Movie prime

ପିଣ୍ଟୁ ନନ୍ଦଙ୍କ ମୃ-ତ୍ୟୁ କୁ ନେଇ ଆସିଲା ବଡ ଖବର ଦେଖନ୍ତୁ କଣ କହିଲେ ବ୍ୟକ୍ତି

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଓଲିଉଡ଼ ର ଜଣେ ଆଗ ଧାଡ଼ିର ଅଭିନେତା ପିଣ୍ଟୁ ନନ୍ଦ ଆଉ ଆମ ଗହଣରେ ଉପସ୍ଥିତ ନାହାଁନ୍ତି। ସେ ସବୁ ଦିନ ପାଇଁ ଆମକୁ ଛାଡ଼ି ଚାଲି ଯାଇଛନ୍ତି।
ଏବେ ପିଣ୍ଟୁ ନନ୍ଦ ଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ପିଣ୍ଟୁ ନନ୍ଦ ଙ୍କୁ ସାହାଯ୍ୟ ନାମରେ ଧୋକା ହୋଇଛି ବୋଲି କହିଛନ୍ତି ଜଣେ ଅଭିନେତା। ୟୁଟ୍ୟୁବ୍ ରେ ପିଣ୍ଟୁ ନନ୍ଦ ଙ୍କୁ ଅନେକ ଅଭିନେତା ମାନେ ଅନେକ ଟଙ୍କା ଦେଇଥିବାର ଦେଖିଥିବେ।
ହେଲେ ଏହି ଅଭିନେତା ଜଣକ ସେ ସବୁ କୁ ମିଛ ବୋଲି କହିଛନ୍ତି। ତାଙ୍କୁ କରିଥିବା ସମସ୍ତ ସାହାଯ୍ୟ ଓ ସହଯୋଗ ମଧ୍ୟ ମିଛ ଅଟେ। ସେ କହିଛନ୍ତି କି ପିଣ୍ଟୁ ନନ୍ଦ ପ୍ରକୃତରେ କଣ ଅଟନ୍ତି ତାହା ଖୁବ୍ କମ୍ ଲୋକ ଜାଣିଛନ୍ତି।
ବବି ମିଶ୍ର ମଧ୍ୟ ପିଣ୍ଟୁ ନନ୍ଦ ଙ୍କ ପାଇଁ ଅନେକ କିଛି କରିଛନ୍ତି ଯାହାକି ଆଉ କେହି ହେଲେ ମଧ୍ଯ କରି ନାହାଁନ୍ତି। ହେଲେ ବବି ମିଶ୍ର ଙ୍କ ନାମରେ ମିଡିଆ ମାଧ୍ୟମରେ ଅନେକ ଅପପ୍ରଚାର ମଧ୍ଯ କରା ଯାଇଛି ବୋଲି ଅଭିନେତା ଜଣକ କହିଛନ୍ତି।
ଆଉ ଏଭଳି ଅନେକ ଲୋକ ମଧ୍ୟ ଅଛନ୍ତି ଯେଉଁ ମାନେ କି ନିଜକୁ ହାଇ ଲାଇଟ୍ କରିବା ପାଇଁ ଅନେକ କଥା ମଧ୍ଯ କହିଛନ୍ତି। ହେଲେ ସେମାନେ କିଛି କରି ନାହାଁନ୍ତି। ସେମାନେ କେବଳ କ୍ୟାମେରା ସାମ୍ନାରେ ହିଁ ଏଭଳି କଥା କହିଛନ୍ତି।
ଅଭିନେତା ଜଣକ ସେଭଳି ଲୋକ ମାନଙ୍କୁ ଅନୁରୋଧ କରିଛନ୍ତି କି ସେମାନେ ଯାହା ମଧ୍ୟ କହୁଛନ୍ତି ତାହା ସେମାନେ ସତ କୁହନ୍ତୁ। ସତ କହି ସମାଜରେ ବଞ୍ଚିବାକୁ କହିଛନ୍ତି।
ୟା ତା ନାମରେ ଚୁଗୁଲି କରି ଆଗକୁ ଯିବା ପାଇଁ ସେ ବାରଣ କରିଛନ୍ତି। ଶେଷ ରେ ଏହା କହିଛନ୍ତି କି ପିଣ୍ଟୁ ନନ୍ଦ ଯେଉଁ ଆଡେ ଗଲେ ମଧ୍ଯ ସେ ସଦା ସର୍ବଦା ତାଙ୍କ ହୃଦୟରେ ରହିବେ।
ପିଣ୍ଟୁ ନନ୍ଦ ଙ୍କୁ ଏବେ ଓଲିଉଡ଼ ଜଗତରେ ଅନେକ ଅଭିନେତା ମାନେ ଅନେକ ମନେ ମଧ୍ୟ ପକାଉଛନ୍ତି। ତେବେ ପିଣ୍ଟୁ ନନ୍ଦ ଏବେ ଯେଉଁଠାରେ ଅଛନ୍ତି ଭଲ ରେ ଥାଆନ୍ତୁ ଏବଂ ତାଙ୍କ ଆତ୍ମା ମଧ୍ୟ ଶାନ୍ତି ପାଉ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.