Movie prime

ରାନୀ କୁ ମୁ ପଛରୁ ଟାଣି ବୁଝାଉଥିଲି, ତାକୁ ମୁଁ କାହିଁକି ଯିବି ଧରିବାକୁ ଯେ

 
Special report
ଓଲିଉଡ଼ ଇଣ୍ଡଷ୍ଟ୍ରି ର ଲୋକପ୍ରିୟ ଅଭିନେତା ପିଣ୍ଟୁ ନନ୍ଦ ଆମ ସମସ୍ତଙ୍କୁ ଛାଡ଼ି ଦେଇ ଆରପାରି କୁ ଚାଲି ଯାଇଛନ୍ତି।ଅଭିନେତା ଶ୍ରୀ କୁମାର କହିଛନ୍ତି ଯେ ସେ ବହୁତ ଭଲ କଳାକାର ଥିଲେ।ଯେଉଁଦିନ ପିଣ୍ଟୁ ନନ୍ଦ ଙ୍କ ମୃତ୍ୟୁ ହୋଇଥିଲା
ସେଦିନ ଶ୍ରୀ କୁମାର ତାଙ୍କ ପାଖରେ ଥିଲେ ଆଉ ତାଙ୍କ ସାଙ୍ଗ ବିକାଶ ମଧ୍ୟ ଥିଲେ।ଆଉ କିଛି କଳାକାରମାନେ ଥିଲେ।କିନ୍ତୁ ଇଣ୍ଡଷ୍ଟ୍ରି ରେ ଏତେ ବଡ଼ ବଡ଼ କଳାକାର ମାନେ ଅଛନ୍ତି ଯେଉଁମାନେ ବହୁତ ବାଇଟ୍ ଦେଇଥାନ୍ତି ସେମାନେ କିନ୍ତୁ କେହି ଆସି ନଥିଲେ।
ଶ୍ରୀ କୁମାର କାହାକୁ ଦେଖି ନଥିଲେ।କିଛି କଳାକାର ମାନେ ପଛରେ ଆସିଥିଲେ।ଏହାପରେ ପିଣ୍ଟୁ ନନ୍ଦ ଙ୍କୁ କିମ୍ସ ନେଇ କରି ଯାଇଥିଲେ। କିମ୍ସ୍ ରୁ ତାପର ଦିନ ତାଙ୍କ ଘରକୁ ଅଣାଯାଇଥିଲା।
ଏତେ କଳାକାର ମାନେ ଥିଲେ ଅନେକ କଥା କହୁଥିଲେ, କାନ୍ଦୁ ଥିଲେ କିନ୍ତୁ ପିଣ୍ଟୁ ନନ୍ଦ ଙ୍କ ଘରକୁ କେହି ଆସି ନଥିଲେ।୫ କି ୭ ଜଣ ଭଳି କଳାକାର ଆସିଥିଲେ। ବବି ମିଶ୍ର, ବିକାଶ,ଦେବାଶିଷ ଆସିଥିଲେ।
ଏହାପରେ ଯେତେବେଳେ ସ୍ଵର୍ଗଦ୍ଵାର କୁ ନେଇକି ଯାଇଥିଲେ ସେଠୀ ବି ସେମିତି ୫ କିଁ୭ ଜଣ ଭଳି କଳାକାରମାନେ ଆସିଥିଲେ।ପିଣ୍ଟୁ ନନ୍ଦ ଙ୍କ ର ପୂଜା ପାଠ କରାଯାଉଥିବା ସମୟରେ ବବି ମିଶ୍ର ଆଉ ଅନ୍ୟାୟ କଳାକାର ମାନେ କହିଲେ
 ଯେ ରାନୀ ପ୍ରିୟ ଦର୍ଷୀନି ବହୁତ ଜୋର କାନ୍ଦୁଛି।ଶ୍ରୀ କୁମାର ଙ୍କୁ ବୁଝାଇବା ପାଇଁ କହିଥିଲେ।ଏହାପରେ ଶ୍ରୀ କୁମାର ରାନୀ ଙ୍କ ପାଖକୁ ଯାଇ ତାଙ୍କୁ ବୁଝାଇଥିଲେ।ରାନୀ ଙ୍କୁ ଧରି କିଛି ବାଟ ନେଇ ଯାଇଥିଲେ।
ସେହି ସମୟରେ କିଛି ମିଡ଼ିଆ ଭିଡିଓ କରି ଦେଇଥିଲେ।ଏହି ଭିଡିଓ କୁ ନେଇ ଟ୍ରୋଲ କରୁଛନ୍ତି।ଲୋକମାନେ ଏହା ଦେଖି ବହୁତ କଥା କହିଛନ୍ତି।ତେଣୁ ଶ୍ରୀ କୁମାର ଏହି ଘଟଣା ବିଷୟରେ ଜାଣିବା ପରେ ମୁହଁ ଖୋଲିଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.