Movie prime

ମୋ ସ୍ବାମୀ ମୋ ଠୁ ଦୂରେଇ ତା ଭାଉଜ ସହ ସମ୍ପର୍କ ରଖିବାରେ ବ୍ୟସ୍ତ, ମୁ କହିଲେ ମତେ ପିଟୁଛି

 
Special Report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ନାରୀ ହଉ କିମ୍ବା ପୁରୁଷ କେହି ଏଠି ଭଲ ନୁହଁନ୍ତି। ଆଜିକାଲି ଦୁନିଆରେ ପୁରୁଷ ହେଉକି ମହିଳା ସମସ୍ତେ ଖରାପ କାମ କରୁଛନ୍ତି।
କିଏ ଭଲ ପାଇକି ଧୋକା ଦଉଛି ତ ଆଉ କିଏ ବାହା ହେଇକି ପ୍ରେମିକ କି ପ୍ରେମିକା ସହ ରଖୁଛନ୍ତି ଅ-ନୈ-ତି-କ ସମ୍ପର୍କ। ବର୍ତ୍ତମାନ ଏହିଭଳି ଏକ ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଓ ସମସ୍ତ ଲୋକ ଏହି ଭିଡିଓକୁ ଦେଖି ଖୁବ୍ ନିନ୍ଦା କରୁଛନ୍ତି। 
ଯାହାକି ବନ୍ଧୁଗଣ ଭାଉଜ ସହ ସମ୍ପର୍କ ରଖିବା ପାଇଁ ସ୍ତ୍ରୀ ବରଣ କରିବାରୁ ମାଡ଼ ମାରିଛି ସ୍ଵାମୀ। ଏମିତି କି ମହିଳା ଜଣକୁ ମାରି ମାରି ସ୍ଵାମୀ ଜଣକ ଦେହ ହାତ ଫଟେଇ ଦେଇଛନ୍ତି। ଶେଷରେ ନି-ର୍ଯା-ତ-ନା ସହିନପାରି ଥାନାର ଦ୍ୱାରସ୍ଥ ହୋଇଛନ୍ତି ମହିଳା।
ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ରଣପୁର ଥାନା ଅନ୍ତର୍ଗତ ପାଟବେରଣା ଗାଁ ରେ। ସୂଚନା ଅନୁଯାୟୀ, ପାଟବେରଣା ଗାଁର କାଶୀନାଥ ବେହେରା, ସାଗର ଗାଁର ପୁଷ୍ପଲତା ବେହେରାଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। 
ବିବାହର କିଛି ଦିନ ପରେ ସ୍ଵାମୀ କାଶୀନାଥ ଆରମ୍ଭ କରିଥିଲେ ସ୍ତ୍ରୀ ଉପରେ ନି-ର୍ଯ୍ୟା-ତ-ନା। ପୂର୍ବରୁ ମଧ୍ୟ ପୁଷ୍ପଲତା ରଣପୁର ଥାନାର ଦ୍ବାରସ୍ଥ ହୋଇଥିଲେ। ଆପସ ବୁଝାମଣା ପରେ ତାଙ୍କର ସଂସାର ଠିକ୍ ଠାକ୍ ଚାଲିଥିଲା।
କିଛି ଭଲରେ ଚାଲିଲା ପରେ ପୁଣି କାଶୀନାଥ ପୁଷ୍ପଲତା ଉପରେ ନି-ର୍ଯ୍ୟା-ତ-ନା ଆରମ୍ଭ କରିଥିଲେ। ସେପଟେ ପୁଷ୍ପଲତା କହିବା ଅନୁସାରେ କାଶୀନାଥ ତାଙ୍କ ଭାଉଜ ସହ ଅନୈତିକ ସମ୍ପର୍କ ଅଛି। ଯାହାକି ପୁଷ୍ପଲତା ବାରମ୍ବାର ବାରଣ କରିବା ସତ୍ତ୍ୱେ କାଶୀନାଥ ତାଙ୍କୁ ମାଡ଼ ମାରନ୍ତି। 
ଏମିତିକି ଭାଉଜ ଖାଇଲା ପରେ କାଶୀନାଥ ତାଙ୍କ ଭାଉଜଙ୍କ ବାସନ ମଧ୍ୟ ମାଜୁଛନ୍ତି। ସବୁବେଳେ କାଶୀନାଥ ତାଙ୍କ ଭାଉଜଙ୍କ ପାଖରେ ରହୁଥିବା କଥା ପୁଷ୍ପଲତା କହିଛନ୍ତି।
ତେବେ ପୁନର୍ବାର ପୁଷ୍ପଲତାଙ୍କୁ କାଶୀନାଥ ମାଡ଼ ମାରିବା ସହିତ ନି-ର୍ଯା-ତ-ନା ଦେଇଥିବାରୁ ପୁଷ୍ପଲତା ଥାନାର ଦ୍ୱାରସ୍ଥ ହୋଇଛନ୍ତି। ପୁଷ୍ପଲତା ନିବେଦନ କରି କହିଛନ୍ତି କି, କାଶୀନାଥଙ୍କୁ ଭାଉଜ ପାଖରୁ ଅଲଗା କରି ତାଙ୍କୁ ନ୍ୟାୟ ଦିଆଯାଉ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.