Movie prime

ସ୍ତ୍ରୀ ର ଚରିତ୍ର କୁ ସନ୍ଦେହ କରି... କଟୁରୀ ରେ କଚ୍ କଚ୍ କରି କାଟିଲା ସ୍ବାମୀ..

 
Vv

ନିଜ ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ସ୍ତ୍ରୀକୁ ମାରିବାକୁ ଉଦ୍ୟମ କରିଥିବା ଅଭିଯୁକ୍ତ ସ୍ବାମୀକୁ ପୋଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛି। ସେପଟେ ସ୍ତ୍ରୀ ଅତି ସଙ୍କଟାପନ୍ନ ଅବସ୍ଥାରେ ମେଡ଼ିକାଲରେ ଚିକିତ୍ସାଧୀନ ରହିଛନ୍ତି। ଏପରି ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ଗୋବିନ୍ଦ ଥାନା ଅନ୍ତର୍ଗତ ହରିପଡ଼ା ଗ୍ରାମରେ। ମିଳିଥିବା ସୂଚନା ଅନୁଯାୟୀ ବାମ୍ରା ବ୍ଲକ୍ ତାଲଡ଼ିିହି ମହାଲିଙ୍ଗପଡ଼ାର କମାର କୁଜୁରଙ୍କ ବିବାହିତ ପୁଅ ଜସ୍ପିନ କୁଜୁର ହରିପଡ଼ା ଗ୍ରାମର ଜଣେ ଯୁବତୀଙ୍କ ସହ ପ୍ରାୟ ତିନି ବର୍ଷ ତଳେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା।

Gg

ପରେ ଉଭୟଙ୍କ ପ୍ରେମ ସମ୍ପର୍କ ଏତେ ନିବିଡ ହେଇ ଯାଇଥିଲା ଯେ ଜସ୍ପିନ୍ କୁଜୁର୍ ନିଜ ପ୍ରେମିକା ଯୁବତୀଙ୍କୁ ନେଇ ମହାଲିଙ୍ଗପଡ଼ା ଠାରେ ଥିବା ତାଙ୍କ ପ୍ରଥମ ସ୍ତ୍ରୀ ସହ ସାଙ୍ଗରେ ରହି ଆସୁଥିଲେ। ତେବେ କିଛିଦିନ ପରେ ପ୍ରଥମ ସ୍ତ୍ରୀ ସ୍ବାମୀଙ୍କୁ ଛାଡ଼ି ଘରୁ ପଳାଇ ଯିବାରୁ ଜସ୍ପିନ ନିଜ ପ୍ରେମିକାଙ୍କୁ ନିଜ ସ୍ତ୍ରୀ ଭାବରେ ରଖିଥିଲେ। ଆଉ ଉଭୟଙ୍କ ଔରସରୁ ଏକ ଶିଶୁ କନ୍ୟା ମଧ୍ୟ ଜନ୍ମ ହୋଇଥିଲା।

Gt

ପରେ ଜସ୍ପିନ ବାହାରେ କାମ ଧନ୍ଦା କରୁଥିବା ବେଳେ ତାଙ୍କ ସ୍ତ୍ରୀ ମଧ୍ୟ ବାମ୍ରାରେ ରହି ଏକ କ୍ଲିନିକରେ ଏକ ସହାୟିକା ଭାବେ କାମ କରି ନିଜ ବାପ ଘରେ ରହୁଥିଲେ। ତେବେ ଜସ୍ପିନଙ୍କ ଭିନ୍ନକ୍ଷମ ବଡ଼ ଭାଇଙ୍କ ମୃତ୍ୟୁ ହେବା ପରେ ଗତ ପ୍ରାୟ ଏକ ସପ୍ତାହ ପୂର୍ବେ ଦୁହେଁ ଅନ୍ତେଷ୍ଟିକ୍ରିୟା ପାଇଁ ମହାଲିଙ୍ଗପଡ଼ାକୁ ଯାଇଥିଲେ। ଆଉ ଉଭୟ ସେଠାରୁ ଫେରୁଥିବା ସମୟରେ ବାଟ ନିଛାଟିଆ ଦେଖି ଜସ୍ପିନ ଏକ ମୁନିଆ ପଥର ସାହାଯ୍ୟରେ ନିଜ ସ୍ତ୍ରୀଙ୍କ ମୁଣ୍ଡରେ ଆକ୍ରମଣ କରିଥିଲା।

ତେଣୁ ତାଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପ୍ରଥମେ ଗୋବିନ୍ଦପୁର ଡାକ୍ତରଖାନା ଓ ପରେ ସୁନ୍ଦରଗଡ଼ ମେଡ଼ିକାଲ ପରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ରାଉରକେଲା ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରା ଯାଇଛି। ସେପଟେ ପୀଡ଼ିତା ବାପାଙ୍କ ଏତଲା କ୍ରମେ ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ସ୍ୱାମୀଙ୍କୁ ଗିରଫ କରିବା ପରେ ତାକୁ ପୋଲିସ୍ କୋର୍ଟ ଚାଲାଣ କରିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.