Movie prime

ଲୋକେ କହୁଛନ୍ତି ଜମି ବିକି ପିଣ୍ଟୁ ଙ୍କୁ ପଇସା ଦେଇଛି ମୋ ପୁଅ , ପିଣ୍ଟୁ ପଇସା ଜଲ୍ଦୀ ଫେରାଇ ଦେଲେ ମୋ ପୁଅ ସେ ପଇସା ରେ ବେଲ୍ ରେ ଆସିବ

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ଏହି ସୋସିଆଲ ମିଡ଼ିଆ ଦ୍ଵାରା ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ସୋସିଆଲ ମିଡିଆରେ ଏଭଳି କିଛି ଖବର ଦେଖିପାରିବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।
ଏମିତି କିଛି ଘଟଣା ଏବେ ସାମ୍ନାକୁ ଆସିଲା ପରେ ସମସ୍ତଙ୍କ ମନରେ ଅନେକ ପ୍ରଶ୍ନ ଆସୁଛି । ଆପଣମାନେ ନିକଟରେ ନିଜକୁ ପ୍ରଡ୍ୟୁସର କହି ଅଭିନେତା ପିଣ୍ଟୁ ନନ୍ଦଙ୍କୁ ସାହାଯ୍ୟ କରିଥିଲେ ।
ଆଉ ସେହି ନକଲି ପ୍ରଡ୍ୟୁସର ୫୦ ହଜାର ଟଙ୍କାର ଚେକ୍ ଦେଇଥିଲେ କିନ୍ତୁ ତା ପରଦିନ ଚେକ୍ ବାଉନ୍ସ ହୋଇ ଯାଇଥିଲା ଆଉ ଏହି ଖବର ତ ସମସ୍ତେ ଜାଣିଥିବେ । ନିଜକୁ ପ୍ରଡ୍ୟୁସର କହୁଥିବା ବ୍ୟକ୍ତି ଜଣକ ଏବେ ଜେଲରେ ଅଛନ୍ତି ।
ଆଉ ସେ ଜେଲରେ ଥାଇ ଏହି ମାମଲାକୁ ଏବେ କୋର୍ଟକୁ ଦିଆଯାଇଛି । ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଆପଣମାନେ ଦେଖିପାରିବେ କି ସେହି ନକଲି ପ୍ରଡ୍ୟୁସର ଜଣଙ୍କର ମାଆ କି କେହି ସମ୍ପର୍କୀୟ ମହିଳା ଗଣମାଧ୍ୟମ ଆଗରେ ଅନେକ କଥା କହୁଛନ୍ତି । 
ସେ କହୁଛନ୍ତି ଅଭିନେତା ପିଣ୍ଟୁ ନନ୍ଦକୁ ସାହାଯ୍ୟ କରିବାକୁ ସେ ଜମିବାଡ଼ି ବିକ୍ରି କରି ୧୦ ହଜାର ଟଙ୍କା ସାହାଯ୍ୟ କରିଛି । ସେହି ଟଙ୍କା ଆଣିଲେ ପିଲା ବେଲରେ ଆସିବ ।
ସେହି ମହିଳା ଜଣକ କହିଛନ୍ତି ଭଦ୍ରକ ପୋଲିସ ଏହି ନକଲି ପ୍ରଡ୍ୟୁସର ଜଣଙ୍କୁ ତାଙ୍କ ଘରୁ ଥାନାକୁ ନେଇଥିଲେ । ସେହି ସମୟରେ ସେହି ଯୁବକ ଜଣକ ଖାଉଥିଲେ ।
ସେ ଚୋରି କରନ୍ତି ନାହିଁ । ଆଉ ସେ ମିକ୍ସର ମେସିନ ନେଇଥିଲେ ଆଉ ଏହାପରେ ସେ ଆଣିକି ଦେଇଥିଲେ ବୋଲି ଏହି ମହିଳା ଜଣକ କହିଛନ୍ତି । 
ସେହି ମାଉସୀ ଜଣଙ୍କୁ ଜଣେ ବ୍ୟକ୍ତି କହୁଛନ୍ତି ଯିଏ ୧୦ ହଜାର ଟଙ୍କା ବ୍ୟାଙ୍କରୁ ଉଠାଇ ଅଭିନେତା ପିଣ୍ଟୁ ନନ୍ଦଙ୍କୁ ଦେଇଛନ୍ତି ସେ କହୁଛନ୍ତି କି ମାଉସୀ ପିଣ୍ଟୁ ନନ୍ଦଙ୍କ ଠାରୁ ୧୦ ହଜାର ଟଙ୍କା ଆଣନ୍ତୁ ଆଉ ପୁଅକୁ ବେଲରେ ଆଣନ୍ତୁ ।
ଏହି ମହିଳା ଜଣକ କହିଛନ୍ତି ତାଙ୍କ ଗାଁ ଭିତରକୁ ଯିଏ ଆସିବ ସେ ଆସି ସରପଞ୍ଚ ଆଉ ସମସ୍ତଙ୍କ ସହ କଥା ହେଲା ପରେ ଗାଁକୁ ଆସିବେ । ସେହି ମହିଳା ଜଣକ କାହାକୁ ଚିହ୍ନି ନାହାନ୍ତି ।
କେବଳ କହୁଛନ୍ତି ୧୦ ହଜାର ଟଙ୍କା ଦିଆଯାଇଛି ପିଣ୍ଟୁ ନନ୍ଦଙ୍କୁ ଆଉ ତାଙ୍କ ଠାରୁ ପଇସା ଆଣି ଏହି ନକଲି ପ୍ରଡ୍ୟୁସର ଜଣଙ୍କୁ ବେଲରେ ଅଣାଯିବ । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.