Movie prime

ଏଣିକି ସ୍ଵାମୀ ସହ ଝଗଡା କରି ବାପ ଘରେ ରହି ପାରିବନି ଝିଅ, ବାପା ଯେତେ କୋଟିପତି ହୋଇଥିଲେ ବି ସେଥିରେ ରହିବନି ଝିଅ ର କୌଣସି ଅଧିକାର

 
Special report
ନମସ୍କାର ପାଠକ ବନ୍ଧୁ। ଦିଲ୍ଲୀ ହାଇ କୋର୍ଟ ନେଇଛି ଏକ ବଡ଼ ନିଷ୍ପତ୍ତି। ଛାଡପତ୍ର ପାଇଥିବା ଝିଅର ନିଜର ପୈତୃକ ସଂପତ୍ତି ଉପରେ ଅଧିକାର ନାହିଁ। ଅବିବାହିତ କିମ୍ବା ବିଧବା ଝିଅର ପିତୃ ସମ୍ପତ୍ତି ଉପରେ ଅଧିକାର ରହିଛି।
Special report
ଏଭଳି ଏକ ନିଷ୍ପତ୍ତି ନେଇଛନ୍ତି ଦିଲ୍ଲୀ ହାଇ କୋର୍ଟ ଯାହାକି ଝିଅ ମାନଙ୍କ ପାଇଁ ଏକ ବହୁତ ବଡ଼ ଚ୍ୟାଲେଞ୍ଜ ଅଟେ। ଛାଡପତ୍ର ନେଇଥିବା ଝିଅ ମାନଙ୍କୁ ଏହା ଦ୍ବାରା ଏକ ବଡ଼ ଧରଣର ଝଟକା ଲାଗିଛି।
କେବଳ ବିବାହିତ ଝିଅର ହିଁ ପୈତୃକ ସମ୍ପତ୍ତି ଉପରେ ଅଧିକାର ରହିଛି। ହେଲେ ଛାଡ଼ପତ୍ର ପାଇଥିବା ଝିଅ ର ପୈତୃକ ସଂପତ୍ତି ଉପରେ କୌଣସି ଅଧିକାର ନାହିଁ। ଏହାର କାରଣ ହେଉଛି ଛାଡ଼ପତ୍ର ପାଇଥିବା ଝିଅ ନିଜର ଭରଣ ପୋଷଣ ପାଇଁ ବାପା ଉପରେ ନିର୍ଭର କରି ନଥାଏ।
କୋର୍ଟ ଜଣେ ମହିଳା ଙ୍କ ଅପିଲ କୁ ଖାରଜ କରିବା ପରେ ଏବେ ଏହି ନିଷ୍ପତ୍ତି ନେଇଛନ୍ତି। ପାରିବାରିକ କୋର୍ଟ ରେ ମହିଳା ଜଣକ ତାଙ୍କର ମାଆ ଏବଂ ପୁଅଙ୍କ ଠାରୁ ଭରଣ ପୋଷଣ ପାଇଁ ଅନୁରୋଧ କରିଥିଲେ।
Special report
ମାତ୍ର ତାଙ୍କର ଆବେଦନ କୁ କୋର୍ଟ ଖାରଜ କରିଛି। ଆବେଦନ କରିଥିବା ମହିଳାଙ୍କ ପିତା ଙ୍କ ମୃ-ତ୍ୟୁ ୧୯୯୯ ମସିହାରୁ ହୋଇ ସାରିଛି। ତାଙ୍କ ଘରେ ମାଆ ଭାଇ ଓ ଦୁଇ ଭଉଣୀ ମାନେ ହିଁ ଅଛନ୍ତି।
ଜଷ୍ଟିସ ସୁରେଶ କୁମାର ଓ ଜଷ୍ଟିସ ନିନା ବଂଶାଲ ଙ୍କ କହିବା ଅନୁସାରେ କୋର୍ଟ ରେ ଭରଣ ପୋଷଣ ଦାବୀ କରିବା ଗ୍ରହଣୀୟ ଅଟେ। ଏହା ଭରଣ ପୋଷଣ ଅଧିନିୟମ ଧାରା ୨୧ ଦ୍ବାରା ମଧ୍ଯ ନିଷ୍ପତ୍ତି ନିଆ ଯାଇଥାଏ।
ଅଦାଲତ କହିବା ଅନୁସାରେ ଏହା ଏକ ପାରିବାରିକ ସଂପର୍କ ପାଇଁ ଉପଲବ୍ଧ କରାଯାଇଛି। ଛାଡପତ୍ର ଝିଅ ମାନେ ଏଥିରେ ସାମିଲ୍ ହେବେ ନାହିଁ। କୋର୍ଟ ଏହି ନିଷ୍ପତ୍ତି ଶୁଣେଇ ସାରିବା ପରେ ଏବେ ଛାଡ଼ପତ୍ର ହୋଇଥିବା
 ସମସ୍ତ ମହିଳା ମାନେ ଖୁବ ଚିନ୍ତିତ ହୋଇ ପଡିଛନ୍ତି।ସେମାନେ କଣ କରିବେ କଣ ନାହିଁ ସେ କଥା ସେ କିଛି ଜାଣି ପାରୁ ନାହାଁନ୍ତି। ତେବେ ଏହା ଆପଣଙ୍କୁ କେତେଦୂର ଠିକ୍ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଅନୁରୋଧ।