Movie prime

ଓଡ଼ିଶା ରେ ଚାଲିଚି ହିନ ମାନସିକତା, ଝିଅ ଛୋଟ ଜାତିରେ ବିବାହ କଲା ବୋଲି ଶୁଦ୍ଧି ହେଇଗଲେ ବାପା ମା ! କେବେ ସୁଧୁରିବେ ଏମାନେ

 
Special report
ନମସ୍କାର ପାଠକ ବନ୍ଧୁ।ଏବେ ସାରା ଓଡ଼ିଶା ରେ ଦିପା ଓ ରାଜେନ୍ଦ୍ର ଙ୍କ ପ୍ରେମ କାହାଣୀ ବେଶ୍ ଚର୍ଚ୍ଚା ହେଉଛି।ଉଭୟ ପରସ୍ପର କୁ ପ୍ରେମ କରି ବିବାହ କରିଥିଲେ।ଯାହାକୁ ପରିବାର ଲୋକେ ସହି ପାରି ନ ଥିଲେ।ସେଥିପାଇଁ ଦିପା ଙ୍କ ବାପା ତାଙ୍କୁ ଶୁଦ୍ଧି ହୋଇ ଯାଇଥିଲେ।ସେମାନଙ୍କ ପାଇଁ ତାଙ୍କ ଝିଅ ମରିଗଲା ବୋଲି ସେ କହିଛନ୍ତି।
Special report
ଏହି କଥା ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି।ଏହି ଘଟଣା ଟି ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ରେ।ପରିବାର କୁ ଭୁଲି ଦିପା ଗୋଟିଏ ଛୋଟ ଜାତି ରେ ବିବାହ କରିଥିଲେ।ରାଜେନ୍ଦ୍ର ଏ ଯାଏଁ କିଛି ବି କାମ କରି ନାହାନ୍ତି।ଯାହା ଫଳ ରେ ଦିପାଙ୍କ ପରିବାର ଏହାକୁ ସହି ପାରି ନଥିଲା।
ସୂଚନା ଅନୁସାରେ ବାପା ମା ଆମକୁ ଜନ୍ମ ଦିଅନ୍ତି।ଏତେ ବର୍ଷ ଆମକୁ ପାଳି ପୋଷି ମଣିଷ କରନ୍ତି।ହେଲେ ଶେଷ ରେ ଆମେ ସେହି ବାପା ମା ଙ୍କୁ ଛାଡି ଚାଲି ଯାଉ କେବଳ ଟିକିଏ ପ୍ରେମ ପାଇଁ। ଥରେ ଆପଣ ମାନେ ଭାବନ୍ତୁ ଦିପା ଙ୍କ ବାପା ମା ଙ୍କୁ କେତେ କଷ୍ଟ ହୋଇ ଥିବ।
Special report
ଏହାର କିଛି ସମାଧାନ ବି ହୋଇ ପାରି ଥାନ୍ତା।ହେଲେ ତାଙ୍କ ବାପା ମା ସେପଟେ ଝିଅ ର ଶୁଦ୍ଧି କରି ଦେଲେ।ଗାଁ ର ଲୋକ ମାନଙ୍କୁ ଡାକି ଖାଇବାକୁ ଦେଲେ।ଯେଭଳି ଜଣେ ମରିଯାଇଥିବା ଲୋକ ସହ କରା ଯାଏ।ସେଭଳି ଆଜି ଦିପା ଙ୍କ ସହ କରା ଯାଇଛି। ଯାହାକୁ ନେଇ ପରିବାର ରେ ଓ ତାଙ୍କ ଗାଁ ରେ ଶୋକ ର ଛାୟା ଖେଳି ଯାଇଛି।
ଦିପା ଓ ରାଜେନ୍ଦ୍ର ଗତ ଗୋଟିଏ ବର୍ଷ ହେଲାଣି ପରସ୍ପର କୁ ପ୍ରେମ କରୁଥିଲେ।ପ୍ରେମ ପାଇଁ ସେମାନେ ଦୁଇ ଦୁଇ ଥର ଘରୁ ଲୁଚି ପଳାଇ ଥିଲେ।କିନ୍ତୁ ତାଙ୍କ ପରିବାର ଲୋକେ ତାଙ୍କୁ ଘର କୁ ନେଇ ଆସୁଥିଲେ।ଏପରି ନ କରିବା ପାଇଁ ଦିପା ଙ୍କ ପରିବାର ଲୋକେ ତାଙ୍କୁ ବୁଝାଇ ଥିଲେ ହେଲେ ସେ ଶୁଣି ନ ଥିଲେ।
Special report
ତୃତୀୟ ଥର ପାଇଁ ସେ ପୁନର୍ବାର ରାଜେନ୍ଦ୍ର ଙ୍କ ସହିତ ଘର ଛାଡି ଚାଲି ଯାଇଥିଲେ।ସେଦିନ ତାଙ୍କ ବାପା ମା ତାଙ୍କୁ ବହୁତ ଖୋଜା ଖୋଜି କଲେ।ହେଲେ ଦିପା କେଉଁ ଠାରେ ବି ମିଳି ନ ଥିଲେ।ଏହା ପରେ ସେ ତାଙ୍କୁ ରାଜେନ୍ଦ୍ର ଙ୍କ ଘରେ ଦେଖିଲେ।
ଯାହାକୁ କି ଦିପା ଙ୍କ ପରିବାର ଲୋକେ ସହି ପାରି ନ ଥିଲେ।ଏଥିପାଇଁ ସେମାନେ ରାଗି ଯାଇ ଝିଅ କୁ ଶୁଦ୍ଧି ହୋଇ ଗଲେ।ଏ ବିଷୟ ରେ ଝିଅ ର ପିତା ମାତା ଙ୍କୁ ପଚରା ଯାଇଥିଲା।ସେମାନେ କହିଥିଲେ କି ଆମ ଝିଅ ଛୋଟ ଜାତି ରେ ବିବାହ କରି ଆମ ପାଇଁ ମରି ଯାଇଛି।
ଯାହାକୁ ଆମେ ଜନ୍ମ କରିଥିଲୁ ସେ ଆମ ଦୁଃଖ କୁ ବୁଝି ପାରିଲା ନାହିଁ।ସବୁ କିଛି ଛାଡି ଦେଇ ଚାଲି ଗଲା।ଯାହାକୁ କି ଭଗବାନ କେବେ ସହିବେ ନାହିଁ। ଦିନେ ନା ଦିନେ ସେ ଏହାର ଫଳ ଭୋଗ କରିବ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.