଗରେ ରଖି ଏଠାକାର ଲୋକେ ଭୋଟ ବର୍ଜନର ନିଷ୍ପତି ନେଇଥିବା ଜଣାପଡିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.