Movie prime

ଏବେ ସେ ଝିଅ ନୂଆ ନୁଆ ଭୋଗ ପାଉଛି ବୋଲି କୁଲୁ କୁଲୁ ହଉଛି, ଯଦି ଗୋଟେ ନାତି ନାତୁଣୀ ହେଇଯିବ ତାହାଲେ ତାରି ଶାଶୁ କହିବ...

 
Special
ନମସ୍କାର ପାଠକ ବନ୍ଧୁ। ଦୀପାଞ୍ଜଳୀ ଓ ରାଜେନ୍ଦ୍ର ଙ୍କ ପ୍ରେମ ବିବାହ କୁ ନେଇ ଏବେ ଖୁବ୍ ଚର୍ଚ୍ଚା ହେଉଛି।ଏହି ଘଟଣା ଟି ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲାରେ ।ଏଠାରେ ଦୁଇ ଜଣ ପ୍ରେମୀ ଯୁଗଳ ପ୍ରେମ କରି ଘରୁ ଲୁଚି ପଳାଇ ଯାଇଥିଲେ।ଏହାକୁ ଜାଣି ପାରି ଝିଅ ର ବାପା ମା ଝିଅଙ୍କୁ ଶୁଦ୍ଧି ହୋଇ ଗଲେ।
Special report
ଯେଉଁଥି ପାଇଁ ଏବେ ଖୁବ୍ ଚର୍ଚ୍ଚା ହେଉଛି।ଅନେକ ଦିନ ହେଲାଣି ଉଭୟ ପରସ୍ପର କୁ ଭଲ ପାଇ ଆସୁ ଥିଲେ।ଦୁଇ ଦୁଇ ଥର ସେମାନେ ଘର ଛାଡି ଯାଇଥିଲେ।ଝିଅ ର ପିତା ମାତା ଝିଅ କୁ ନେଇ ଚାଲି ଆସି ଥିଲେ।ଘର ପାଖ ପିଲା ହୋଇ।ଥିବାରୁ ସେମାନେ ରାଜି ହେଉ ନ ଥିଲେ।ଏହା ଛଡା ପୁଅ ର କୌଣସି ରୋଜଗାର ନ ଥିଲା।ଯେଉଁଥି ପାଇଁ ପିତା ମାତା ରାଜି ହେଉ ନ ଥିଲେ।
ସୂଚନା ଅନୁସାରେ ଗତ କିଛି ଦିନ ତଳେ ଦୀପାଞ୍ଜଳୀ ଓ ରାଜେନ୍ଦ୍ର ଘରୁ ଲୁଚି ପଳାଇ ଯାଇଥିଲେ।କିଛି ଦିନ ବାହାରେ ରହିବା ପରେ ରାଜେନ୍ଦ୍ର ଙ୍କ ପିତା ମାତା ଉଭୟ ଙ୍କ ବିବାହ କରାଇ ଦେବା ନିଷ୍ପତି ନେଲେ।ଏହାପରେ ସେମାନେ ଉଭୟ ଙ୍କୁ ଆଣି ବିବାହ କରାଇଲେ।
Special report
ହେଲେ ବିବାହ ଚାଲୁ ଥିବା ସମୟ ରେ ଦୀପାଞ୍ଜଳୀ ଙ୍କ ପରିବାର ଲୋକେ ଦୀପାଞ୍ଜଳୀ ଙ୍କ ଶୁଦ୍ଧି କ୍ରିୟା କରୁଥିଲେ।ତାଙ୍କ ଘର କୁ ଲୋକ ମାନେ ଯାଇ ଖାଉ ଥିଲେ।ଯେପରି ସବୁ କର୍ମ ପାଳନ ହେବା କଥା ସେପରି କର୍ମ ହୋଇ ଥିଲା।ଏହାକୁ ଦେଖି ସମସ୍ତେ ନିନ୍ଦା କରୁଥିଲେ।
ବାପା ମା ମାନେ ଝିଅ କୁ ଜନ୍ମ କରନ୍ତି।ଝିଅ ର ସାମାନ୍ୟ ଭୁଲ ପାଇଁ ଏତେ ବଡ ଦଣ୍ଡ ଦେବା ଠିକ୍ ନୁହେଁ।ସେମାନେ କିଛି ବଡ ଭୁଲ କରି ଦେଇ ନାହାନ୍ତି।ସେମାନେ ପ୍ରେମ କରି ବିବାହ କରିଛନ୍ତି।ଏହାକୁ ସିକୃତି ଦେବା ବଦଳ ରେ ଶୁଦ୍ଧି ହେବା କେତେ ଦୂର ଠିକ୍।ଏହାକୁ ନେଇ ଜଣେ ବ୍ୟକ୍ତି ମୁହଁ ଖୋଲି ଛନ୍ତି।
ସେ ହେଉଛନ୍ତି ରୁଦ୍ରମନ।ତାଙ୍କ କହିବା ଅନୁଯାୟୀ ଛୋଟ ବେଳେ ପିଲା ଯଦି ବାପା ମା ଙ୍କ ଉପରେ ଝାଡା ପରିସ୍ରା କରୁଚି ତେବେ କଣ ଆମେ ସେ ଛୁଆ କୁ ଫୋପାଡି ଦେଉଛେ।ତେବେ ଏହି ସାମାନ୍ୟ ଭୁଲ ପାଇଁ ତା ସହ ଏମିତି କରିବା ଠିକ୍ ନୁହେଁ।
ଆଉ କିଛି ବର୍ଷ ଆପଣ ମାନେ ଅପେକ୍ଷା କରନ୍ତୁ ଦେଖିବେ ଝିଅ ର ନାତି କିମ୍ବା ନାତୁଣୀ ଟିଏ ହୋଇ ଗଲେ।ବାପା ମା ଆପେ ଆପେ ଧାଇଁ ଯିବେ।ବାପା ଝିଅ ଭିତରେ ପଶିଚି ଅନ୍ୟ ଜଣେ ତୃତୀୟ ବ୍ୟକ୍ତି ଯିଏ କି ଏହି ଦୁଇ ଜଣ ଙ୍କ ଭିତରେ କଳି ଲଗାଇଚି।ଅନ୍ୟ ର ଘର ଭାଙ୍ଗିଲେ ନିଜେ କେବେ ଶାନ୍ତି ରେ ରହି ପାରିବନି ବୋଲି ସେ କହିଛନ୍ତି।