Movie prime

ପିଣ୍ଟୁ ଙ୍କ ମୃତ୍ୟୁ ପରେ ଖାଉନି ତାଙ୍କ କୁକୁର, ସେମିତି ଶୋଇ ଶୋଇ ରହୁଚି

 
Special report
ଦୈତାରୀ ରେଶି ଡେନ୍ସୀ ରେ ଓଲିଉଡ଼ ଇଣ୍ଡଷ୍ଟ୍ରି ର ଲୋକପ୍ରିୟ ଅଭିନେତା ପିଣ୍ଟୁ ନନ୍ଦ ଙ୍କ ର ଆଉ ଶୁଭୁନାହିଁ ସ୍ୱର ନା ପିଣ୍ଟୁ ନନ୍ଦ ଙ୍କ କୁକୁର ଉଠୁ ନାହିଁ।
ଦୁଇ ଦିନ ହୋଇଗଲାଣି ପିଣ୍ଟୁ ଙ୍କ କୁକୁର ଆଉ ଉଠୁନାହିଁ। କଣ ହେଇଛି କେଜାଣି କିଏ ଡାକିଲେ ମଧ୍ୟ ଉଠୁନି। ଯଦି ବି ଟିକେ ମୁଣ୍ଡ ଟେକି ଦେଖୁଛି କାଳେ ପିଣ୍ଟୁ ନନ୍ଦ ଆସିଥିବେ କିନ୍ତୁ ତାପରେ ପୁଣିଥରେ ମୁଣ୍ଡ ପୋତି ସୋଇ ପଡୁଛି।
କୁକୁର ହେଲେ କଣ ହେଲା।ପିଣ୍ଟୁ ଙ୍କ ସ୍ୱର ଆଉ କାନରେ ବାଜୁନି।ଆଉ ସେଥିପାଇଁ ମନ ମରି ଯାଇଛି।ଭିଡିଓ ରେ ଦେଖିବାକୁ ମିଳିଛି ଯେ ଖାଲି ସେଠାରେ ତିପୁ ତ ନାହିଁ।ଟିପୁ ପାଖରେ ରହିଛି ସୁଲତାନ।
ସୁଲତାନ ସିନା ଉଠି କୁ ବୁଲାବୁଲି କରୁଛି କିନ୍ତୁ ଟିପୂ ବିଲକୁଲ ଉଠୁ ନାହିଁ।ପିଣ୍ଟୁ ନନ୍ଦ ଙ୍କ ବାଟକୁ କୁକୁର ଟି ଯେମିତି ଚାହିଁ ବସିଛି।କିନ୍ତୁ ତାହା ଆଉ ସମ୍ଭବ ନୁହେଁ।ପିଣ୍ଟୁ ନନ୍ଦ ଆଉ କେବେ ଫେରିବେ ନାହିଁ।
ସେ ଆମ ସମସ୍ତଙ୍କୁ ଛାଡ଼ି ଦେଇ ଆରପାରି କୁ ଚାଲି ଯାଇଛନ୍ତି।ଏଠାରେ କହି ରଖିବାକୁ ଚାହିଁବୁ ଯେ ଦୀର୍ଘ ୧୦ ବର୍ଷ ଧରି ପିଣ୍ଟୁ ନନ୍ଦ ଦୈତାରୀ ରେଶି ଡେନ୍ସୀ ଆପାର୍ଟମେଣ୍ଟ ରେ ରହି ଆସୁଥିଲେ।
କିନ୍ତୁ କିଛି ବର୍ଷ ହେବ ସେ ଏହି ଆପାର୍ଟମେଣ୍ଟ ଛାଡ଼ି ତାଙ୍କ ଭାଇଙ୍କ ପାଖରେ ରହୁଥିଲେ।ଏହି ଆପାର୍ଟମେଣ୍ଟ ରେ ରହୁଥିବା ବେଳେ ବହୁ ସମ୍ପର୍କ ଗଢି ଉଠିଛି।ଯାହାକି ଏଠାରେ ରହୁଥିବା କିଛି ଯୁବକ ମାନେ ମଧ୍ୟ ପିଣ୍ଟୁ ନନ୍ଦ ଙ୍କୁ ଝୁରି ହେଉଛନ୍ତି।
ପିଣ୍ଟୁ ନନ୍ଦ ଦେଇଥିବା ଗିଫ୍ଟ କୁ ଆଜି ବି ସାଇତି କରି ରଖିଛନ୍ତି।ଆଉ ସେ ଉପହାର କୁ ଦେଖି ଯୁବକ ଜଣଙ୍କ କାନ୍ଦି ପକାଉଛନ୍ତି। ପିଣ୍ଟୁ ନନ୍ଦ ଙ୍କ ଆପାର୍ଟମେଣ୍ଟ ରେ ଚଷମା ମଧ୍ୟ ଥୁଆ ହୋଇଛି।ଆଉ ଯୁବକଙ୍କୁ ଏକ ହେଡ ଫୋନ ଗିଫ୍ଟ ଦେଇଥିଲେ।
ଯୁବକ ଜଣଙ୍କ କହିଛନ୍ତି ତାଙ୍କର ସବୁ ସ୍ମୃତି ତାଙ୍କ ସହିତ ରହିବ।ସେ ଏଭଳି ଖବର ଶୁଣି ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି।ଏହି ଆପାର୍ଟମେଣ୍ଟ ରେ ଅନେକ ସ୍ମୃତି ରହିଛି ଯାହାକି କାହାରି ମନରୁ ଲିଭିବ ନାହିଁ।