ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ ଭୁବନେଶ୍ବରରେ ଲୁଟିଲା ପୁରୀରୁ ଧରାପଡ଼ିଲା
Feb 5, 2025, 11:56 IST

ଆଜିକାଲି ସମାଜରେ ଅନେକ ପ୍ରକାରର ଘଟଣା ଘଟୁଛି । ଏବେ ତ ବିବାହର ଋତୁ ଚାଲିଛି । ଆଉ ବିବାହ ଋତୁରେ ଅନେକ ଲୋକ ଅନେକ ପ୍ରକାରର ସୁନାଗହଣା ପିନ୍ଧି ଆସିଥାନ୍ତି । ବିଶେଷ କରି ମହିଳାମାନେ ନିଜକୁ ସଜାଇ ରଖିଥାନ୍ତି । ବିବାହ ବେଳେ ମହିଳାମାନେ ବିଭିନ୍ନ ପ୍ରକାରର ଅଳଙ୍କାର ପରିଧାନ କରିଥାନ୍ତି । ଆଉ ଏବେ ମଧ୍ୟ ଅନେକ ଲୋକ ଚୋରକୁ ନିଜର ବ୍ୟବସାୟ ବୋଲି ଭାବି ନେଇଥାନ୍ତି । ଆଉ ବିବାହ ଋତୁ ହେଲେ ସେମାନେ ସବୁ ଚୋରି କରିବାକୁ ଯୋଜନା କରିଥାନ୍ତି ।

ଏବେ ଏଭଳି ଗୋଟିଏ ଚୋର ପୋଲିସ ହାତରେ ଧରା ପଡ଼ିଛି । ପୋଲିସ ଏବେ ଏହି ଘଟଣାକୁ ନେଇ ସବୁ କଥା କହିଛି । ଚୋର ଜଣକ ବିବାହ ସମୟରେ ଚୋରି କରି ପଳାଇଥିଲେ । ଆଉ ପୋଲିସ ଏବେ ତାଙ୍କୁ ଗିରଫ କରିଛି । ପୋଲିସ ହାତରେ ଏବେ ଏହି ଅଭିଯୁକ୍ତ ଜଣକ ଧରା ପଡ଼ିଛି । ଆଉ ପୋଲିସ ତାଙ୍କୁ ରିମାଣ୍ଡରେ ଆଣିବ ବୋଲି କହିଛି । ପୋଲିସ ଏବେ ଏହି ଘଟଣାର ତଦନ୍ତ କରୁଛି । ଚୋରି ଜିନିଷ କଣ କଣ ଆଉ କେଉଁଠାରେ ଏହି ଚୋର ରଖିଛି ତାହା ଏବେ ତଦନ୍ତ ପରେ ଜଣାପଡ଼ିବ ।

ଗତକାଲି ଭୁବନେଶ୍ୱର ସହରରେ ଏକ ବିବାହ ମଣ୍ଡପରୁ ମୂଲ୍ୟବାନ ଜିନିଷ ଚୋର ଚୋରି କରି ନେଇଛି । ଏହି ବିବାହ ମୈତ୍ରୀ ବିହାର ଅଞ୍ଚଳରେ ହେଉଥିଲା । ଆଉ ବିବାହ ମଣ୍ଡପରେ ଜଣେ ଅଜ୍ଞାତ ବ୍ୟକ୍ତି ଆସି ସେଠାରୁ ମୂଲ୍ୟବାନ ଜିନିଷ ଚୋରି କରି ନେଇଛି । ଏବେ ପୋଲିସ ଏହି ଘଟଣାର ଅଭିଯୋଗ ପରେ ଏହାର ତଦନ୍ତ କରି ପୋଲିସ ଚୋରକୁ ଗିରଫ କରିଛି । ଭୁବନେଶ୍ଵର ସହରରୁ ଏହି ଚୋର ଚୋରି କରିଛି ଆଉ ପୁରୀ ପୋଲିସ ତାଙ୍କୁ ଗିରଫ କରିଛି । ପୁରୀ ପୋଲିସ ଏହି ଅଭିଯୁକ୍ତ ଜଣଙ୍କୁ ଗିରଫ କରିଛି ।
ପୁରୀ ପୋଲିସ ଏହି ବ୍ୟକ୍ତି ଜଣଙ୍କୁ ଠାବ କରିଛି । ଏବେ ଚୋରି ଜିନିଷ ଠାବ ହୋଇନାହିଁ ଆଉ ଏଥିପାଇଁ ପୋଲିସ ଏବେ ଏହି ଅଭିଯୁକ୍ତ ଜଣଙ୍କୁ ରିମାଣ୍ଡରେ ନେବ ବୋଲି ସୂଚନା ମିଳିଛି । ଏବେ ପୋଲିସ ଏହି ଘଟଣାକୁ ନେଇ ଗୁରୁତର ଭାବରେ ତଦନ୍ତ କରୁଛି । ଏହି ଚୋର ମାନଙ୍କର ଗୋଟିଏ ଗ୍ରୁପ ଅଛି । ଆଉ ଏହି ଗ୍ରୁପ ବାହାରୁ ଆସିଛନ୍ତି । ସେମାନେ ମଧ୍ୟପ୍ରଦେଶ ବା ଛତିଶଗଡରୁ ଆସିଛନ୍ତି ବୋଲି ସୂଚନା ମିଳିଛି । ସେମାନେ କେବଳ ବିବାହ ମଣ୍ଡପକୁ ଯାଇ ଚୋରି କରିଥାନ୍ତି । ଏବେ ଏହି ଘଟଣାର ତଦନ୍ତ କରାଯାଉଛି ।