Movie prime

Pintu Nanda ଙ୍କୁ ଦେଇଥିବା ଟଙ୍କାର ଏବେ ହେବ କଣ କିଏ ନେବେ ? Exclusive

 
Special report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଆଉ ନାହାନ୍ତି ଅଭିନେତା ପିଣ୍ଟୁ ନନ୍ଦ। ସମସ୍ତଙ୍କୁ ଛାଡ଼ି ସେ ଆରପାରିକୁ ଚାଲିଯାଇଛନ୍ତି। ହେଲେ ପିଣ୍ଟୁ ନନ୍ଦ ଯେତେବେଳେ ଲିଭର ସିରୋସିସ ରୋଗରେ ଆକ୍ରାନ୍ତ ହୋଇ ଦିଲ୍ଲୀ ଯାଇଥିଲେ।
ସେତେବେଳେ ତାଙ୍କୁ ଆବଶ୍ୟକ ଥିଲା ୫୦ ଲକ୍ଷରୁ ଅଧିକ ଟଙ୍କା ଆବଶ୍ୟକ ଥିଲା। କାରଣ ଦିଲ୍ଲୀରେ ତାଙ୍କର ନୂଆ ଲିଭର ଲାଗିଥାଆନ୍ତା। ସେଥିପାଇଁ ପୁରା ଓଡ଼ିଶା ଅର୍ଥ ଯୋଗାଡ଼ କରିବା ପାଇଁ ଲାଗିପଡିଥିଲା। 
ସମସ୍ତେ ପିଣ୍ଟୁ ନନ୍ଦ ଭାଇ ଅଭିରାମ ନନ୍ଦ ଆକାଉଣ୍ଟକୁ ଟଙ୍କା ଛାଡ଼ିବା ଆରମ୍ଭ କରି ଦେଇଥିଲେ। ଯାତ୍ରା କଳାକାର ମାନଙ୍କ ଠାରୁ ଆରମ୍ଭ କରି ସିନେମା କଳାକାର ମାନେ ଏବଂ ବଡ ବଡ ବିଜନେସ ମ୍ୟାନ ସମସ୍ତେ ପିଣ୍ଟୁଙ୍କ ପାଇଁ ଅର୍ଥ ଦେବାକୁ ଆରମ୍ଭ କରି ଦେଇଥିଲେ।
ଅର୍ଧେନ୍ଦୁ ଏକୁଟିଆ ଦେଇଥିଲେ ୧୦ ଲକ୍ଷ ଟଙ୍କା ଦେଇଥିଲେ ଏବଂ ଆହୁରି ଦେବେ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ। ଏମିତି ବଡ଼ ବଡ଼ ବିଜନେସ ମ୍ୟାନ ମାନେ ମଧ୍ୟ ଟଙ୍କା ଦେଇଥିଲେ ଯେଉଁମାନେ କି ନିଜର ପରିଚୟ ଲୁଚେଇ ରଖିଥିଲେ। 
ତେବେ ଅଭିରାମ ନନ୍ଦଙ୍କ ଆକାଉଣ୍ଟରେ ରହିଛି ପିଣ୍ଟୁଙ୍କ ପାଇଁ ଆସୁଥିବା ଲକ୍ଷ ଲକ୍ଷ ଟଙ୍କା ଯେଉଁ ଟଙ୍କା ପିଣ୍ଟୁଙ୍କ ପାଇଁ ଖର୍ଚ୍ଚ ହୋଇ ପାରିଲା ନାହିଁ। ଯେଉଁ ଟଙ୍କା ଖର୍ଚ୍ଚ ହୋଇଥିଲେ ବୋଧ ହୁଏ ପିଣ୍ଟୁ ନନ୍ଦ ବୋଧ ହୁଏ ଆଜି ବଞ୍ଚିଯାଇଥାନ୍ତେ।
ତେବେ ଟଙ୍କା ପାଇଁ ଆଜି ପିଣ୍ଟୁ ନନ୍ଦ ଚାଲିଗଲେ ବୋଲି ଲୋକେ ଚର୍ଚ୍ଚା କରୁଛନ୍ତି। ଯଦି ଦେଖିବା ଦିଲ୍ଲୀରେ ପିଣ୍ଟୁ ନନ୍ଦଙ୍କର ସବୁକଥା ବୁଝିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ସାଂସଦ ଅନୁଭବ ମହାନ୍ତି। ଅନୁଭବ ବି ପିଣ୍ଟୁ ନନ୍ଦଙ୍କ ପାଇଁ ଅଭିରାମ ନନ୍ଦ ଆକାଉଣ୍ଟକୁ ଟଙ୍କା ଦେଇଥିବା ଚର୍ଚ୍ଚା ହେଉଥିଲା। 
ସେପଟେ ଅଭିନେତା ବବି ମିଶ୍ର କହିଛନ୍ତି କି ପିଣ୍ଟୁ ନନ୍ଦଙ୍କର ମୃ-ତ୍ୟୁର କାରଣ ବହୁତ୍ ଜଲ୍ଦୀ ଜଣା ପଡ଼ିବ। ତେବେ ବନ୍ଧୁଗଣ ପିଣ୍ଟୁଙ୍କ ପାଇଁ ଦିଆଯାଇଥିବା ପଇସା କେତେ ଅଛି, ତାହା କେବଳ ଅଭିରାମ ନନ୍ଦ ହିଁ ଜାଣନ୍ତି।
ତେବେ ବର୍ତ୍ତମାନ ପିଣ୍ଟୁଙ୍କ ପାଇଁ ଆସିଥିବା ଟଙ୍କା ପିଣ୍ଟୁ ନନ୍ଦଙ୍କର ସ୍ତ୍ରୀ ପିଲାଙ୍କୁ ଦିଅ ଯିବା ନା ସେହି ଟଙ୍କାକୁ ଅଭିରାମ ନିଜ ପାଖରେ ରଖିବେ ବୋଲି ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚାର ବିଷୟ ପାଲଟିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.