Movie prime

" ମୋ ପୁଅ ସୌମ୍ୟ କୁଆଡେ ହଜି ଯାଇଛି , ଖୋଜିଦିଅ" କାନ୍ଦି କାନ୍ଦି ଗୋଟେ ମା କରୁଛି ଆକୁଳ ନିବେଦନ

 
Special Report
ନମସ୍କାର ବନ୍ଧୁଗଣ। ବର୍ତ୍ତମାନ ଆମେ ସୋସିଆଲ ମିଡ଼ିଆ ସହ ବେଶ ଜଡିତ ରହୁଛେ। ଏବଂ ବର୍ତ୍ତମାନର ଦୁନିଆଁରେ ସୋସିଆଲ ମିଡ଼ିଆ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି।
ବନ୍ଧୁଗଣ ସୋସିଆଲ ମିଡ଼ିଆ ରେ ଅନେକ ଘଟଣା ଦେଖିବାକୁ ପାଇଥାଉ କିନ୍ତୁ ବେଳେ ବେଳେ କିଛି ଏମିତି ଘଟଣା ସାମ୍ନା କୁ ଆସେ ଯାହା ଖୁବ ଆଶ୍ଚର୍ଯ୍ୟ କରି ଦେଇ ଥାଏ।
ବନ୍ଧୁଗଣ ଯେଉଁ ବୟସରେ ସ୍ବପ୍ନ ଦେଖିବା କଥା ସେହି ବୟସରେ ମନରେ ଅନେକ କଥା ଚାପି ଭୁଲ ପଦକ୍ଷେପ ନେଇଯାଉଛନ୍ତି ଆଜି କାଲିକା ପିଲା। 
ନିଜ ହିସାବରେ ବଞ୍ଚିବା ପାଇଁ ଚାହୁଁଛନ୍ତି ଆଜିକାଲିକା ପିଲା। ତେଣୁ କଣ କରୁଛନ୍ତି, କି କଣ କରିବା ପାଇଁ ଚାହୁଁଛନ୍ତି କିଛି କହୁନାହାନ୍ତି ଆଜି କାଲିକା ପିଲା। ତେବେ ବନ୍ଧୁଗଣ ବର୍ତ୍ତମାନ ଏକ ଘଟଣା ସାମ୍ନାକୁ ଆସିଛି।
ଯାହାକି ବନ୍ଧୁଗଣ କେନ୍ଦୁଝର ଆନନ୍ଦପୁର ଯୋଗିଆବନ୍ଧର ସୌମ୍ୟ ରଞ୍ଜନ ମହାନ୍ତଙ୍କର କୌଣସି ଖୋଜଖବର ମିଳୁନାହିଁ। ୧୯ ଦିନ ହେଇଯିବ ପୁଅ ସୌମ୍ୟ ରଞ୍ଜନ କେଉଁଆଡେ ଚାଲିଯାଇଛନ୍ତି। ସୌମ୍ୟ ରଞ୍ଜନଙ୍କ ବାପା ସୁରେନ୍ ମହାନ୍ତ ନିକଟସ୍ଥ ଏକ ବିଦ୍ୟାଳୟରେ କିରାଣୀ ଭାବେ କାର୍ଯ୍ୟ କରନ୍ତି। 
ପରିବାର ଲୋକେ ଅନେକ ଖୋଜାଖୋଜି କରିବା ପରେ ନିକଟସ୍ଥ ଚକ୍ରତୀର୍ଥରୁ ମିଳିଛି ସୌମ୍ୟଙ୍କ ସାଇକେଲ। ତେବେ ବନ୍ଧୁଗଣ ସୌମ୍ୟ ରଞ୍ଜନ ମାଆଙ୍କ ଦେହ ଖରାପ ଥିବାରୁ ବାପା-ମାଆ ଯାଇଥିଲେ ହସ୍ପିଟାଲ।
ବାପା-ମାଆ ମେଡିକାଲ୍ ଯାଇଥିବା ସମୟରେ ସୌମ୍ୟ ରଞ୍ଜନ ଘରୁ କେଉଁଆଡେ ଚାଲିଯାଇଛନ୍ତି। ସୌମ୍ୟ ରଞ୍ଜନ ଜଣେ ମେଧାବୀ ଛାତ୍ର। ସୌମ୍ୟ ରଞ୍ଜନ +୩ ର ତୃତୀୟ ବର୍ଷର ଛାତ୍ର। କିନ୍ତୁ ପୁଅର କୌଣସି ପତ୍ତା ମିଳୁନାହିଁ। 
ଶେଷରେ ନିରୂପାୟ ହୋଇ ଥାନାର ଦ୍ଵାରସ୍ଥ ହୋଇଛନ୍ତି ପରିବାର ଲୋକେ। ପୋଲିସ ମଧ୍ୟ ବିଭିନ୍ନ ଦିଗକୁ ନେଇ ଖୋଜାଖୋଜି ଜାରିରଖିଛି। ଘରର ଗୋଟିଏ ବୋଲି ସାହାଭରସା ହେଉଛନ୍ତି ସୌମ୍ୟ ରଞ୍ଜନ। ପୁଅର ଫେରିବା ବାଟକୁ ଚାହିଁବସିଛି ମାଆ।
ଘର ଭିତରକୁ ଯାଉନାହାନ୍ତି ସୌମ୍ୟଙ୍କ ମାଆ। ହଜିଲା ପୁଅର ସନ୍ଧାନ ମିଳୁନି ଆଉ ବାପା-ମାଆଙ୍କ ମନକୁ କେତେ ପାପ ଛୁଇଁ ଚାଲୁଛି। ବନ୍ଧୁଗଣ ଏହି ଖବରଟି ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.