Movie prime

ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ ବାପ ଘରକୁ ଆସିବେ ମାଆ ବୁଢୀ ଠାକୁରାଣୀ

 
Vg
ଆଜିଠାରୁ ଆରମ୍ଭ ହେବ ବ୍ରହ୍ମପୁର ଆରାଧ୍ୟା ଦେବୀ ମାଆ ବୁଢୀ ଠାକୁରାଣୀଙ୍କ ଯାତ୍ରା।ମଧ୍ୟ ରାତ୍ରିରେ ମୁଖ୍ୟ ମନ୍ଦିର ଛାଡ଼ି ବାପା ଘର ଦେଶୀ ବେହେରା ସାହିକୁ ଯିବେ ଠାକୁରାଣୀ । ଅସ୍ଥାୟୀ ମନ୍ଦିରରେ ଏବେ ପୂଜା ପାଇବେ ମାଆ।ଏଥିପାଇଁ ସହରବାସୀଙ୍କ ଧେଣ୍ଡୁରା ଦେଇ ନିମନ୍ତ୍ରଣ କଲେ ଦେଶୀ ବେହେରା । ମାଆଙ୍କ ଅସ୍ଥାୟୀ ମନ୍ଦିର ପାଇଁ ରାଜମହେନ୍ଦ୍ରିରୁ ଆସିଛି ଫୁଲ । ଆଜିଠାରୁ ୨୮ ତାରିଖ ଯାଏଁ ଚାଲିବ ଯାତ୍ରା । ଏହାକୁ ନେଇ ଲୋକମାନେ ଖୁବ ଉତ୍ସାହିତ ମଧ୍ଯ ଅଛନ୍ତି।
Gg
ସାରା ସହରବାସୀ ଙ୍କୁ ନିମନ୍ତ୍ରଣ କରିଛନ୍ତି ବାପା ଦେଶୀ ବେହେରା। ଏଥିପାଇଁ ଏବେ ସଜେଇ ହେଲାଣି ପୂରା ସହର। ଯାହାକୁ ଦେଖିଲେ ଆପଣଙ୍କ ଆଖି ମଧ୍ଯ ଝଲସି ଉଠିବ।ପୂଜାର୍ଚ୍ଚନା ପରେ ମାଆଙ୍କ ଆଜ୍ଞାମାଳ ଆଣି ସ୍ଥାପନ ପରେ ଆରମ୍ଭ ହେବ ଯାତ୍ରା।ଏଥିପାଇଁ ଉତ୍ସାହିତ ବାପାଘର ଲୋକେ ଏବଂ ସହରବାସୀ। ବ୍ରହ୍ମପୁର ଏବେ ଏଥିପାଇଁ ଯେମିତି ସତରେ ଉଠୁଛି ପଡୁଛି ମାଆଙ୍କୁ ପାଛୋଟି ଆଣିବାକୁ ହୋଇଛି ବିଶାଳ ପଟୁଆର।
F
ଯାତ୍ରା ପାଇଁ ପୋଲିସ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ କରାଯାଇଛି ସମସ୍ତ ପ୍ରସ୍ତୁତି।ରାତିରେ ମାଆଙ୍କ ଘଟ ପରିକ୍ରମା ବେଳେ ହଜାର ହଜାର ଲୋକଙ୍କ ଭିଡ ଜମିବ।ଟ୍ରାଫିକ ନିୟନ୍ତ୍ରଣ ସହ ଯାତ୍ରା ସମୟରେ ଅପରାଧିକ କାର୍ଯ୍ୟକଳାପ ରୋକିବାକୁ ପୋଲିସ ପକ୍ଷରୁ ରୋଡମ୍ୟାପ ପ୍ରସ୍ତୁତ ହୋଇଛି।ବ୍ରହ୍ମପୁର ଏସପିଙ୍କ ତତ୍ତ୍ୱାବଧାନରେ ବଡବଜାର ଥାନାରେ ଏକ ମିଳିତ ବୈଠକ ଅନୁଷ୍ଠିତ ହୋଇଥିଲା । ଯାତ୍ରା ସମୟରେ ବଡବଜାର ଅଞ୍ଚଳରେ ୬ ପ୍ଲାଟୁନ ପୋଲିସ ଫୋର୍ସ ସହିତ ୩୫ ଜଣ ପୋଲିସ ଅଧିକାରୀ ନିଯୋଜିତ ହେବେ।
ଯାତ୍ରା ସ୍ଥଳରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲାଯିବ। ଏବେ ଏହି ଘଟଣା ଯେମିତି ଚାରିଆଡ଼େ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି। ଯାହାକୁ ନେଇ ଲୋକମାନେ ମଧ୍ୟ ବେଶ ଉତ୍ସାହିତ ଥିବା ଜଣା ପଡିଛି। ସମସ୍ତେ ମାଆ ଙ୍କ ଆଶୀର୍ବାଦ କମାନା କରିଛନ୍ତି। ତେବେ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି ଆଉ ଏହି ଯାତ୍ରା କୁ ନେଇ ଆପଣଙ୍କ ମତାମତ କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.