Movie prime

ସୁନାଠୁ ଆହୁରି ଦାମୀ,ମଇଁଷି ବଦଳରେ କିଣିପାରିବେ ମର୍ସିଡିଜ୍, ଫରାରୀ ଭଳି କାର

 
Hh
କାଜୁ ବାଦାମ ଖାଉଛି ମଇଁଷି। ଦାମ୍ ଶୁଣିଲେ ଆପଣଙ୍କ ହୋସ ମଧ୍ୟ ଉଡ଼ି ଯିବ। ହଜାର କି ଲକ୍ଷେ ରେ ନୁହେଁ କୋଟିଏ ଟଙ୍କା ରେ ବିକ୍ରୀ ହେଉଛି ଏହି ମଇଁଷି। ପଶୁ ମେଳା କୁ ଆସିଛି ୧୫୦୦ କିଲୋର ମଇଁଷି। ଏହା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ ଅଟେ। କାଜୁ ବାଦାମ ଖାଉଥିବା ଏହି ମଇଁଷି ର ମୂଲ୍ୟ ୨୩ କୋଟି ଟଙ୍କା। ଯାହା ଏବେ ପୁଷ୍କର ଆନ୍ତର୍ଜାତୀୟ ପଶୁ ମେଳା ରେ ଲୋକଙ୍କ ଆକର୍ଷଣ ସାଜିଛି।
Hh
ଆଜିକାଲି ରାଜସ୍ଥାନ, ଆଜମେର ଜିଲ୍ଲାର ପୁଷ୍କରଧାମ ରେ ଆନ୍ତର୍ଜାତୀୟ ପଶୁ ମେଳା ଚାଲିଛି ଯେଉଁଥିରେ ଗୋଟେ ପରେ ଗୋଟେ ପଶୁ ଏହାର ପରିଚୟ ସୃଷ୍ଟି କରିଛନ୍ତି। ଏହି ମେଳା ରେ ୧୫୦୦ କିଲୋ ଓଜନ ବିଶିଷ୍ଟ ଅନ୍ମୋଲ ନାମକ ଏକ ମଇଁଷି ଏହି ମେଳା ରେ ଏଣ୍ଟ୍ରି କରିଛି। ଏହି ମଇଁଷି ର ମୂଲ୍ୟ କୁଆଡେ ୨୩ କୋଟି ଟଙ୍କା ଅଟେ। ମେଳା ର ସୋନ୍ଦର୍ଯ୍ୟ ବଢ଼ାଇବାକୁ ଆସିଥିବା ଏହି ମଇଁଷି ସମସ୍ତଙ୍କୁ ନିଜ ଆଡ଼କୁ ଆକର୍ଷିତ କରୁଛି।
Hh
ସମସ୍ତେ ତା ବିଷୟରେ ଜାଣିବାକୁ ଖୁବ୍ ଇଚ୍ଛା ପ୍ରକାଶ କରୁଥିବା ବେଳେ ତାକୁ ଦେଖି ତା ସହ ସେଲ୍ଫି ନେବା ପାଇଁ ମଧ୍ୟ ଚେଷ୍ଟା କରୁଛନ୍ତି। ମଇଁଷି ର ଦାମ୍ ସହ ତାର ଓଜନ ମେଳା ରେ ସମସ୍ତଙ୍କ ଆକର୍ଷଣ ସାଜିଛି। ଏହାର ପରିବହନ ପାଇଁ ମଧ୍ୟ ଏକ ସ୍ବତନ୍ତ୍ର ଟ୍ରକ୍ ର ବ୍ୟବସ୍ଥା କରାଯାଇଛି।ଏହାର ମାଲିକ ଜଗତ ସିଂ ଅଟନ୍ତି। ସେ କହିଥିଲେ କି ଏହି ମଇଁଷି ହେଉଛି ତାଙ୍କର ପୁଅ ଭଳି ଆଉ ତାକୁ ବିକ୍ରୀ କରିବା ତାଙ୍କର କୌଣସି ଉଦ୍ଦେଶ୍ୟ ନାହିଁ।
ତାଙ୍କୁ ଉଚିତ ମୂଲ୍ୟ ମିଳିଲେ ସେ ଏହାକୁ ବିକ୍ରୀ କରିଦେବେ। ତାଙ୍କର ଲକ୍ଷ ଏହି ମୁରା ପ୍ରଜାତିର ମଇଁଷି ର ଶୁକ୍ରାଣୁ ମାଧ୍ୟମରେ ବିଭିନ୍ନ ରାଜ୍ୟରେ ଏହାର ପ୍ରଜାତି ବିସ୍ତାର କରିବା। ଏଥିପାଇଁ ସେ ତାକୁ ବିକ୍ରୀ କରୁଛନ୍ତି।୨୩ କୋଟି ର ଏହି ମଇଁଷି କୁ ଆଠ କୋଟି ଟଙ୍କା ରେ ବିକ୍ରୀ କରୁଛନ୍ତି ଏହାର ମାଲିକ। ଏବେ ଏହାର ଫଟୋ ଓ ଭିଡିଓ ସୋସିଆଲ ମିଡ଼ିଆ ରେ ଖୁବ୍ ଭାଇରାଲ ମଧ୍ୟ ହେବାରେ ଲାଗିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.