Movie prime

ପାଣିପାଗ ବିଭାଗ ତରଫରୁ ମିଳିଲା ବଡ ସୂଚନା ଦେଖନ୍ତୁ ଏହି ସବୁ ଜିଲ୍ଲାରେ ଛେଚିବ ପ୍ରବଳ ବର୍ଷା ସାବଧାନ ରୁହ ଏହି ସବୁ ଜିଲ୍ଲା

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ପୁଣି ଲଘୁଚାପ ସମ୍ଭାବନା। ହୋଇପାରେ ପ୍ରବଳ ବର୍ଷା। ଆସନ୍ତା ୪ ତାରିଖରେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟିର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି।
Special Report
ଏବେ ରାଜ୍ୟରେ ମୌସୁମୀ ସକ୍ରିୟ ରହିଛି। ତାପମାତ୍ରା କମିଲେ ବି ଗୁଳୁଗୁଳି ଅନୁଭୂତ ହେବ। ଆସନ୍ତା ୨ ଓ ୩ ତାରିଖ ବେଳକୁ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବ। 
୨ ତାରିଖରୁ ପୁଣି ବର୍ଷା ଆରମ୍ଭ ହୋଇଯିବ। କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ଗଜପତି, ମାଲକାନଗିରି, କୋରାପୁଟ, ରାୟଗଡ଼ା ଓ କନ୍ଧମାଳ ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହୋଇପାରେ।
Special Report
୩ ତାରିଖ ଦିନ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, କେନ୍ଦୁଝର, ମ‌ାଲକାନଗିରି, କୋରାପୁଟ, ରାୟଗଡ଼ା ଓ କନ୍ଧମାଳ ଆଦି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ।
ତେବେ ରାଜ୍ୟରେ ଚଳିତ ବର୍ଷ ମୌସୁମୀ ପ୍ରବାହ ଏବଂ ବର୍ଷା ବିଗତ ବର୍ଷଠାରୁ ବିଳମ୍ବ ଥିଲେ ମଧ୍ୟ ଚଳିତମାସରେ ବର୍ଷାର ପରିମାଣ ସ୍ୱାଭାବିକ ଠାରୁ କେତେକ ଜାଗାରେ ଅଧିକ ଆଉ କେତେକ ସ୍ଥାନରେ କମ୍‍ ବର୍ଷା ହୋଇଛି।
Special Report
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ, ୨୦୧୧ ମସିହାରୁ ୨୦୨୩ ମସିହା ମଧ୍ୟରେ ଓଡ଼ିଶାକୁ ମୌସୁମୀ ଛୁଇଁବାରେ ବିଳମ୍ବ ହେଇନଥିଲା। ଶେଷଥର ପାଇଁ ୨୦୧୯ ମସିହା ଜୁନ୍‍ ମାସ ୨୧ ତାରିଖରେ ମୌସୁମୀ ଓଡ଼ିଶା ଛୁଇଁଥିବାବେଳେ ବାକି ବର୍ଷ ଗୁଡ଼ିକରେ ଜୁନ୍‍ ୬ରୁ ୮ ତାରିଖ ମଧ୍ୟରେ ଓଡ଼ିଶାରେ ମୌସୁମୀ ବର୍ଷା ଦେଖାଦେଇଥିଲା। 
Special Report
ଚଳିତ ମାସ ୨୨ ତାରିଖରେ ଦକ୍ଷିଣ ପଶ୍ଚିମ ମୌସୁମୀ ଓଡ଼ିଶାକୁ ଛୁଇଁଥିଲା। ସେତେବେଳକୁ ରାଜ୍ୟର ନିଅଣ୍ଟିଆ ବର୍ଷାର ପରିମାଣ ୮୦ ପ୍ରତିଶତ ଥିଲା। ହେଲେ ମୌସୁମୀ ଛୁଇଁବାର ୫ ଦିନ ପରେ ଜୁନ ୨୮ ତାରିଖ ସୁଦ୍ଧା ୧୫୬.୧ ମିମି ବର୍ଷା ହୋଇଛି।
ଯାହାକି ସ୍ୱାଭାବିକ ବର୍ଷା ୧୯୨.୩ ମିମି ତୁଳନାରେ ୧୯ ପ୍ରତିଶ କମ୍‌।ତେବେ ଆଗାମୀ ୬,୭ଦିନ ପରେ ଆଉ ଏକ ଲଘୁଚାପ ବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଆଉ ଏହାର ପ୍ରଭାବରେ ପୁଣି ମୌସୁମୀ ସକ୍ରିୟ ହେବ ଆଉ ଭାରି ବର୍ଷା ହେବ ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.