Movie prime

ବିପଦରେ ଉପକୂଳ ଓଡ଼ିଶା ଦେଖନ୍ତୁ ଏହି କାରଣ ପାଇଁ ସୃଷ୍ଟି ହେବ ବିପଦ !

 
Viral news
ବଢୁଛି ସମୁଦ୍ରର ଜଳସ୍ତର।ଉପକୂଳ ଅଞ୍ଚଳ ପ୍ରତି ବିପଦ ବଢ଼ିବାରେ ଲାଗିଛି।ବୁଡିବ କି ଉପକୂଳ ଓଡ଼ିଶା ଏହି ଭଳି ଅନେକ ପ୍ରଶ୍ନ ଉଙ୍କି ମାରୁଛି।ଆଗକୁ ବିଶ୍ଵ ବ୍ୟାପି ପଡ଼ିବାକୁ ଯାଉଛି ଏହାର ଗଭୀର ପ୍ରଭାବ।
ମିଳିତ ଜାତିସଂଘ ସୁରକ୍ଷା ପରିଷଦ ରେ ଅନ୍ତରାଷ୍ଟ୍ରୀୟ ଶାନ୍ତି ଓ ସୁରକ୍ଷା ପାଇଁ ସମୁଦ୍ର ଜଳସ୍ତର ବୃଦ୍ଧି ର ପ୍ରଭାବ କୁ ନେଇ ଆଲୋଚନା ପରେ ବିଶ୍ଵ ପାଣିପାଗ ସଂସ୍ଥା ସତର୍କ କରିଛନ୍ତି।ଅଧିକ ମାତ୍ରାରେ ପ୍ରଭାବିତ ହେବାକୁ ଯାଉଛି ମୁମ୍ବାଇ ଆଉ ନିୟୁ ୟର୍କ ଭଳି ବହୁତ ସହର।
ଏଥିରୁ ବାଦ ପଡିନି ପୂର୍ବ ଭାରତରେ ସମୁଦ୍ର ଉପକୂଳ ରେ ଥିବା ଓଡ଼ିଶା ତଟ।ସମୁଦ୍ର ରେ ବୁଡି ଯାଇପାରେ ଓଡ଼ିଶା।୧୯୯୩ ରୁ ୨୦୨୧ ମଧ୍ୟରେ ବିଶ୍ୱରେ ସମୁଦ୍ର ଜଳସ୍ତର ୦.୮ ମିମି ବଢିଛି।
ଏହି ସମୟରେ ଭାରତ ଉପକୂଳରେ ଗୋପାଳପୁର,ପାରାଦ୍ଵୀପ ଓ ଭଦ୍ରକ ବାଲେଶ୍ବର ଉପକୂଳ ରେ ଗୁରୁତର ଭାବରେ ବୃଦ୍ଧି ପାଇଛି ଜଳସ୍ତର।ଗୋପାଳପୁର ପୁରୀ ଉପକୂଳ ଜଳସ୍ତର ପ୍ରାୟ ୫ ମିଲିମିଟର ବୃଦ୍ଧି ହେଉଥିବା ବେଳେ ବାଲେଶ୍ବର ଭଦ୍ରକ ଉପକୂଳରେ ଏହା ଦୁଇ ରୁ ତିନି ମିଲିମିଟର ବୃଦ୍ଧି ହୋଇଛି।
ଆଗାମୀ ଦିନରେ ସମୁଦ୍ରର ର ଅବକ୍ଷୟ ଓ ଜଳସ୍ତର ବୃଦ୍ଧି ଓଡ଼ିଶା ଉପକୂଳ ପାଇଁ ବିପଦ ଆଣି ପାରେ। ଉପକୂଳବର୍ତ୍ତ ଗଞ୍ଜାମ,ପୁରୀ,ଜଗତସିଂହପୁର,ବାଲେଶ୍ଵର ଓ ଭଦ୍ରକ ଜିଲ୍ଲା ପାଇଁ ବଡ଼ ବିପଦ ଆଣୀପରେ ସମୁଦ୍ର ର ଜଳସ୍ତର ବୃଦ୍ଧି।ତଳିଆ ଅଞ୍ଚଳରେ ଥିବା ବିଶ୍ୱରେ ଅନ୍ୟ ସହରରେ ରହୁଥିବା କୋଟି କୋଟି ଆଦିବାସୀ ମାନଙ୍କ ପାଇଁ ଅତ୍ୟନ୍ତ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଛି।
ସମୁଦ୍ର ସ୍ତର ବୃଦ୍ଧି ଦ୍ଵାରା କିଛି ଦେଶର ଅସ୍ତିତ୍ବ ପ୍ରତି ବିପଦ ବଢୁଛି।ସମୁଦ୍ର ପତନ ବୃଦ୍ଧି ଦ୍ଵାରା ଭାରତ, ବାଂଲାଦେଶ, ଚୀନ୍, ଲେଦର୍ ଲ୍ୟାଣ୍ଡ ଭଳି ଦେଶ ପ୍ରତି ସଙ୍କଟ ରହିଛି ଏହା ବର୍ତ୍ତମାନ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି।ସମସ୍ତେ ଭୟଭୀତ ହୋଇ ପଡିଛନ୍ତି।