Movie prime

ହାଇଦ୍ରାବାଦ ରେ ଦେବଦୂତ ପରି ଆସିଲେ ଯୁବକ ଆଉ ପିଣ୍ଟୁ ଙ୍କୁ liver ଦେଇ ଚାଲିଗଲେ

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଏବେ ଗୁରୁତର ଅବସ୍ଥାରେ ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦ। ଏବେ ଚେନ୍ନାଇ ଯିବେ ପିଣ୍ଟୁ ନନ୍ଦ। ଓଡ଼ିଆ ଆଲବମ ହେଉ ବା ଫିଲ୍ମ କିମ୍ୱା କମେଡିଆନ ହେଉ ବା ଖଳନାୟକ ଭୂମିକା ହେଉ ପିଣ୍ଟୁ ନନ୍ଦଙ୍କ ଅଭିନୟ ଦର୍ଶକଙ୍କ ମନକୁ ବେଶ୍ ଛୁଇଁଥାଏ ।
ନିଜର ନିଆରା ଅଭିନୟ ପାଇଁ ଚର୍ଚ୍ଚିତ ପିଣ୍ଟୁ ନନ୍ଦ ସବୁବେଳେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥାଆନ୍ତି । ସବୁବେଳେ ସମସ୍ତଙ୍କୁ ମନୋରଞ୍ଜନ ଦେଉଥିବା ପିଣ୍ଟୁ ନନ୍ଦ ଏବେ ଗୁରୁତର ହୋଇପଡିଛନ୍ତି । ଗୁରୁତର ଯକୃତ ଜନିତ ରୋଗରେ ପୀଡ଼ିତ ହୋଇଛନ୍ତି ଏହି ଅଭିନେତା ପିଣ୍ଟୁ ନନ୍ଦ। 
ଡାକ୍ତରଙ୍କର ସପ୍ରଚେଷ୍ଟା ଦ୍ବାରା ମଧ୍ୟ ସୁଧୁରି ନାହିଁ ପିଣ୍ଟୁ ନନ୍ଦଙ୍କ ସ୍ବାସ୍ଥ୍ୟ ଅବସ୍ଥା। ପ୍ରଥମେ ଭୁବନେଶ୍ଵରେ ଚିକିତ୍ସିତ ହେଉଥିଲେ ପିଣ୍ଟୁ ନନ୍ଦ। ଅଧିକ ଚିକିତ୍ସା ପାଇଁ ଦିଲ୍ଲୀ ଯାଇଥିଲେ।
ଦିଲ୍ଲୀର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ ପିଣ୍ଟୁ ନନ୍ଦ କିନ୍ତୁ ସେଠାରେ ମଧ୍ୟ ଫେଲ୍ ମାରିଲା ଡ଼ାକ୍ତରଙ୍କ ପ୍ରଚେଷ୍ଟା।
ଡାକ୍ତରଙ୍କ ସତ ଚେଷ୍ଟା ପରେ ମଧ୍ୟ ପିଣ୍ଟୁ ନନ୍ଦଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ କୌଣସି ହେଲେ ସୁଧାର ଆସିନଥିଲା। ଧିରେ ଧିରେ ପିଣ୍ଟୁ ନନ୍ଦଙ୍କ ସ୍ବାସ୍ଥ୍ୟ ଅବସ୍ଥା ଅଧିକ ଗୁରୁତର ହେବାର ଲାଗିଛି। 
ଏବେ ପିଣ୍ଟୁ ନନ୍ଦଙ୍କ ସ୍ବାସ୍ଥ୍ୟ ଅବସ୍ଥା ଅଧିକ ଜଟିଳ ହେବା କାରଣରୁ ଅଧିକ ଚିକିତ୍ସିତ ପାଇଁ ଏବେ ଦିଲ୍ଲୀରୁ ଚେନ୍ନାଇ ସ୍ଥାନାନ୍ତର ହୋଇଛନ୍ତି ପିଣ୍ଟୁ ନନ୍ଦ। ପିଣ୍ଟୁ ନନ୍ଦଙ୍କୁ ଦିଲ୍ଲୀରୁ ଚେନ୍ନାଇ ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।
ଏବେ ପିଣ୍ଟୁ ନନ୍ଦଙ୍କ ଲିଭର୍ ସିରୋସିସ୍ ପାଇଁ ଲିଭର୍ ଆବଶ୍ୟକ ରହିଛି। ହେଲେ ପିଣ୍ଟୁ ନନ୍ଦଙ୍କ ଲିଭର୍ ସହିତ ତାଙ୍କ ପରିବାର କାହାର ଲିଭର୍ ମ୍ୟାଚ କରୁନାହିଁ। ସେଥିପାଇଁ ପିଣ୍ଟୁ ନନ୍ଦଙ୍କ ସାଙ୍ଗ ତାଙ୍କୁ ଲିଭର୍ ଦେବେ ବୋଲି ସୂଚନା ମିଳିଛି। 
ପିଣ୍ଟୁ ନନ୍ଦଙ୍କ ଉନ୍ନତମାନର ଚିକିତ୍ସା ପାଇଁ ଦରକାର ପଡୁଛି ୫୦ ଲକ୍ଷ ଟଙ୍କା। ହେଲେ ଓଲିଉଡ଼ ଇଣ୍ଡଷ୍ଟ୍ରିରେ କେବେ ଖଳନାୟକ, କେବେ ନାୟକ ଓ କେବେ କମେଡିଆର ଯାଦୁରେ ଦର୍ଶକ ମାନଙ୍କୁ ହସାଉଥିଲେ ଆଉ କନ୍ଦାଉଥିଲେ ଆଜି ସେହି ପିଣ୍ଟୁ ନନ୍ଦ ହସ୍ପିଟାଲ ବେଡରେ ପଡି ଜୀବନ ମରଣ ସହିତ ସଂଘର୍ଷ କରୁଛନ୍ତି।
ସୋସିଆଲ ମିଡିଆ ମାଧ୍ୟମରେ ତାଙ୍କର ଆସୁ ଆରୋଗ୍ୟ ଓ ସହାୟତାର ହାତ ବଢେ଼ଇବା ପାଇଁ ନିବେଦନ କରିଛନ୍ତି। ଯାହାକୁ ବର୍ତ୍ତମାନ ପିଣ୍ଟୁ ନନ୍ଦଙ୍କ ଏହି ଭିଡିଓ ଟି ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.