ରାଗ ରେ ତମ ତମ ଟିନା ଶଶୁର ଘର କବାଟ ଭାଙ୍ଗି ପଶିଲେ , ଆଉ କହିଲେ ମୋର ଏସବୁ ରେ ଅଧିକାର ଅଛି
Sat, 25 Feb 2023

ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଗଞ୍ଜାମ ଜିଲ୍ଲାରେ ଏକ ପ୍ରେମୀ ଯୁଗଳଙ୍କ ବିବାହ କେଉଁ ଭଳି ରାସ୍ତା ଉପରେ ଗ୍ରାମବାସୀ ମାନେ କରାଇଥିଲେ। ଆମେ କହୁଛୁ ଗଞ୍ଜାମ ଜିଲ୍ଲାର ଟିନା ଓ ଦୁଷ୍ମନ୍ତଙ୍କ କଥା।
ପ୍ରଥମେ ଦୁହେଁ ଦୁହିଁଙ୍କୁ ଭଲ ପାଉଥିଲେ ଏହା ପରେ ବିବାହର ପ୍ରତିଶ୍ରୁତି ଦେଇ ଦୁଷ୍ମନ୍ତ ଟିନାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ। ଆଉ ଯେବେ ଟୀନା ବିବାହ କଥା କହିଥିଲେ ସେବେ ଦୁଷ୍ମନ୍ତ ବିଭିନ୍ନ ଆଳ ଦେଖାଇ ଟିନାଙ୍କୁ ଭୁଆଁ ବୁଲାଇ ଚାଲିଥିଲେ।
ଉଭୟଙ୍କ କିଛି ମାସ ପୂର୍ବରୁ ସମସ୍ତଙ୍କ ସାମ୍ନାରେ ବିବାହ କରାଯାଇଥିଲା। କିନ୍ତୁ ପରେ ଦୁଷ୍ମନ୍ତ ଟିନାକୁ ସ୍ତ୍ରୀ ଭାବରେ ଗ୍ରହଣନକରି ଘରୁ ବାହାର କରିଦେଇଥିଲେ। ସେହି ଦିନ ଠାରୁ ଟିନା ଦୁଷ୍ମନ୍ତଙ୍କ ଘର ଆଗରେ ଧାରଣାରେ ବସିଛନ୍ତି।
ସାଙ୍ଗରେ ସମାଜସେବୀ ପ୍ରମିଳା ତ୍ରିପାଠୀ ଥିବାବେଳେ ଗ୍ରାମବାସି ମଧ୍ୟ ଯଥେଷ୍ଟ ସାହାଯ୍ୟ କରୁଛନ୍ତି ବୋଲି ପ୍ରମିଳା କହିଥିଲେ। ତେବେ ପରବର୍ତ୍ତୀ ସମୟରେ ଶଶୁରଘର ଲୋକେ ଟିନାକୁ ତାଙ୍କ ଦୋକାନ ଘରେ ଆଶ୍ରୟ ଦେବା ପାଇଁ ଅନୁମତି ଦେଇଥିଲେ।
ଦିନେ ଟିନା ବାହାରକୁ ଯାଇଥିବା ବେଳେ ତାଙ୍କ ଶାଶୁ ଆଉ ଦେଢ଼ ଶାଶୁ ଆସି ଦୋକାନ ଘର ବନ୍ଦ କରିଦେଇଥିଲେ। ଏବଂ ଟିନା ବିରୋଧ କରିବାରୁ ତାଙ୍କୁ ମାରପିଟ କରିବା ସହ ଅସଭ୍ୟ ଭାଷାରେ ଗାଳିଗୁଲଜ ମଧ୍ୟ କରିଥିଲେ।
ଟିନାଙ୍କ ଉପରକୁ ହାତ ଉଠେଇବା ଅଭିଯୋଗରେ ପୋଲିସ ସେମାନଙ୍କୁ ଗିରଫ କରିବା ପାଇଁ ଟିନା ଅଭିଯୋଗ କରିଛନ୍ତି। ଗ୍ରାମବାସୀ ମଧ୍ୟ ଚାହାଁନ୍ତି ଦୁଷ୍ମନ୍ତ ଘରକୁ ଫେରି ଟିନାଙ୍କୁ ଆଉଥରେ ବିବାହ କରି ସ୍ତ୍ରୀର ମର୍ଯ୍ୟଦା ଦେଇ ତାଙ୍କ ସହ ଘର ସଂସାର କରନ୍ତୁ ବୋଲି।
ସେପଟେ ଦୁଷ୍ମନ୍ତଙ୍କ ବାପା କହିଛନ୍ତି, ଟିନାଙ୍କୁ ବୋହୂ ବୋଲି ଗ୍ରହଣ କରିବାରେ ତାଙ୍କର କିଛି ଆପତ୍ତି ନାହିଁ। ଯେତେବେଳ ଦୁଷ୍ମନ୍ତ ଆସିବେ ସେତେବଳେ ସେହି କଥା ବୁଝାଯିବ ବୋଲି ଦୁଷ୍ମନ୍ତଙ୍କ ବାପା କହିଛନ୍ତି।
ତେବେ ଆଗକୁ ମାମଲା କେଉଁ ମୋଡ଼ ନେଉଛି ତାହା ଦେଖିବାକୁ ବାକି ରହିଲା। ତେବେ ବନ୍ଧୁଗଣ ଏହି ଘଟଣାଟି ଏବେ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚାର ବିଷୟ ପାଲଟିଛି।