Movie prime

ସୁପରଷ୍ଟାର ଙ୍କ ସଫଳତା ଚା ବିକାଳୀ ରୁ ବଲିଉଡ ଷ୍ଟାର ଦେଖନ୍ତୁ କେମିତି

 
Special Report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ନାମ ହେଉଛି ଚନ୍ଦୁ ନାଏକ। ଘର ତାଙ୍କର ଗଞ୍ଜାମ ଜିଲ୍ଲାର ସରଡ଼ା ଅଞ୍ଚଳରେ। ଖୁବ୍ ଗରିବ ଘରର ପିଲା ହେଉଛନ୍ତି ଚନ୍ଦୁ। ଚନ୍ଦୁଙ୍କ ମନରେ ଅଛି ରୂପେଲି ପରଦାରେ ଅଭିନୟ କରି ବଡ ଷ୍ଟାର ହେବାର।
ଅଭାବ ଭିତରେ ମଧ୍ୟ ଏହି ସ୍ବପ୍ନ ଦେଖନ୍ତି ଚନ୍ଦୁ। ଚନ୍ଦୁ ସେତେବେଳେ ଅଷ୍ଟମ ଶ୍ରେଣୀରେ ପଢୁଥିଲେ। ଆଉ ସେତେବଳେ ଚନ୍ଦୁ ଆସିଥିଲେ କଳିଙ୍ଗ ଷ୍ଟାଡିୟମ ଅଡିସନ୍ ଦେବା ପାଇଁ। କିନ୍ତୁ ତାଙ୍କ ପାଖରେ ଟଙ୍କାଟେ ହେଲେ ନଥିଲା। 
ଯାହାଫଳରେ ବାପା ମୂଲ ଲାଗି ରଖିଥିବା ୪୦୦ ଟଙ୍କାକୁ ଚୋରି କରି ନେଇଆସିଥିଲେ ଚନ୍ଦୁ। ହେଲେ ଟଙ୍କା ନଦେଲେ ଚାନ୍ସ ମିଳିବ ନାହିଁ। ଯେତେ କାକୁତି ମିନତି ହେଲେ ବି କେହି ଶୁଣିବେ ନାହିଁ। ନିରାଶ ହେଲେ ଶେଷରେ ଚନ୍ଦୁ।
ହେଲେ ମନରୁ ତାଙ୍କର କଳାକାର ହେବାର ନିଶା ଉତୁରି ନଥାଏ। ଏହାପରେ ବାଧ୍ୟରେ କେରଳ ଗଲେ ଚନ୍ଦୁ। ସେଠାରେ ଚନ୍ଦୁ ହୋଟେଲରେ କାମ କଲେ। ଆଉ ତାହାରି ଭିତରେ ସମୟ କାଢି ଚନ୍ଦୁ ଅଭିନୟ ପାଇଁ ନିଜକୁ ଫିଟ୍ ମଧ୍ୟ କଲେ। 
ଆଉ ଫେସବୁକ୍ ରୁ ଏମ୍ଏମଟିଏଫ୍ ସିଜିନ ୧୧ ଅଡିସନ୍ ପୋଷ୍ଟର ଦେଖି ଅଡିସନ୍ ଦେବା ପାଇଁ ମୁମ୍ବାଇ ଗଲେ ଚନ୍ଦୁ। ଏବଂ ତାଙ୍କର ବରିଷ୍ଠ ଚେହେରା ଆଉ ଦମଦାର ଅଭିନୟକୁ ବିଚାରକଙ୍କୁ ଆକୃଷ୍ଟ କଲା। ଆଉ ଜନି ମେମ୍ବର ମାନେ ମଧ୍ୟ ତାଙ୍କୁ ସିଲେକସନ୍ କଲେ।
ତେବେ ବନ୍ଧୁଗଣ ସେହି ଠାରୁ ଆଉ ପଛକୁ ଫେରିନାହାନ୍ତି ଚନ୍ଦୁ। ପ୍ରଥମେ ମୁମ୍ବାଇରେ ସୁଟିଂ ହେଉଥିବା ସିରିଏଲ୍ କ୍ରିଷ୍ଣା ରେ ଚନ୍ଦୁ କୃଷ୍ଣଙ୍କ ଶଖା ଭୂମିକାରେ ଅଭିନୟ କରିଥିଲେ। 
ଆଉ ସେହି ଚରିତ୍ରକୁ ଏତେ ନିଖୁଣ ଭାବରେ ଚନ୍ଦୁ ଅଭିନୟ କରିଥିଲେ ଯେ, ସମସ୍ତେ ତାଙ୍କୁ ପ୍ରଶଂସା କରିଥିଲେ। ପରେପରେ ଚନ୍ଦୁ ହିନ୍ଦୀ ଆଉ ଗୁଜୁରାଟି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ନିଜର ସମସ୍ତ ଅଭାବ ଅସୁବିଧାକୁ ଖାତିର ନକରି ସବୁ ସମସ୍ୟାକୁ ପରାସ୍ତ କରି
 ସେ ଶେଷରେ ବଲିଉଡରେ ଅଭିନୟର ସୁଯୋଗ ପାଇଛନ୍ତି। ତେବେ ବନ୍ଧୁଗଣ ତାଙ୍କର ଏହି ସଙ୍ଘର୍ଷ ସେହି ପର୍ଯ୍ୟନ୍ତ ଜାରି ରହିବ ଯେପର୍ଯ୍ୟନ୍ତ ଚନ୍ଦୁ ତାଙ୍କର ସବୁ ସ୍ୱପ୍ନକୁ ବାସ୍ତବରେ ପରିଣତ କରିଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.