Movie prime

ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ ଆଣ୍ଠେଇ ଆଣ୍ଠେଇ କରି ପାରୁଥିବା ଗୋଟେ ଯୁବକର କାହାଣୀ

 
Gv
ଆଜିକାଲି ସମାଜରେ ସରକାର ଦିବ୍ୟାଙ୍ଗମାନଙ୍କ ପାଇଁ ଅନେକ କିଛି ଯୋଜନା କରିବା ସହ ସରକାର ତାଙ୍କୁ ସାହାଯ୍ୟ କରିବାକୁ ଅନେକ କିଛି କାମ କରିଛନ୍ତି କିନ୍ତୁ ଏତେ ସବୁ କରିବା ପରେ ମଧ୍ୟ କିଛି ଦିବ୍ୟାଙ୍ଗ ଏବେବି ସରକାରଙ୍କ ସୁବିଧା ପାଇ ପାରୁନାହାନ୍ତି । ଏବେ ଏଭଳି କିଛି ଖବର ଏହି ଭିଡିଓ ମାଧ୍ୟମରେ ଆପଣମାନେ ପାଇପାରିବେ । ଦିବ୍ୟାଙ୍ଗକୁ ମୁଖ୍ୟ ସ୍ରୋତରେ ସାମିଲ କରି ତାଙ୍କୁ ସ୍ବାବଲମ୍ବୀ କରାଇବା ପାଇଁ ସରକାର ଅନେକ ଯୋଜନା କରୁଛନ୍ତି । ତାଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ଅନେକ କିଛି ଯୋଜନା କରିଛନ୍ତି । 
Hh
କିନ୍ତୁ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ ଦିବ୍ୟାଙ୍ଗ ହୋଇ ମଧ୍ୟ ସେ ଆଜି ହାର ମାନି ନାହାଁନ୍ତି । ଏହି ଦିବ୍ୟାଙ୍ଗ ଜଣକ ଆତ୍ମ ନିର୍ଭରଶୀଳ ଭାବରେ ବଞ୍ଚିବାକୁ ଚାହିଁଛନ୍ତି । ଆଉ ସେ ମଧ୍ୟ ନିଜେ ବଞ୍ଚିବା ଶିଖି ଯାଇଛନ୍ତି । ସେ ସମାଜ ପାଇଁ ଏକ ଉଦାହରଣ ପାଲଟି ଯାଇଛନ୍ତି । ଏହି ଘଟଣା ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ଛାନକୁମଣ୍ଡ ଗ୍ରାମରେ ଦେଖିବାକୁ ମିଳିଛି । ଏହି ଗ୍ରାମର ମଣ୍ଟୁ ବିଶୋଇ ଦିବ୍ୟାଙ୍ଗ ହୋଇ ମଧ୍ୟ ଆତ୍ମ ନିର୍ଭରଶୀଳ ହେବାକୁ ପ୍ରୟାସ କରିଛନ୍ତି । 
Hh
ସେ ଜନ୍ମ ସମୟରୁ ପ୍ରାୟ ୮୦ ପ୍ରତିଶତ ଶାରିରୀକ ଅକ୍ଷମ ଥିଲେ । ଆଉ ସେ ଭଲ ପାଠ ପଢୁଥିଲେ । ଭଲ ପାଠପଢ଼ି ସେ ଏବେ ଘରେ ଏକ ଜନସେବା କେନ୍ଦ୍ର ଖୋଲି ନିଜେ ଆତ୍ମ ନିର୍ଭରଶୀଳ ହୋଇ ପାରିଛନ୍ତି । ସେ ନିଜେ ରୋଜଗାର କ୍ଷମ ହୋଇ ପାରିଛନ୍ତି । ସେ କାହା ଉପରେ ବୋଝ ପାଲଟି ନାହାଁନ୍ତି । ତାଙ୍କର ଶରୀରର ଗଠନ ବଞ୍ଚିବାର କମ୍ ଆଶା ବୋଲି ଡାକ୍ତର କହିଥିଲେ । ମଣ୍ଟୁଙ୍କର ଦୁଇଟି ଗୋଡ ଆଉ ଗୋଟିଏ ହାତ ଅକାମୀ ହୋଇ ଯାଇଛି । କେବଳ ତାଙ୍କର ଡାହାଣ ହାତ କାମ କରୁଛି ।
ଆଉ ଡାହାଣ ହାତରେ ସେ ତାଙ୍କର ସବୁ କାମ କରନ୍ତି । ସେ ଭଲ ପାଠ ପଢନ୍ତି । ଦଶମରେ ସେ ୬୦ ପ୍ରତିଶତ ମାର୍କ ରଖିଥିଲେ । ସେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି । ଘରେ ସେ ଜନସେବା କେନ୍ଦ୍ର ଖୋଲି ସବୁ କାମ କରୁଛନ୍ତି । ସେ ଆଗକୁ ବିଏଡିରେ ନାଁ ଲେଖାଇବାକୁ ଚେଷ୍ଟା କରିଛନ୍ତି । ତାଙ୍କୁ ଏଭଳି ଅବସ୍ଥାରେ ୫ କେଜି ଚାଉଳ ସରକାର ଦେଉଛନ୍ତି । ତାଙ୍କ ବାପା ତାଙ୍କ ପାଇଁ ଅନେକ ସାହାଯ୍ୟ ପାଇଁ ପ୍ରଶାସନକୁ କହିବା ପରେ ମଧ୍ୟ ପ୍ରଶାସନ ଆଜି ନୀରବ । ଦେଖାଯାଉ ତାଙ୍କୁ ସରକାର କେବେ ସାହାଯ୍ୟ କରୁଛନ୍ତି ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.