Movie prime

ଓଡ଼ିଶାର ସବୁଠୁ ଧନୀ ମନ୍ତ୍ରୀ ଥିଲେ ନବଦାସ, ଅଛି ଅମାପ ସମ୍ପତ୍ତି, କୋଟି କୋଟି ଟଙ୍କା ର ଘର ଗାଡ଼ି ଆଉ bank balance, ନବୀନ ଅଛନ୍ତି କେଉଁ ସ୍ଥାନ ରେ ଦେଖନ୍ତୁ

 
Special Report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ମୁଖ୍ୟମନ୍ତ୍ରୀଙ୍କ ସମେତ ସମସ୍ତ ମନ୍ତ୍ରୀଙ୍କ ସମ୍ପତ୍ତି ତାଲିକା ପ୍ରକାଶ ପାଇଲା। ୨୦୨୧ ମସିହା ପାଇଁ ସମସ୍ତ ମନ୍ତ୍ରୀଙ୍କ ସ୍ଥାବର ଅସ୍ଥାବର ସମ୍ପତ୍ତି ତାଲିକା ୱେବସାଇଟରେ ଉପଲବ୍ଧ କରାଯାଇଛି।
ତେବେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ହେଉଛନ୍ତି ସବୁଠୁ ଧନୀ ମନ୍ତ୍ରୀ। ନବ ଦାସଙ୍କ ପାଖରେ ୬୫ଟି ଗାଡ଼ି ରହିଛି। ୨୦୨୧ ମସିହା ଡିସେମ୍ବର ୩୧ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ମୋଟ୍‌ ସମ୍ପତ୍ତିର ପରିମାଣ ୬୪ କୋଟି ୯୭ ଲକ୍ଷ ୮୯ ହଜାର ୨୨୦ ଟଙ୍କା ବୋଲି ତାଲିକାରେ ଦର୍ଶାଯାଇଛି..
ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆରେ ୭୨ ଲକ୍ଷ ଟଙ୍କା ଥିବା ଦର୍ଶାଇଛନ୍ତି ମୁଖ୍ୟମନ୍ତ୍ରୀ। ସେହିପରି ଭୁବନେଶ୍ୱର ସ୍ଥିତ ଏସବିଆଇ ରେ ୨୧ ଲକ୍ଷ ୭୧ ହଜାର ଟଙ୍କା, ହିଞ୍ଜିଳିକାଟୁ କଲେଜ୍ କ୍ୟାମ୍ପସ ଏସବିଆଇ ରେ ୭ ହଜାର ୭୪ ଟଙ୍କା ଓ
 ହିଞ୍ଜିଳିକାଟୁ କଲେଜ୍ କ୍ୟାମ୍ପସର ଅନ୍ୟଏକ ଆକାଉଣ୍ଟରେ ୧୪ ହଜାର ୪୮୮ ଟଙ୍କା ଥିବା ନବୀନ ଦର୍ଶାଇଛନ୍ତି। ସେପଟେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ନିଜ ସମ୍ପତ୍ତି ତାଲିକାରେ ଦର୍ଶାଇଛନ୍ତି। ତାଙ୍କ ପତ୍ନୀଙ୍କ ନାଁରେ ରହିଛି ୬୫ଟି ଗାଡ଼ି। ସମସ୍ତ ଗାଡ଼ି କମର୍ସିଆଲ୍ ବୋଲି ଦର୍ଶାଯାଇଛି। 
୨୦୦୯ରେ ପ୍ରଥମେ କଂଗ୍ରେସ ଟିକେଟରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ନବ ଦାସ। ସେତେବେଳେ ତାଙ୍କର ସମ୍ପତି ଥିଲା ୫ କୋଟି ୮୨ ଲକ୍ଷ ଟଙ୍କା। ଆଉ ଋଣ ଥିଲା ୧୫ଲକ୍ଷ ୪୦ ହଜାର ଟଙ୍କା। ପାଖରେ ଥିଲା ମୋଟ ୬ଟି ସୌଖୀନ ଓ ବ୍ୟବସାୟିକ ଗାଡ଼ି।
ତେବେ ଏହି ଗାଡ଼ି ମଧ୍ୟରୁ କେବଳ ୨୦୨୧ରେ ୧୮ଟି ଗାଡ଼ି କିଣାଯାଇଛି। ନବ ଦାସଙ୍କ ୨୦୧୪ ସତ୍ୟପାଠ ଉପରେ। ଦ୍ୱି୍ତୀୟ ବାର କଂଗ୍ରେସ ଟିକେଟରେ ଜିତିବା ବେଳେ ତାଙ୍କ ସମ୍ପତି ୧୦କୋଟି ୨୧ଲକ୍ଷରେ ପହଁଚିଥିଲା ଓ ଋଣ ପରିମାଣ ଥିଲା ୨କୋଟି ୧୯ଲକ୍ଷ ଟଙ୍କା। 
ଆଉ ତାଙ୍କ ପାଖରେ ମାତ୍ର ୫ଟି ଗାଡ଼ି ରହିଥିଲା। ଏବେ ନଜର ପକାନ୍ତୁ ନବ ଦାସଙ୍କ ୨୦୧୯ର ସତ୍ୟପାଠ ଉପରେ। ଏଥର ସେ ଶାସକ ଦଳ ବିଜେଡିରୁ ଟିକେଟ ପାଇ ଜିତିଲେ। ନବ ଦାସଙ୍କ ପାଖରେ ଗାଡ଼ି ସଂଖ୍ୟା ବଢ଼ି ପହଁଚିଗଲା ୬୫ରେ।
ସମ୍ପତି ପରିମାଣ ୩୩ କୋଟି ୪୨ଲକ୍ଷ ଟଙ୍କା ହୋଇଥିବା ବେଳେ ରଣ ପରିମାଣ ୧୮କୋଟି ୪୫ଲକ୍ଷ ଟଙ୍କା। ଗ୍ରାମଉନ୍ନୟନ ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡ଼ାଇ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ରୀତା ସାହୁ, ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ନାଁରେ କୌଣସି ଚାରି ଚକିଆ ଗାଡ଼ି ନଥିବା ଦର୍ଶାଯାଇଛି।