Movie prime

ଆସୁଚି ସରକାର ଙ୍କ ନୂଆ ଯୋଜନା ! ନବ ବିବାହିତ ଙ୍କୁ ମାଗଣା କ-ଣ୍ଡୋ-ମ୍ ବାଣ୍ଟିବେ ସରକାର

 
Special report
ଆପଣମାନେ ଜାଣିଥିବେ ଆଗକୁ ଆସୁଛି ବିବାହ ଋତୁ।ଏହାରି ଭିତରେ ନବ ବିବାହିତା ଙ୍କୁ ନବ ଦମ୍ପତି କିଡ ଗିଫ୍ଟ ଦେବାପାଇଁ ରାଜ୍ୟ ସରକାର ଅଣ୍ଟା ଭିଡିଛନ୍ତି।ଏହି ଗିଫ୍ଟ ରେ ଯାହା ମିଳିବାକୁ ଯାଉଛି ତାହା ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।
ନେସନାଲ ହେଲ୍ଥ ମିଶନ ଏହି ନବ ଦମ୍ପତି ଙ୍କ ଗିଫ୍ଟ ପଠାଇବା ଆରମ୍ଭ କରିଛନ୍ତି।ବିବାହ ଋତୁ ଆରମ୍ବରୁ ନବ ବିବାହିତା ଙ୍କୁ ଏହି ଉପହାର ପ୍ରଦାନ କରାଯିବ ବୋଲି ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛନ୍ତି।
ରାଜ୍ୟରେ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ସ୍ବାସ୍ଥ୍ୟ ବିଭାଗ ଏହିଭଳି ଅଭିନବ ପ୍ରୟାସ ଆରମ୍ଭ କରିଛନ୍ତି। ନବ ଦମ୍ପତି ଉପହାର ପାଇଁ ସ୍ବାସ୍ଥ୍ୟ ବିଭାଗ ପ୍ରଥମ ପର୍ଯ୍ୟାୟ ରେ ସାତ କୋଟି ଟଙ୍କା ଖର୍ଚ୍ଚ କରିବେ।
ଦେଶରେ ପ୍ରଥମ ରାଜ୍ୟ ଭାବରେ ଏହି ନବ ଦମ୍ପତି ଗିଫ୍ଟ ପ୍ରଦାନ କରିବେ।ବାହାଘର ଭୋଜି ସମୟରେ ନବ ଦମ୍ପତି ଙ୍କୁ ଗିଫ୍ଟ ପ୍ରଦାନ କରାଯିବ।ସ୍ଥାନୀୟ ଆଶାକର୍ମୀ ବାହାଘର ରେ ପହଞ୍ଚି ନବ ଦମ୍ପତି ଙ୍କୁ ଉପହାର ଦେବେ।
ଏହାର ପ୍ରମାଣ ରଖିବାକୁ ହେଲେ ମୋବାଇଲ ରେ ନବ ଦମ୍ପତି ଙ୍କ ସହିତ ଫଟୋ ମଧ୍ୟ ଉଠାଇବେ।ଆଉ ଏକ କାଗଜ ରେ ନବ ଦମ୍ପତି ଙ୍କ ସ୍ୱାକ୍ଷର ମଧ୍ୟ ନେବେ।
ସ୍ବାସ୍ଥ୍ୟ ବିଭାଗ ଆଶା ଙ୍କୁ ଏହି ଉପହାର ପ୍ରଦାନ ପାଇଁ ପାରିଶ୍ରମିକ ବାବଦ କୁ ପ୍ରତି ଗିଫ୍ଟ ପିଛା ସହେ ଟଙ୍କା ପ୍ରଦାନ କରିବେ।କିନ୍ତୁ ନବ ଦମ୍ପତି ଏହି ଗିଫ୍ଟ ସମ୍ପୂର୍ଣ୍ଣ ମାଗଣା ଦିଆଯିବ।
ନବ ଦମ୍ପତି ବିଳମ୍ବ ରେ ପ୍ରଥମ ସନ୍ତାନ ଏବଂ ଦ୍ୱିତୀୟ ସନ୍ତାନ ଲାଗି ଅତି କମ୍ ରେ ତିନି ବର୍ଷର ବ୍ୟବଧାନ ରଖିବାକୁ ପରାମର୍ଶ ଦିଆଯାଇଛି।ସେଥିପାଇଁ ଏହି ଉପହାର ରେ କିଛି ପରିବାର କଲ୍ୟାଣ ପୁସ୍ତିକା,
କଣ୍ଡୋମ ବିବାହ ପଞ୍ଜିକରଣ ଫର୍ମ ଇତ୍ୟାଦି ନବ ଦମ୍ପତି ଙ୍କୁ ପ୍ରଦାନ କରାଯିବ।ବିଶେଷ କରି ନବ ଦମ୍ପତି ଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟ ରଖି ଏହି ଯୋଜନା ଆରମ୍ଭ ହୋଇଛି।ଏଥି ସହିତ ଏହି ଗିଫ୍ଟ କୁ ସହର ଓ ଗ୍ରାମାଞ୍ଚଳ ଉଭୟ ଜାଗାରେ ପ୍ରଦାନ କରାଯିବ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.