Movie prime

ଦୀପାଳି ପରେ mp ଟିକେଟ ପାଇବେ ଦ୍ରୌପଦୀ ମୁର୍ମୁ ଙ୍କ ଝିଅ, ଦେଖନ୍ତୁ କେଉଁ ଜିଲ୍ଲା ରୁ ଲଢ଼ିବେ

 
Special report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ରାଷ୍ଟ୍ରପତି ଦୌପ୍ରଦି ମୁର୍ମୁଙ୍କ ଝିଅକୁ ନିଜ ଦଳକୁ ଆଣିବା ପାଇଁ ଥପ ପକେଇବା ଆରମ୍ଭ କରିଛନ୍ତି ବିଜେପି ଓ ଅନ୍ୟ ବିରୋଧି ଦଳ। ରାଷ୍ଟ୍ରପତି ଝିଅଙ୍କୁ ନିଜ ଦଳରେ ସାମିଲ କରି ବହୁତ ବଡ଼ ଦାୟିତ୍ଵ ଦେବାକୁ ଯାଉଛନ୍ତି।
ସବୁଦଳ ବିଜେପି ତାଙ୍କୁ କେନ୍ଦ୍ର ମନ୍ତ୍ରୀ ମଣ୍ଡଳରେ ସାମିଲ କରି ଓଡ଼ିଶାରେ ପଦ୍ମ ଫୁଟାଇବା ପାଇଁ ସ୍ବପ୍ନ ଦେଖିଛନ୍ତି। ଇତିଶ୍ରୀ ମୁର୍ମୁଙ୍କୁ ଲୋକସଭା ପ୍ରାର୍ଥୀ କରିଲେ ଓଡ଼ିଶାର ଲୋକ ଭୋଟ ଅଜାଡ଼ି ଦେବେ ବୋଲି ଆଶା ରଖିଛି ବିଜେପି। କାରଣ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଭାରତ ସହ ଓଡ଼ିଶାରେ ମଧ୍ୟ ଖୁବ ଲୋକପ୍ରିୟତା ରହିଛି। 
ଦ୍ରୌପଦୀଙ୍କ ଲୋକପ୍ରିୟତାର ଫାଇଦା ଉଠାଇବା ପାଇଁ ତାଙ୍କ ଝିଅକୁ ରାଜନୀତିକୁ ଆଣିବା ପାଇଁ ଚାହିଁ ବସିଛି ବିଜେପି ଦଳ। ମା ଦ୍ରୌପଦୀଙ୍କୁ ରାଷ୍ଟ୍ରପତି କରିଥିଲା ବିଜେପି।
ଆଉ ଏବେ ତାଙ୍କ ଝିଅକୁ ଲୋକସଭା ପଠାଇ ମନ୍ତ୍ରୀ କରିବାର ଲୋଭ ଦେଖାଉଛି। ମୟୂରଭଞ୍ଜ ଲୋକସଭା ଆସନ ଏକ ଆଦିବାସୀ ବହୁଳ ଅଞ୍ଚଳ ହୋଇଥିବାରୁ,
ଆଉ ନିଜେ ରାଷ୍ଟ୍ରପତିଙ୍କ ପରିବାର ଆଦିବାସୀ ହୋଇଥିବାରୁ ଏହା ବିଜେପି ପାଇଁ ଲାଭ ଦାୟକ ହେବ ବୋଲି ଭାବୁଛି ବିଜେପି ଦଳ। ସେଥିପାଇଁ ରାଷ୍ଟ୍ରପତିଙ୍କ ଝିଅ ଇତିଶ୍ରୀ ମୁର୍ମୁକୁ ଟିକେଟ ଦେବା ପାଇଁ ଚାହୁଁଛନ୍ତି ବିଜେପି ନେତା। 
ଆଉ ଯାହାକୁ ନେଇ ସାଧାରଣ ବର୍ଗରେ ଆଲୋଚନା ଜୋରେ ଚାଲିଛି। ଖାଲି ବିଜେପି ନୁହେଁ ବିଜେଡି ରାଷ୍ଟ୍ରପତିଙ୍କ ନାର ଫାଇଦା ନେବାକୁ ବସିଛି ବୋଲି ଚର୍ଚ୍ଚା ହେଉଛି।
ନବୀନ ପଟ୍ଟନାୟକ ସବୁବେଳେ ଯୁବ ଏବଂ ମହିଳା ମାନଙ୍କୁ ପ୍ରାଧାନ୍ୟ ଦେଇଥିବାରୁ ଇତିଶ୍ରୀ ମୁର୍ମୁଙ୍କୁ ଆଣି ଲୋକସଭା ପଠାଇ ପାରନ୍ତି। ଆଉ ଇତିଶ୍ରୀ ମୁର୍ମୁ ହେଉଛନ୍ତି ଜଣେ ଉଚ୍ଚ ଶିକ୍ଷିତା ଯୁବତୀ ମାଆଙ୍କ ପରି ତାଙ୍କ ପାଖରେ ମଧ୍ୟ ଲୋକ ମାନଙ୍କୁ ଆକର୍ଷିତ କରିପାରିବାର କାଳ ରହିଛି। 
ନେତୃତ୍ଵ ନେବାର ଦକ୍ଷତା ମଧ୍ୟ ରହିଛି। ଉଭୟ ବିଜେଡି ଏବଂ ବିଜେପି ଏବେ ତାଙ୍କୁ ନିଜ ଦଳକୁ ଆଣିବା ପାଇଁ ପ୍ରୟାସ ଆରମ୍ଭ କରିସାରିଲେଣି। ଯାହାକୁ ନେଇ ରାଜନୀତି ମହଲରେ ଆଲୋଚନା ଚାଲିଛି।
ମୟୂରଭଞ୍ଜ ଆସନକୁ ନିଜର କରିବାକୁ ଅଣ୍ଟା ଭିଡ଼ିଛି ରାଜ୍ୟରେ ବିଜେପି। ଝିଅ ଇତିଶ୍ରୀ ମଧ୍ୟ ଏଥିପାଇଁ ରାଜି ଅଛନ୍ତି ବୋଲି ଅନ୍ଦରମହଲରେ ଆଲୋଚନା ଚାଲିଛି। ତେବେ ଇତିଶ୍ରୀ ମୁର୍ମୁ କେଉଁ ଦଳରେ ଯୋଗ ଦେଉଛନ୍ତି ତାହା ଏବେ ଦେଖିବାକୁ ବାକି ରହିଲା।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.