Movie prime

ସ୍ଵାମୀ ନଥିବା ବେଳେ ଜନ୍ମ ହେଲେ ଯାଆଁଳା ଛୁଆ ଦେଖନ୍ତୁ ଆସିଲା ବହୁତ୍ ବଡ ଖବର

 
Special Report
ବର୍ତମାନ ଦାରିଦ୍ର୍ୟତାର ଏକ ବିକଳ ଚିତ୍ର ଦେଖିବାକୁ ମିଳିଛି।ମୟୂରଭଞ୍ଜ ଜିଲ୍ଲାରେ ଏଭଳି ଘଟଣା ଘଟିଥିବାର ଜଣାପଡ଼ିଛି।ଯାହାକି ଉକ୍ତ ପଞ୍ଚାୟତ ଅନ୍ତର୍ଗତ ଡାକୋଇ ଅମାରାନାମା ଗ୍ରାମର ଜଣେ ମହିଳା ଗତ ୮ ତାରିଖ ରେ
ବାରିପଦା ସ୍ଥିତ ହସ୍ପିଟାଲ ରେ ଯାଆଁଳା ସନ୍ତାନ ଗୋଟିଏ ଝିଅ ଆଉ ଗୋଟିଏ ପୁଅକୁ ଜନ୍ମ ଦେଇଥିଲେ।ତେବେ ୯ ତାରିଖ ଦିନ ଡାକ୍ତରଖାନା ରୁ ଘରକୁ ଫେରିବା ବେଳେ ମହିଳା ଙ୍କ କୋଳରେ ତାଙ୍କ ପିଲା ନଥିଲେ।
ତାଙ୍କ ଛୁଆ କୁ ସେ ଅନ୍ୟ କାହାକୁ ବିକ୍ରି କରି ଦେଇଥିବା କଥା ମହିଳା ଜଣଙ୍କ କହିଥିଲେ।ତେବେ ଏହି ଘଟଣା ରେ ମହିଳା ଙ୍କ ମା ଗଣମାଧ୍ୟମ ସାମ୍ନାରେ କହିଛନ୍ତି ଯେ ତାଙ୍କ ଝିଅର ସ୍ବାମୀ କେଉଁଆଡେ ନିଖୋଜ ହୋଇ ଯାଇଛନ୍ତି।
ଯାହାକୁ ନେଇ ବାରିପଦା ଟାଉନ ଥାନାରେ ପରିବାର ତରଫରୁ ଲିଖିତ ଅଭିଯୋଗ କରାଯାଇଥିଲା।ଡାକୋଇ ଅମାରାନାମା ଗ୍ରାମର ଅଙ୍ଗନବାଡ଼ି ଦିଦି କହିଛନ୍ତି ଯେ ମହିଳା ଜଣଙ୍କ ତାଙ୍କ ଦୁଇ ଛୁଆକୁ କାଠ ପାଳ ଅଞ୍ଚଳର ଦୁଇ ଜନ ଦଲାଲ ଙ୍କୁ ବିକ୍ରି କରି ଦେଇଛନ୍ତି।
ମହିଳା ଜଣଙ୍କ ତାଙ୍କ ଛୁଆଙ୍କୁ ଅନ୍ୟ ଙ୍କୁ ଦେଇ ଥିବାରୁ ତା ବଦଳରେ ତାଙ୍କୁ ଶାଢ଼ୀ ଆଉ ଏକ ହଜାର ଟଙ୍କା ମିଳିଛି ବୋଲି କହିଛନ୍ତି।ଏବଂ ସେ ତାଙ୍କ ଦୁଇ ଛୁଆଙ୍କୁ ଭଲରେ ରଖି ପାରିବେ ନାହିଁ ବୋଲି ମଧ୍ୟ କହିଛନ୍ତି।
ସ୍ବାମୀ ନଥିବା ବେଳେ ସେ ବହୁତ ଅଭାବରେ ରହିଛନ୍ତି।ଖାଇବାକୁ ମଧ୍ୟ ପାଇ ନାହାଁନ୍ତି। ତେଣୁ ଏହି ଘଟଣା କୁ ଗ୍ରାମରେ ବହୁତ ରାତି ରେ ଏକ ମିଟିଂ କରା ଯାଇଥିଲା। 
କୁହାଯାଇ ଥିଲା ଯେ ବିକ୍ରି କରିଥିବା ଛୁଆଙ୍କୁ ଫେରାଇ ଆଣିବା ପାଇଁ ମହିଳା ଙ୍କୁ କହିଥିଲେ।ଅନ୍ୟପଟେ ମହିଳା ଙ୍କ ଶାଶୁ ଆଉ ପରିବାର ଲୋକେ କହିଛନ୍ତି ଯେ ମହିଳାଙ୍କ ସ୍ବାମୀ ଏକ ବର୍ଷ ହୋଇଗଲାଣି କେଉଁଆଡେ ଚାଲି ଯାଇଛନ୍ତି।
ଏହି ଘଟଣାଟି ବର୍ତମାନ ସୋସିଆଲ ମିଡିଆରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.