Movie prime

୧୩ ବର୍ଷୀୟା ନାତୁଣୀ କୁ ନେଇଗଲା ଜେଜେ

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆମେ ଏବେ ଆପଣଙ୍କୁ ଏକ ଯୁବତୀ ଙ୍କ ସମ୍ପର୍କ ରେ କହିବାକୁ ଯାଉଛୁ ଯାହାକୁ ଶୁଣି ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ।୧୩ ବର୍ଷୀୟା ଜଣେ ଯୁବତୀ ଥିଲେ ଋତୁପର୍ଣ୍ଣା।
ସେ ଦେଖିବାକୁ ଯେମିତି ସୁନ୍ଦର୍ ଅଟନ୍ତି ସେଭଳି ସେ ଭଲ ପାଠ ମଧ୍ୟ ପଢନ୍ତି। ସମସ୍ତେ ମଧ୍ଯ ତାଙ୍କୁ ଖୁବ ଭଲ ପାଉଥିଲେ। ହେଲେ ତାଙ୍କୁ ସବୁଠୁ ଅଧିକ ଯିଏ ଭଲ ପାଉଥିଲେ ସେ ହେଉଛନ୍ତି ତାଙ୍କର ଜେଜେ।
ଜେଜେ ଙ୍କ ଅତି ନିକଟତର ଓ ଖୁବ ପ୍ରିୟ ଥିଲେ ଋତୁପର୍ଣ୍ଣା ଖାସ୍ ସେଥିପାଇଁ ନିଜ ନାତୁଣୀ ଙ୍କୁ ନେଇଗଲେ ଜେଜେ। ଏକାଦଶାହ କ୍ରିୟାରେ ଘଟିଲା ଅଘଟଣ। ଲୁଣି ନଦୀରେ ଭାସି ଯାଇ ଚିର ଦିନ ପାଇଁ ଆଖି ବୁଜିଦେଲା ଋତୁପର୍ଣ୍ଣା।
ଏଭଳି ଏକ ଅଘଟଣ କଟକ ଜିଲ୍ଲା ନିଶ୍ଚନ୍ତକୋଇଲି ଥାନା ସାଧଗନଗର ଗ୍ରାମରେ ଘଟି ଯାଇଛି। ସୁଚନା ଅନୁସାରେ ଜେଜେ ଙ୍କ ଏକାଦଶାହ ଦିନ ତିନି ନାତୁଣୀ ନଦୀରେ ଗାଧୋଉ ଥିଲେ।
ସାନ ଭଉଣୀ ଦୁଇ ଜଣା ନଦୀରେ ଭାସି ଯିବାରୁ ବଡ଼ ଭଉଣୀ ଋତୁପର୍ଣ୍ଣା ତାଙ୍କୁ ଉଦ୍ଧାର କରିବା ପାଇଁ ଯାଇ ପାଣିରେ ଭାସି ଯାଇଥିଲେ। ସାନ ଭଉଣୀ ଦୁଇଜଣ ବର୍ତ୍ତି ଯାଇଥିବା ବେଳେ ଅକାତ କାତ ପାଣିରେ ଚାଲି ଯାଇଥିଲା ବଡ ଭଉଣୀ ଋତୁପର୍ଣ୍ଣା ଙ୍କ ଜୀବନ।
ଲୁଣା ନଦୀରେ ଗାଧୋଇବା ସମୟରେ ଏଭଳି ଏକ ଅଘଟଣ ଘଟି ଯାଇଛି। ମୃ-ତା ନାବାଳିକା ଛାତ୍ରୀ ଜଣକ ହେଉଛନ୍ତି ଅକ୍ଷୟ ସାହୁ ଙ୍କ ଝିଅ ଋତୁପର୍ଣ୍ଣା ସାହୁ।
ସେ ହେଉଛନ୍ତି ଅଷ୍ଟମ ଶ୍ରେଣୀର ଛାତ୍ରୀ। ଅନ୍ୟପଟେ ଅଳ୍ପକେ ବର୍ତ୍ତି ଯାଇଥିବା ଦୁଇଜଣ ଝିଅ ହେଉଛନ୍ତି ରିଧି ଓ ସିଦ୍ଧି। ସାନ ଦୁଇଜଣ ଏବେ ସୁସ୍ଥ ଅଛନ୍ତି ବୋଲି ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରୁ ଜଣା ପଡ଼ିଛି।
ତେବେ ଏହା ନିଶ୍ଚିତ ଭାବରେ ଏକ ଦୁଃଖଦ ଘଟଣା ଅଟେ ଏହି ଘଟଣା ପାଇଁ ଏବେ ସାରା ଅଞ୍ଚଳରେ ଶୋକ ର ଛାୟା ଖେଳି ଯାଇଛି। ଭଗବାନ ତାଙ୍କ ଅମର ଆତ୍ମାକୁ ସଦ୍ ଗତି ପ୍ରଦାନ କରନ୍ତୁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.