ପିଣ୍ଟୁ ଙ୍କ ସ୍ତ୍ରୀ ଙ୍କ ଦେହ ବି ଏବେ ଠିକ୍ ନାହିଁ, ଜାଣନ୍ତୁ କଣ ହେଇଚି ତାଙ୍କର ଆଉ ଏବେ ତାଙ୍କ ଅବସ୍ଥା କିପରି ଅଛି
Mon, 13 Mar 2023

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
ଆପଣମାନେ ଓଲିଉଡ, ବଲିଉଡ ଏବଂ ଅନେକ ସିନେ କଳାକାରମାନଙ୍କୁ ନେଇ ଆସୁଥିବା ଖବର ବିଷୟରେ ଜାଣି ପାରୁଥିବେ । ଆପଣମାନେ ସମସ୍ତେ ଓଲିଉଡ ଜଗତର ମହାନ୍ କଳାକାର ପିଣ୍ଟୁ ନନ୍ଦଙ୍କୁ ଭଲଭାବେ ଜାଣିଥିବେ । ଏହି ଅଭିନେତା ଜଣକ ବହୁତ ସୁନ୍ଦର ଅଭିନୟ କରନ୍ତି ।
ଅଭିନେତା ପିଣ୍ଟୁ ନନ୍ଦ ସବୁବେଳେ ତାଙ୍କ ଅଭିନୟକୁ ନେଇ ଚର୍ଚ୍ଚାରେ ରୁହନ୍ତି । ଅଭିନେତା ପିଣ୍ଟୁ ନନ୍ଦ ଜଣକ ଅନେକ ଫିଲ୍ମ୍ କରିଛନ୍ତି । ଅଭିନେତା ପିଣ୍ଟୁ ନନ୍ଦ ଆଉ ଏହି ଦୁନିଆରେ ନାହାଁନ୍ତି । ସେ ଆମ ସମସ୍ତଙ୍କୁ ଛାଡ଼ି ଆରପାରିକୁ ଚାଲି ଯାଇଛନ୍ତି ।
ଅଭିନେତା ପିଣ୍ଟୁ ନନ୍ଦ ଲିଭର ସିରୋସିସ୍ ରୋଗରେ ପୀଡିତ ଥିଲେ । ଆଉ ସେ ଅସୁସ୍ଥ ଅନୁଭବ କରିବା ପରେ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଏହାପରେ ସେଠାରେ ତାଙ୍କୁ ଦିଲ୍ଲୀର ଏକ ବେସରକାରୀ ହସ୍ପିଟାଲରେ ଚିକିତ୍ସିତ କରିବା ପାଇଁ ଅଣାଗଲା ।
ଏହାପରେ ତାଙ୍କୁ ହାଇଦ୍ରାବାଦର ଯଶୋଦା ହସ୍ପିଟାଲକୁ ସ୍ଥାନାନ୍ତରିତ କରାଗଲା । ଆଉ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ବିଳମ୍ବିତ ରାତିରେ ୧୧:୨୫ ସମୟରେ ପିଣ୍ଟୁ ନନ୍ଦଙ୍କ ଦେହାନ୍ତ ହୋଇଥିଲା । ଯାହାକୁ ନେଇ ପିଣ୍ଟୁ ନନ୍ଦଙ୍କ ପରିବାର ଏବଂ ଓଲିଉଡ ଜଗତରେ ଶୋକର ଛାୟା ଖେଳିଯାଇଛି ।
ଏହି ଖବର ଶୁଣିବା ପରେ ସାରା ଓଡ଼ିଶାବାସୀ ସ୍ତବ୍ଧ ହୋଇପଡ଼ିଥିଲେ । ଗତକାଲି ତାଙ୍କର ଏକଦଶାହ କର୍ମ ସରିଛି । ସମସ୍ତେ ଅଭିନେତା ପିଣ୍ଟୁ ନନ୍ଦଙ୍କୁ ମନେ ପକାଉଛନ୍ତି । ଏବେ ଏହି ଭିଡିଓ ମାଧ୍ୟମରେ ଆମେ ପିଣ୍ଟୁ ନନ୍ଦଙ୍କ ସ୍ତ୍ରୀଙ୍କ ଅବସ୍ଥା ଜାଣିପାରିବା ।
ଅଭିନେତା ପିଣ୍ଟୁ ନନ୍ଦଙ୍କ ସ୍ତ୍ରୀ ସ୍ବାମୀଙ୍କ ମରିବା ଖବରକୁ ଗ୍ରହଣ କରି ପାରୁନାହାଁନ୍ତି । ସେ ଛାତି ବାଡେଇ କାନ୍ଦୁଥିବାର ଭିଡିଓ ଏବେ ସାମ୍ନାକୁ ଆସିଛି । ଆଉ ସେ ମଧ୍ୟ ବେହୋସ୍ ହୋଇପଡ଼ି ଥିଲେ । ଏହାସହ ସେ କହିଥିଲେ ମୋତେ ବି ସେଠାକୁ ନେଇଯାଅ ଯେଉଁଠାରେ ତାଙ୍କ ସ୍ଵାମୀ ଅଛନ୍ତି ।
ସ୍ବାମୀଙ୍କ ମୃ-ତ୍ୟୁ ପରେ ପିଣ୍ଟୁ ନନ୍ଦଙ୍କ ସ୍ତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହୋଇଯାଇଛି । ଆଉ ସେ ହସ୍ପିଟାଲରେ ଭର୍ତ୍ତି ମଧ୍ୟ ହୋଇଥିଲେ । ସତରେ ଏହା ବହୁତ କଷ୍ଟାଦାୟକ୍ ଅଟେ । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।