Movie prime

୧୧ଟି ଛୁଆ ଜନ୍ମ ପରେ ବି ଅପରେସନ ହେବାକୁ ସ୍ବାମୀ ର ବିରୋଧ, ମାରା ହେଲୁ କହି ପଶିବାକୁ ଦେଉନି ସ୍ବାମୀ

 
Viral news
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ନିଷ୍ଠୁର ସ୍ଵାମୀ। ପରିବାର ନିୟୋଜନ ଅସ୍ତ୍ରପଚାର ହେବାରୁ ସ୍ତ୍ରୀକୁ ଘରୁ ବାହାର କରିଦେଲା ସ୍ଵାମୀ। ସବୁଦିନ ପାଇଁ ବନ୍ଦ ହୋଇଯାଇଛି ସ୍ତ୍ରୀ ପାଇଁ ଘରର କବାଟ। ଘରେ ସ୍ଵାମୀ ସ୍ତ୍ରୀକୁ ପୁରାଇଦେଉ ନଥିବାରୁ ଗତ ୧୪ ତାରିଖ ଦିନ ଠାରୁ ପିଲା ଛୁଆଙ୍କୁ ଧରି ଆମ୍ବ ଗଛ ମୂଳେ ଆଶ୍ରୟ ନେଇଛନ୍ତି ସ୍ତ୍ରୀ ଜାନକୀ।
ସ୍ବାମୀଙ୍କୁ ନ ପଚାରି ଅସ୍ତ୍ରପଚାର କରିଥିବାରୁ ଏବେ ତାହାର ଦଣ୍ଡ ଭୋଗୁଛନ୍ତି କେନ୍ଦୁଝର ଜିଲ୍ଲା ତେଲକୋଇ ଗୀମିରିଆ ଗାଁ'ର ଜାନକୀ। ପାଖାପାଖି ୧୦ଟି ପିଲାର ଜନନୀ ହେଉଛନ୍ତି ଜାନକୀ। 
ବଡ ଝିଅକୁ ୧୭ ବର୍ଷ ହୋଇଥିବା ବେଳେ ସାନ ପୁଅକୁ ଏକ ମାସ। ଜାନକୀଙ୍କ ଏତିକି ଭୁଲ ସ୍ବାମୀଙ୍କୁ ନ ପଚାରି ଗତ ୧୪ ତାରିଖରେ ପରିବାର ନିୟୋଜନ ଅସ୍ତ୍ରପଚାର। ଆଉ ଫେରିବା ପରେ ଘରେ ପୁରାଇ ଦେଇନଥିଲେ ସ୍ଵାମୀ। ସେବେଠୁ ପିଲା ଛୁଆଙ୍କୁ ଧରି ଆମ୍ବ ଗଛ ମୂଳେ ଆଶ୍ରୟ ନେଇଛନ୍ତି ଜାନକୀ।
ଘରକୁ ଗଲେ ସ୍ଵାମୀ ଗୋଡ଼ାଇ ମାରୁଛନ୍ତି ବୋଲି କହିଛନ୍ତି ଜାନକୀ। ସଂସାର ଦୁଃଖକୁ ଦେଖି ତେଲକୋଇ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପରିବାର ନିୟୋଜନ ଅସ୍ତ୍ରପଚାର କରିଥିଲେ ଜାନକୀ। ହେଲେ ଏହା ଜାନକୀ ପାଇଁ ଅଭିଶାପ ପାଲଟିଥିଲା। 
ସ୍ତ୍ରୀ ଜାନକୀଙ୍କ ପାଇଁ ସ୍ଵାମୀ ରବି ସବୁଦିନ ପାଇଁ ଘର କବାଟ ବନ୍ଦ କରିଦେଇଛନ୍ତି। ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ବ-ନ୍ଧ୍ୟାକରଣ ହୋଇଥିବାରୁ ଠାକୁର ପୂଜା କରିପାରିବେନି ଏମିତି ଏକ ଭୁଲ ଧାରଣା ପାଇଁ ମହିଳା ପାଉଛନ୍ତି ଦଣ୍ଡ।
ରବି ତାଙ୍କ ଜିଦ୍ ରେ ଅଟଳ ଥିବାରୁ ଘରକୁ ଯାଇପାରୁନାହାନ୍ତି ଜାନକୀ। ଅନ୍ୟପଟେ ବାରମ୍ବାର ପ୍ରସବ ଯୋଗୁଁ ଜାନକୀ ଦୁର୍ବଳ ହୋଇପଡୁଥିଲେ। ଆଗରୁ ଅସ୍ତ୍ରପଚାର ଯୋଗୁଁ ତାଙ୍କୁ ସଚେତନ କରାଯାଇଥିଲା, ଅନେକ ବୁଝା ସୁଝା ପରେ ଜାନକୀ ବୁଝି ଅସ୍ତ୍ରପଚାର କରିଥିଲା। 
ଏବେ ତାଙ୍କ ସ୍ଵାମୀ ବୁଝୁ ନାହାନ୍ତି, ବୁଝାଇବାକୁ ଗଲେ ଧନୁ୍ତୀରରେ ମାରି ଗୋଡାଉଛନ୍ତି। ତଥାପି ଜାନକୀ ଓ ତାଙ୍କ ଛୁଆ ମାନଙ୍କ ଖାଇବା କଥା କିଛି ଆଶାକର୍ମୀ ମାନେ ବୁଝୁଛନ୍ତି ବୋଲି କହିଛନ୍ତି।
ଏପରି ଏକ ସମ୍ବେଦନଶୀଳ ଘଟଣା ଚର୍ଚ୍ଚାରେ ରହିଥିବା ବେଳେ ସେ ପରିବାରକୁ ବୁଝାଇବାରେ ଓ ସେମାନଙ୍କ ଖାଇବା ରହିବାର ବ୍ୟବସ୍ଥା କରାଯାଉଛି ବୋଲି ତେଲକୋଇ ବ୍ଲକ ସ୍ୱାସ୍ଥ୍ୟ ଅଧିକାରୀ ପ୍ରକାଶ କରିଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.