Movie prime

ବୈଜୟନ୍ତ ଙ୍କ ବିସ୍ଫୋରକ ବୟାନ : ଓଡ଼ିଶା ରେ ନବୀନ ନୁହେଁ ପାଣ୍ଡିଆଁ ଶାସନ ଚାଲିଛି !!!!

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ସବୁବେଳେ ସବୁ ପ୍ରକାରର ଖବର ଆପଣମାନେ ପାଇପାରିବେ ।
ଆପଣମାନେ ଏବେ ରାଜନୀତିକୁ ନେଇ ଆସିଥିବା ଖବର ବିଷୟରେ ଜାଣିପାରିବେ । ଆମ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ଏକ ବିସ୍ଫୋରକ ବୟାନ ଦେଇଛନ୍ତି ବିଜେପି ନେତା ବୈଜୟନ୍ତ ପଣ୍ଡା । 
ସେ ଏଭଳି କଥା କହିଛନ୍ତି ଯାହା ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ସେ କହିଛନ୍ତି ନବୀନ ପଟ୍ଟନାୟକ ନାମକୁ ମାତ୍ର ମୁଖ୍ୟମନ୍ତ୍ରୀ । ଆସନରେ ବସିଛନ୍ତି ଜଣେ ଆଉ ଶାସନ କରୁଛନ୍ତି ଆଉ ଜଣେ ।
ନବୀନଙ୍କୁ କୁଆଡେ ଜନ ଅଣ ଓଡ଼ିଆ ପରିଚାଳନା କରୁଛନ୍ତି। ସେହି ଅଣ ଓଡ଼ିଆଙ୍କ କଥାରେ ନବୀନ କୁଆଡେ ସବୁ କାମ କରୁଛନ୍ତି । ଏହିଭଳି ଅନେକ ବୟାନ ଦେଇଛନ୍ତି ବିଜେପି ନେତା ବୈଜୟନ୍ତ ପଣ୍ଡା । ଏହାସହ ସେ କହିଛନ୍ତି ରାଜନୀତି ପାଇଁ ଅପରିଚିତ ଥିଲେ ନବୀନ ।
ଆଉ ସେ ଅପରିଚିତରୁ ଅପ୍ରତିଦ୍ଵନ୍ଦୀ କିପରି ହୋଇଗଲେ । ଆଉ ଯେଉଁମାନଙ୍କ ଦ୍ଵାରା ସେ ସବୁକିଛି ଜାଣିଥିଲେ । ଶେଷରେ ତାଙ୍କୁ ଗୋଇଠା ମାରିଲେ । ତାଙ୍କ ବାପା ବିଜୁ ପଟ୍ଟନାୟକଙ୍କ ମୃ-ତ୍ୟୁ ପରେ ସେହି ନେତାମାନଙ୍କୁ ନେତୃତ୍ୱ ନେବାକୁ କୁହାଯାଇଥିଲା ।
ଆଉ ସେମାନେ ମନା କରିବାରୁ ନବୀନଙ୍କୁ ଓଡ଼ିଶାର ନେତୃତ୍ୱ ଦିଆଯାଇଥିଲା । ଆଉ ସେ ବିଦେଶରୁ ଆସି ସାନ ଭାର ନେଇଥିଲେ । ୨୦୦୯ ମସିହାରେ ବିଜେପି ସହ ମେଣ୍ଟ ଭାଙ୍ଗିଲା ବିଜେଡି । ଆଉ ଏକାକୀ ନିର୍ବାଚନ ଲଢ଼ିଲା ।
ମେଣ୍ଟ ଭାଙ୍ଗିବା ପରେ ଅନେକ ଥର ତାଙ୍କ ସହ କଥା ହେବାକୁ ଚାହିଁଛନ୍ତି ନେତା ଲାଲକୃଷ୍ଣ । କିନ୍ତୁ ନବୀନ କଥା ହୋଇ ନାହାଁନ୍ତି । ନବୀନ ବିଜେପି ସହ କୌଣସି ସମ୍ପର୍କ ରଖି ନାହାନ୍ତି । ଆଉ ବୈଜୟନ୍ତ ପଣ୍ଡା ଏବେବି ବିଜେଡି ପ୍ରତି ଆକୃଷ୍ଟ ଅଛନ୍ତି ।
ରାଜନୀତିରେ ପାଦ ଦେବା ସମୟରୁ ନବୀନ ବୈଜୟନ୍ତ ପଣ୍ଡାଙ୍କୁ ନିଜର ଭାବୁଥିଲେ । ଆଉ ସବୁ କଥା ସେୟାର କରୁଥିଲେ । ବୈଜୟନ୍ତ ପଣ୍ଡା ବାରମ୍ବାର ଦଳ ବିରୁଦ୍ଧରେ କହିବାରୁ ଆଉ ଅନେକ ପ୍ରକାରର ମନ୍ତବ୍ୟ ଦେବାରୁ ତାଙ୍କୁ ଦଳରୁ ବାହାର କରିଥିଲେ ନବୀନ ।ଏବେ ପ୍ରଶ୍ନ ଉଠୁଛି କି ନବୀନ ପଟ୍ଟନାୟକଙ୍କ ନିଜର ଥିବା ବୈଜୟନ୍ତ ପଣ୍ଡା କାହିଁକି ଏମିତି କାମ କରନ୍ତି ।