Movie prime

ଘଟିଲା ଏମିତି ଘଟଣା ପୋଲିସ ନାଁ ରେ ପୋଲିସ ଦେଲେ ଏତେଲା ଦେଖନ୍ତୁ ଏହି କାରଣ ଆପଣ ଆଶ୍ଚର୍ୟ୍ଯ ହୋଇଯିବେ

 
Special report
ନମସ୍କାର ପାଠକ ବନ୍ଧୁ l ବନ୍ଧୁଗଣ ଆପଣ ମାନେ ସର୍ବଦା ଉପରସ୍ଥ କର୍ମଚାରୀ କିପରି ତାର ଅଧୀନସ୍ଥ କର୍ମଚାରୀ ଉପରେ ନାନା ଅତ୍ୟାଚାର କରେ, ତାହା ଗଣ ମାଧ୍ୟମର ବିଭିନ୍ନ ନିଉଜ଼ ଚାନେଲରେ ଏବଂ ଖବର କାଗଜରେ ପ୍ରକାଶିତ ହେବାରେ ଦେଖିଥିବେ l
ତାହା କୌଣସି ସରକାରୀ କାର୍ଯ୍ୟାଳୟ ହେଉ କି ବେସରକାରୀ କାର୍ଯ୍ୟାଳୟ ହେଉ, ସେଠାରେ ଅନ୍ୟାୟ ଏବଂ ଅତ୍ୟାଚାର ଦେଖିବାକୁ ମିଳେ l ଏପରି ଏକ ଖବର ନଜରକୁ ଆସିଛି ଯେଉଁଠି ଥାନା ବାବୁଙ୍କ ନାଁରେ ହେଇଛି ଅଭିଯୋଗ l
ଆଉ ଅଭିଯୋଗ ପୁଣି ତାଙ୍କ ଅଧୀନସ୍ଥ କର୍ମଚାରୀ କରିଛନ୍ତି l ନ୍ୟାୟ ପାଇଁ ସାଧାରଣ ଜନତା ପାଇଁ ସାହା ଭରସା ହେଉଥିବା ପୋଲିସ ବାବୁ ଯଦି ଏମିତି କାମ କରିବେ, ତେବେ ଆପଣମାନେ "ଘର ଢ଼ିଙ୍କି ଏଠି କୁମ୍ଭୀର" କହିବା ସାର ହେବ l
କିପରି ଜଣେ କାର୍ଯ୍ୟ ରତ ଏସ୍ ଆ ଇ ନିଜ ଉପରସ୍ଥ ଥାନା ବାବୁ ନାଁରେ ଆଣିଛନ୍ତି ସଂଗୀନ ଅଭିଯୋଗ l ଭିଡିଓରେ ଭାଇରଲ ହେଉଥିବା ସେଇ ଦସ୍ତlବିଚ୍ ଉପରେ ଟିକେ ଭଲରେ ନଜର ପକାନ୍ତୁ ଆଜ୍ଞା l
ଉପରସ୍ଥ କର୍ମଚାରୀଙ୍କ ଅତ୍ୟlଚାର ସହି ନପାରି ନିଜ ଚାକିରୀ ଖଣ୍ଡକ ଛାଡିବାକୁ ମଧ୍ୟ୍ୟ ପଛାଉ ନାହାନ୍ତି l ତାଙ୍କ ଅତ୍ୟlଚାରରେ ସେ ହୋଇ ଯାଇଛନ୍ତି ଅତିଶୟ, ଏପରିକି ତାଙ୍କୁ ତାଙ୍କ ଡିଉଟି ସମୟରେ ଅତ୍ୟଧିକ କାମର ଚାପ ପକାନ୍ତି l
 ଆଉ ସେ ଏହିଭଳି କାର୍ଯ୍ୟରେ ଅତିଶୟ ହୋଇ ନିଜ ମାନସିକ ସନ୍ତୁଳନ ହରାଇ ବସନ୍ତି lଗୋଟେ ପଟେ ଅସୁସ୍ଥ ହୋଇ ଛୁଟି ଦରଖାସ୍ତ ଆଉ ଗୋଟେ ପଟେ ଥାନା ବାବୁ ଙ୍କର ଜୁଲମ୍ ଏବଂ ଲୋକାଭିମୁଖୀ ହୋଇ କାର୍ଯ୍ୟ କରିବାକୁ ପୋଲିସ ମହା ନିର୍ଦେଶକଙ୍କ ଆହ୍ୱାନ୍ l
 ଅସାଧୁ ପୋଲିସ କର୍ମଚାରୀଙ୍କ କାର୍ଯ୍ୟ ଶୈଳୀ ସତେ ଯେପରି ପୁରା ବିଭାଗ ଉପରେ ସୃଷ୍ଟି କରିଛି ପ୍ରଶ୍ନ ବାଚୀ???
ଏ ବେପରୁଆ ପୋଲିସ ଙ୍କର ନା ଖାତିର ଅଛି ମହା ନିର୍ଦେଶକଙ୍କୁ ନା ଏ ଫାଇଭ ଟି ସରକାରଙ୍କୁ l ଯେଉଁଠି ନିଜ ଅଧୀନସ୍ଥ କର୍ମଚାରୀ ଙ୍କୁ ଛାଡ଼ ନାହିଁ ସେଠି ବା ସାଧାରଣ ଜନତାଙ୍କ କଥା ନକହିବା ଭଲ l
 ଏପରି ଏକ ସମ୍ବେଦନମୂଳକ ଘଟଣା ଘଟିଛି ଯାଜପୁର ଜିଲ୍ଲାରେ l ଯାଜପୁର ଜିଲ୍ଲାର ଧର୍ମଶାଳା ଥାନାରେ ଘଟିଛି ଏଭଳି ଘଟଣା l ପୋଲିସ କର୍ମରେ କାର୍ଯ୍ୟରତ ଜଣେ ସବ୍ ଇନିସ୍ପେକଟର ଥାନା ବାବୁ ଙ୍କ ଅତ୍ୟାଚାରରେ ହେଇ ପଡିଛନ୍ତି ଅତିଶୟ ଏବଂ ନିଜ ଚାକିରୀ ଛାଡିବାକୁ ନେଇଛନ୍ତି ଚରମ ନିଷ୍ପତି l
ଏହି ଘଟଣା ସାରା ରାଜ୍ୟସାରା ଆଲୋଡନ ସୃଷ୍ଟି କରିଛି l କ'ଣ ଥାନାରେ ଦିଆ ଯାଉଛି କି ମାନସିକ ନିର୍ଯାତନା??? ସବୁ ପରେ କୋଉଦିନ ଘଟିବ ଏ ପୋଲିସ କଳିର ସମାଧାନ??
କିଏ ସତ କହୁଛି ବଡ ବାବୁ ନା ଅଧୀନସ୍ଥ କର୍ମଚାରୀ?? ଏହା କେବଳ ଦେଖିବା ରହିଲା ବାକି l ତେଣୁ ଘଟଣା ଉପରୁ ଖୁବ୍ ଶୀଘ୍ର ପରଦା ହଟିଲେ ସତ୍ୟ ଏବଂ ଏକ ସମାଧାନର ବାଟ ଫିଟିବ l

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.