Movie prime

ପିଣ୍ଟୁ ଙ୍କ ଦେହାନ୍ତ ପରେ ବବି ମିଶ୍ର କହିଲେ ଲୋକେ କହୁଚନ୍ତି ତୁ ବି ଚାଲିଯିବୁ..

 
Special report
ଆପଣମାନେ ଓଲିଉଡ଼ ଇଣ୍ଡଷ୍ଟ୍ରି ର ଲୋକପ୍ରିୟ ଅଭିନେତା ପିଣ୍ଟୁ ନନ୍ଦ ଙ୍କୁ ବେଶ ଭାବରେ ଜାଣିଥିବେ।ବର୍ତମାନ ସେ ଆଉ ଆମ ଗହଣରେ ନାହାଁନ୍ତି।ସମସ୍ତଙ୍କୁ ଛାଡ଼ି ଦେଇ ଆରପାରି କୁ ଚାଲି ଯାଇଛନ୍ତି।
ଅଭିନେତା ବବି ମିଶ୍ର ସାକ୍ଷାତକାର ରେ କହିଛନ୍ତି ଯେ ପିଣ୍ଟୁ ଭାଇ ଛାଡ଼ିକି ଚାଲି ଯାଇଛନ୍ତି କିନ୍ତୁ ସେ ସବୁବେଳେ ପାଇଁ ମନରେ ରହିବେ।ଦର୍ଶକ ମାନେ ବହୁତ ଭଲ ପାଇବା ଦେଇଥିବାରୁ ପିଣ୍ଟୁ ନନ୍ଦ ୨୫ ବର୍ଷ ଯାଏଁ ଇଣ୍ଡଷ୍ଟ୍ରି ରେ କାମ କରି ପାରିଛନ୍ତି।
ଯାହା ବି ହେଉ ନା କାହିଁକି ୨୫ ବର୍ଷ ସେ ଲୋକ ମାନଙ୍କୁ ମନୋରଞ୍ଜନ କରେଇଛନ୍ତି।ପିଣ୍ଟୁ ନନ୍ଦ ଙ୍କ କଥା ଯେତେ କହିବେ ବି ସରିବ ନାହିଁ ବୋଲି ଅଭିନେତା ବବି ମିଶ୍ର କହିଛନ୍ତି।ପିଣ୍ଟୁ ନନ୍ଦ ବହୁତ ଭଲ କଳାକାର ହେବା ସହିତ ବହୁତ ଭଲ ମଣିଷ ଥିଲେ।
କାରଣ ଅନେକ ଲୋକମାନେ ଅଛନ୍ତି ପିଣ୍ଟୁ ନନ୍ଦ ଙ୍କ ବିଷୟରେ ବିଭିନ୍ନ ପ୍ରକାରର କଥା କହିଥାନ୍ତି।କିନ୍ତୁ ଲୋକଙ୍କୁ ହସାଇବା ପାଇଁ ଆଉ ନିଜକୁ ଖୁସି କରିବା ପାଇଁ ମନୋରଞ୍ଜନ କରିଥାନ୍ତି।
ସୁଟିଂ ସେଟ୍ କୁ ଗଲେ ମଧ୍ୟ ବବି ମିଶ୍ର ଙ୍କୁ ଆଉ ପିଣ୍ଟୁ ନନ୍ଦ ଙ୍କୁ ଦେଖିଲେ ସମସ୍ତେ ଖୁସି ହୋଇଥାନ୍ତି।ବବି ମିଶ୍ର କହିଛନ୍ତି ଯେ ସେ କୌଣସି କଥା ଲୋକ ମାନଙ୍କୁ ଲୁଚାଇ ନଥାନ୍ତି।ସେ ଯେମିତି ଦର୍ଶକ ମାନଙ୍କୁ ତାହା ଦେଖାଇବାକୁ ଚେଷ୍ଟା କରିଛନ୍ତି।
ଯେଉଁଥି ପାଇଁ ବର୍ତମାନ ଦର୍ଶକ ମାନଙ୍କ ପାଖରେ ସେମାନେ ବଦନାମ ହୋଇଛନ୍ତି।ଅନେକ ଲୋକମାନେ ଅଛନ୍ତି ଯେଉଁମାନେ ବହୁତ ଖରାପ କଥା କହୁଛନ୍ତି କିନ୍ତୁ ଯେଉଁ ମାନେ ପ୍ରକୃତରେ ପ୍ରଶଂସକ ସେମାନେ କେବେ ଖରାପ କହିବେ ନାହିଁ।
ପିଣ୍ଟୁ ନନ୍ଦ ଙ୍କ ମୃ-ତ୍ୟୁ ପରେ ବର୍ତମାନ ସୋସିଆଲ ମିଡିଆରେ ବବି ମିଶ୍ର ଙ୍କୁ ମେସେଜ କରି କୁହାଯାଉଛି ଯେ ପିଣ୍ଟୁ ନନ୍ଦ ଯିବା ପରେ ଏବେ ବବି ଙ୍କ ପାଳି।ଯେଉଁମାନେ ଏସବୁ ଲେଖୁଛନ୍ତି ସେମାନଙ୍କୁ ବବି ମିଶ୍ର ଧନ୍ୟବାଦ ଜଣାଇଛନ୍ତି।
କାରଣ ଏମିତି ଲୋକ ଅଛନ୍ତି ଯେଉଁମାନେ ଜାଣି ପାରୁଛନ୍ତି କି କିଏ କେତେବେଳେ ବଞ୍ଚିବେ ଆଉ କେତେବେଳେ କାହାର ମୃ-ତ୍ୟୁ ହେବ।ଏହି ଭିଡିଓ ଟି ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.