Movie prime

ଗୋଟିଏ ରାତି ଆଗରୁ ହିରୋ ଙ୍କୁ ନା କରିବା ପଡ଼ିଲା ମହଙ୍ଗା ଦେଖନ୍ତୁ ହେଲା ଭୟଙ୍କର କାଣ୍ଡ ସୁଟିଙ୍ଗ ହେଲା ବନ୍ଦ Exclusive

 
Special report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ମ୍ୟୁଜିକ ଆଲବମ ଭିଡିଓରେ ହିରୋ ହେବାକୁ କହି ରୋଲ୍ ନଦେବାରୁ ସୁଟିଂ ସେଟରେ ହାଙ୍ଗାମା। ପ୍ରୋଜକ ନାଁ'ରେ ଅଭିଯୋଗ ଆଣିଲେ ଓଡ଼ିଆ ଅଭିନେତା।
ହିରୋ ହେବାକୁ ହେଲେ ପ୍ରୋଜକ ଟଙ୍କା ମାଗୁଥିବା ଅଭିନେତା ହିତେଶ ଦାସ ଅଭିଯୋଗ କରିଛନ୍ତି। ବଡ଼ ବ୍ୟାନରର ମ୍ୟୁଜିକ ଭିଡିଓରେ କାମ କରିବାକୁ ହିତେଶଙ୍କୁ ଅଫର ଦିଆଯାଇଥିଲା। 
ହେଲେ ସୁଟିଂର ପୂର୍ବ ଦିନ ପେମେଣ୍ଟ ବାବଦରେ ପଚାରିବାରୁ ତାଙ୍କୁ ଓଲଟା ଟଙ୍କା ଦେଇ ଅଭିନୟ କରିବାକୁ କହିଥିଲେ ପ୍ରଯୋଜକ। ଏହାକୁ ନେଇ ଭୁବନେଶ୍ବର ଜୟଦେବ ବଟିକା ସୁଟିଂ ସେଟ୍ ରେ ଦେଖିବାକୁ ମିଳିଛି ହାଇଡ୍ରାମା।
ବନ୍ଧୁଗଣ ଭୁବନେଶ୍ବର ଜୟଦେବ ବାଟିକାରେ ମ୍ୟୁଜିକ ଭିଡ଼ିଓର ସୁଟିଂ ଚାଲୁଥିବାବେଳେ ଅଭିନେତା ହିତେଶ ସେଠାରେ ପହଞ୍ଚି ହାଙ୍ଗାମା କରିଥିଲେ। ଏହି ସିଟିଂରେ ବଲିଉଡର ହିରୋଇନ ଥିଲେ ଆକାଂକ୍ଷା ସର୍ମା। 
ପାଟି ତୁଣ୍ଡ ହେବାରୁ ସୁଟିଂକୁ ଅଧାରୁ ବନ୍ଦ କରିବାକୁ ପଡ଼ିଥିଲା। ଆଉ ହିତେଶଙ୍କୁ ପ୍ରଡ୍ୟୁସର ଦେଖି କହିଥିଲେ ହୁ ଆର ୟୁ। 'ତମର ଏଥିରେ ହିରୋ ହୋଇପାରିବନି ଯାଅ' ଏଭଳି କଥାବାର୍ତ୍ତା କରି ହିତେଶଙ୍କୁ ଦୁର୍ବ୍ୟବହାର ଦେଖାଇବା ଆରମ୍ଭ କରିଥିଲେ ପ୍ରଯୋଜକ।
ଏହାପରେ ପ୍ରଯୋଜକ ଏନେଇ ଖଣ୍ଡଗିରି ଥାନାରେ ଅଭିଯୋଗ କରିବାପରେ ମାମଲା ଥାନାରେ ପହଞ୍ଚିଥିଲା। ତେବେ ପ୍ରଯୋଜକ ଓ ଅଭିନେତା ମଧ୍ୟରେ ବିବାଦ ପାଇଁ ସୁଟିଂ ବନ୍ଦ ହେବାରୁ ହିନ୍ଦୀ ଆଲବମ୍ ଅଭିନେତ୍ରୀ ଆକାଂକ୍ଷା ଶର୍ମାଙ୍କୁ ନିରାଶ ହେବାକୁ ପଡ଼ିଥିଲା।  
ହିତେଶଙ୍କ କହିବା ଅନୁଯାୟୀ ଏଭଳି ଓଡିଆ କଳାକାରଙ୍କୁ ଅସମ୍ମାନିତ କରିବାର ଜବାବ ସେ ମାଗିଥିଲେ ଆଉ ଯେଉଁଥିପାଇଁ ଆଲବମର ଡାଇରେକ୍ଟର ଏବଂ ପ୍ରଡୁସର ତାମସା କରିବା ଆରମ୍ଭ କରିଦେଇଥିଲେ।
ତେବେ ବନ୍ଧୁଗଣ ଉଭୟ ପ୍ରଯୋଜକ ଓ ଅଭିନେତା ପରସ୍ପର ବିରୋଧରେ କରିଥିବାବେଳେ ପୋଲିସ ଏହାର ତଦନ୍ତ କରୁଛି। ତେବେ ବନ୍ଧୁଗଣ ଏହି ଘଟଣାଟି ଏବେ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚାର ବିଷୟ ପାଲଟିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.