Movie prime

ଏବେ ଏବେ ଆସୁଛି ବଡ଼ ଖବର : ଓଲିଉଡ ଅଭିନେତ୍ରୀ ଜିନା ସାମଲ ଆଉ ତାଙ୍କ ସ୍ଵାମୀ ରୁଦ୍ର, ବିଜେପି ରେ ଯୋଗ ଦେଲେ

 
Special report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ବିଜେପିରେ ମିଶିଲେ ଓଲିଉଡ ଅଭିନେତ୍ରୀ ଜିନା। ଜିନାଙ୍କ ସ୍ବାମୀ ତଥା ଅଭିନେତା ରୁଦ୍ର ପାଣିଗ୍ରାହୀ ମଧ୍ୟ ବିଜେପିରେ ମିଶିଛନ୍ତି।
ବାଲେଶ୍ୱର ଠାରେ ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ଉପସ୍ଥିତିରେ ମିଶ୍ରଣ ପର୍ବରେ ସାମିଲ୍ ହେଲେ ଜିନା ଏବଂ ରୁଦ୍ର। ଜିନା, ରୁଦ୍ରଙ୍କ ସହ ପ୍ରାୟ ଅନେକ ବ୍ୟକ୍ତି ମଧ୍ୟ ବିଜେପିରେ ଯୋଗଦେଇଛନ୍ତି। 
ତେବେ ବନ୍ଧୁଗଣ ଆଲବମ୍ ଦୁନିଆରେ ବେଶ୍ ଖ୍ୟାତି ଅର୍ଜନ କରିବା ପରେ ଜିନା 'ଫେରିଆ ମୋ ସୁନା ଭଉଣୀ' ସିନେମାରେ ଓଲିଉଡରେ ନାୟିକା ଭାବରେ ଅଭିନୟ କରିଥିଲେ।
ପରେ ଏକ ସ୍ୱୟଂମ୍ବର କରି ଅଭିନେତା ରୁଦ୍ରଙ୍କୁ ବିବାହ କରିଥିଲେ। ସେହିପରି ରୁଦ୍ର ମଧ୍ୟ ଆଲବମ୍ ରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ । 
‘ମନେ ରହିବ ଏ ପ୍ରେମକାହାଣୀ’ ଜରିଆରେ ଓଲିଉଡ ନାୟକ ଭୂମିକାରେ ରୁଦ୍ର ପରଦା ଉପରକୁ ଆସିଥିଲେ। ‘ଝିଅଟା ବିଗିଡ଼ିଗଲା’, ‘ପ୍ରେମୀ ଦିଓ୍ଵାନା’ ଓ ରଘୁ ସର୍ଦ୍ଦାର ଭଳି ଓଡ଼ିଆ ଛବିରେ
 ମଧ୍ୟ ରୁଦ୍ରଙ୍କୁ ଦେଖିବାକୁ ମିଳିଛି। ଶନିବାର ବାଲେଶ୍ଵର ସହର ସ୍ଥିତ ହୋଟେଲ ରୟାଲ କୁଇନ ଠାରେ ଦଳ ପାକ୍ଷରୁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। 
ବାଲେଶ୍ଵରର ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀଙ୍କ ଉପସ୍ଥିତିରେ ଜିନା ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି। ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ସୁଶାସନ ଓ ଭାରତୀୟ ଜନତା ପାର୍ଟିର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଦଳରେ ମିଶଥିବା ଜିନା କହିଥିଲେ।
ଓଲିଉଡ଼ର ଲୋକ ପ୍ରିୟ କଳାକାର ପିଙ୍କି ପ୍ରଧାନ, ଅଶ୍ରୁମୋଚନ, ଶ୍ରୀତମ ଦାସ, ଅନୁ ଚୌଧୁରୀ, ଅକ୍ଷୟ ପଟ୍ଟନାୟକ ପ୍ରମୁଖ ବିଜେପିରେ ଯୋଗ ଦେଇ ଦଳରେ ସକ୍ରିୟ ଅଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.